NTPCରେ ଚାକିରି ପାଇଁ ସୂବର୍ଣ୍ଣ ସୁଯୋଗ, ଖାଲି ପଡ଼ିଛି ୫୦ ପୋଷ୍ଟ, ଗ୍ରାଜୁଏଟ୍ କରିପାରିବେ ଆବେଦନ...
Advertisement
Article Detail0/zeeodisha/odisha2473681

NTPCରେ ଚାକିରି ପାଇଁ ସୂବର୍ଣ୍ଣ ସୁଯୋଗ, ଖାଲି ପଡ଼ିଛି ୫୦ ପୋଷ୍ଟ, ଗ୍ରାଜୁଏଟ୍ କରିପାରିବେ ଆବେଦନ...

NTPC Recruitment 2024: ଯଦି ଆପଣ NTPCରେ ଚାକିରି କରିବା ପାଇଁ ଆଗ୍ରହୀ ତେବେ ବିଜ୍ଞପ୍ତିରେ ଦିଆଯାଇଥିବା ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଆପଣ ଆବେଦନ କରିପାରିବେ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NTPC ର ଅଫିସିଆଲ୍ ୱେବ୍‌ସାଇଟ୍‌ ntpc.co.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏଇ ଲିଙ୍କ୍ NTPC Recruitment 2024 Post apply for 50 post Notication ଉପରେ କ୍ଲିକ୍ କରି ଦେଖିପାରିବେ।

NTPCରେ ଚାକିରି ପାଇଁ ସୂବର୍ଣ୍ଣ ସୁଯୋଗ, ଖାଲି ପଡ଼ିଛି ୫୦ ପୋଷ୍ଟ, ଗ୍ରାଜୁଏଟ୍ କରିପାରିବେ ଆବେଦନ...

NTPC Recruitment 2024: ନ୍ୟାସ୍‌ନାଲ୍‌ ଥର୍ମାଲ୍ ପାୱାର୍ କର୍ପୋରେସନ୍ ବା NTPC ରେ ଚାକିରି ପାଇଁ ସୂବର୍ଣ୍ଣ ସୁଯୋଗ। ଏ ନେଇ NTPC ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯଦି ଆପଣ NTPCରେ ଚାକିରି କରିବା ପାଇଁ ଆଗ୍ରହୀ ତେବେ ବିଜ୍ଞପ୍ତିରେ ଦିଆଯାଇଥିବା ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଆପଣ ଆବେଦନ କରିପାରିବେ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NTPC ର ଅଫିସିଆଲ୍ ୱେବ୍‌ସାଇଟ୍‌ ntpc.co.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏଇ ଲିଙ୍କ୍ NTPC Recruitment 2024 Post apply for 50 post Notication ଉପରେ କ୍ଲିକ୍ କରି ଦେଖିପାରିବେ।

ଆବେଦନ ତାରିଖ:

ଅନ୍‌ଲାଇନ୍ ଆବେଦନ ତାରିଖ କ୍ଟୋବର ୧୪ରୁ ଆରମ୍ଭ ହୋଇଥିବା ବେଳେ ଆବେଦନର ଶେଷ ତାରିଖ ଅକ୍ଟୋବର ୨୮ ତାରିଖ।

ଖାଲି ପଦବୀ:

ସାଧାରଣ ବର୍ଗ ପାଇଁ ୨୨ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ EWS ପାଇଁ ୦୫ଟି ପୋଷ୍ଟ୍‌ ଖାଲି ପଡ଼ିଛି। OBCଙ୍କ ପାଇଁ ୧୩ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ SC ପାଇଁ ୦୭ଟି ପୋଷ୍ଟ୍‌ ଖାଲି ପଡ଼ିଛି। STଙ୍କ ପାଇଁ ୦୩ଟି ପୋଷ୍ଟ୍‌ ଖାଲି ପଡ଼ିଛି। ଏହିପରି ଭାବେ ମୋଟ୍  ୫୦ଟି ପୋଷ୍ଟ୍ ଖାଲି ପଡ଼ିଛି।

ଯୋଗ୍ୟତା:

ଆବେଦନ କରିବା ପାଇଁ ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଏଗ୍ରିକଲ୍‌ଚର ସାଇନ୍ସରେ B.Sc. ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ବୟସ ସୀମା:

ଆବେଦନ ପାଇଁ ସର୍ବନିମ୍ନ ବୟସସୀମା ୨୭ବର୍ଷ ବୟସ ହୋଇଥିବା ବେଳେ ସର୍ବାଧିକ ବୟସସୀମା ବିଜ୍ଞପ୍ତିରେ ଦିଆଯାଇନି।

ମାସିକ ଦରମା:

ଚୟନ ହେବା ପରେ ମାସ ୪୦ ହଜାର ଟଙ୍କା ଦରମା ମିଳିବ

ଆବେଦନ ଶୁଳ୍କ:

ସାଧାରଣ ବର୍ଗ/ OBC/EWS – ୩୦୦ ଟଙ୍କା

SC/ST /PWBDମହିଳା/ESM – ଦେୟମୁକ୍ତ