Havaldar Recruitment 2024: ସରକାରୀ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ, ପୂରଣ ହେବ ୮ ହଜାରରୁ ଅଧିକ ପଦବୀ..
Advertisement
Article Detail0/zeeodisha/odisha2317711

Havaldar Recruitment 2024: ସରକାରୀ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ, ପୂରଣ ହେବ ୮ ହଜାରରୁ ଅଧିକ ପଦବୀ..

Havaldar Recruitment 2024: ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ମଲ୍ଟି ଟାସ୍କିଂ କର୍ମଚାରୀ ଏବଂ ହାବିଲ୍‌ଦାର ପଦବୀ ପୂରଣ କର୍ମଚାରୀ ଚୟନ ଆୟୋଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦଶମ ପାଶ୍ କରିଥିବା ଉଭୟ ପୁରୁଷ ଓ ମହିଳା ପ୍ରାର୍ଥୀ ଏହି ପଦବୀରେ ଆବେଦନ କରିପାରିବେ।

ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ପ୍ରାର୍ଥୀମାନେ ପ୍ରାର୍ଥୀମାନେ SSC ର ଅଫିସିଆଲ୍ ୱେବ୍‌ସାଇଟ୍‌ ssc.gov.in କୁ ଯାଇ ଆବେଦନ କରିପାରିବେ। ଯଦି ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ SSC MTS Havaldar Recruitment apply for 8326 Posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଆବେଦନ ତାରିଖ:

ଅନ୍‌ଲାଇନ୍ ଆବେଦନ ତାରିଖ  ୨୭ ଜୁନ୍ ରୁ ଆରମ୍ଭ ହୋଇଥିବା ବେଳେ ଆବେଦନ ତାରିଖ ଜୁଲାଇ ୩୧ରେ ଶେଷ ହେବବ।

ଖାଲି ପଦବୀ:

MTS ପାଇଁ ୪୮୮୭ଟି ପୋଷ୍ଟ୍ ଖାଲି ପଡ଼ିଥିବା ବେଳେ ହାବିଲ୍‌ଦାର (CBIC/CBIN) ପାଇଁ ୩ ହଜାର ୪୩୯ଟି ପୋଷ୍ଟ୍ ଖାଲି ପଡ଼ିଛି। ଏହିପରି ଭାବେ ମୋଟ ୮୩୨୬ଟି ପୋଷ୍ଟ୍ ଖାଲି ପଡ଼ିଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି।

ଶିକ୍ଷାଗତ ଯୋଗ୍ୟତା:

ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାଶ୍ କରିଥିବା ଆବଶ୍ୟକ।

ବୟସ ସୀମା:

ଆବେଦନ ପାଇଁ ସର୍ବନିମ୍ନ ବୟସସୀମା ୧୮ ବର୍ଷ ହୋଇଥିବା ବେଳେ ସର୍ବାଧିକ ବୟସ ୨୫/୨୭ ବର୍ଷ ହୋଇଥିବା ଆବଶ୍ୟକ।

ଦରମା:

ସର୍ବନିମ୍ନ ମାସିକ ଦରମା ୩୦, ୦୦୦ ଟଙ୍କା ହୋଇଥିବା ବେଳେ ସର୍ବାଧିକ ମାସିକ ଦରମା ୧୨୦, ୦୦୦ ଟଙ୍କା ରହିଛି।

ଆବେଦନ ଶୁଳ୍କ:

ସାଧାରଣ ବର୍ଗ/OBC/EWS – ୧୦୦ଟଙ୍କା

SC/ST/PWBD/ESM – ଦେୟ ମୁକ୍ତ