Odisha Plus 2 Colleges: ଯୁକ୍ତ ୨ ମହାବିଦ୍ୟାଳୟରେ ୯ ଶହରୁ ଅଧିକ ନୂତନ ପଦକୁ ମିଳିଲା ସରକାରୀ ଅନୁମୋଦନ, ଆରମ୍ଭ ହେବ ନିଯୁକ୍ତି
Advertisement
Article Detail0/zeeodisha/odisha1775408

Odisha Plus 2 Colleges: ଯୁକ୍ତ ୨ ମହାବିଦ୍ୟାଳୟରେ ୯ ଶହରୁ ଅଧିକ ନୂତନ ପଦକୁ ମିଳିଲା ସରକାରୀ ଅନୁମୋଦନ, ଆରମ୍ଭ ହେବ ନିଯୁକ୍ତି

Higher Secondary Schools in Odisha: ରାଜ୍ୟରେ ଏବେ ୧୦୬ ବିଦ୍ୟାଳୟକୁ ନବୀକରଣ କରାଯାଇ ବିଦ୍ୟାଳୟ ଶିକ୍ଷାରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀକୁ ଯୋଗ କରାଯାଇଛି। ଏହା ପରେ ଓଡ଼ିଶା ସରକାର ୬୪୨ ଶିକ୍ଷକ ଏବଂ ୨୬୦ ଅଣ ଶିକ୍ଷକ ପଦବୀ ସୃଷ୍ଟି କରିଥିଲେ। 

 

Odisha Plus 2 Colleges: ଯୁକ୍ତ ୨ ମହାବିଦ୍ୟାଳୟରେ ୯ ଶହରୁ ଅଧିକ ନୂତନ ପଦକୁ ମିଳିଲା ସରକାରୀ ଅନୁମୋଦନ, ଆରମ୍ଭ ହେବ ନିଯୁକ୍ତି

Odisha Plus 2 Colleges Recruitment: ରାଜ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷାକୁ ମଜବୁତ କରିବା ଲକ୍ଷ୍ୟରେ ଯୁକ୍ତ ୨ ମହାବିଦ୍ୟାଳୟରେ ୯ ଶହରୁ ଅଧିକ ନୂତନ ପଦକୁ ମିଳିଛି ଓଡ଼ିଶା ସରକାରଙ୍କ ଅନୁମୋଦନ। ଏହି ୯ ଶହରୁ ଉର୍ଦ୍ଧ୍ୱ ପଦବୀରେ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ଏକ ବୃହତମ ନିଯୁକ୍ତି ଅଭିଯାନ।

ଜୁଲାଇ ୧୧ ତାରିଖ ମଙ୍ଗଳବାର ଓଡ଼ିଶା ସରକାରଙ୍କ (Government of Odisha) ସୂଚନା ଏବଂ ଲୋକସମ୍ପର୍କ ବିଭାଗ (Information & Public Relations Department) ପକ୍ଷରୁ ପ୍ରକାଶିତ ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ (Higher Secondary Schools in Odisha) ୬୪୨ ଶିକ୍ଷକ ପଦ ସହିତ ମୋଟ ୯୦୨ ନୂତନ ପଦବୀ ସୃଷ୍ଟି କରିବାକୁ ଓଡିଶା ସରକାର ଅନୁମୋଦନ କରିଛନ୍ତି।  ଯୁକ୍ତ ୨ ମହାବିଦ୍ୟାଳୟ (Plus 2 Colleges in Odisha) ଭାବରେ ନବୀକରଣ ହୋଇଥିବା ବିଦ୍ୟାଳୟରେ ଖାଲିଥିବା ପଦବୀକୁ ଅବଗତ କରାଯିବ। ଖୁବ ଶୀଘ୍ର ଏହି ପଦରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ।

ସମ୍ପ୍ରତି ନବୀକରଣ ହୋଇଥିବା ୧୦୬ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆବଶ୍ୟକତାକୁ ପୂରଣ କରିବା ପାଇଁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ (School and Mass Education Department) ୬୪୨ ସ୍ନାତକୋତ୍ତର ଶିକ୍ଷକ (Post Graduate Teachers) ଏବଂ ୨୬୦ ଅଣଶିକ୍ଷକ କର୍ମଚାରୀଙ୍କ (Non Teaching Staff) ପାଇଁ ନିଯୁକ୍ତି ପ୍ରସ୍ତାବ ଦେଇଥିଲା। ଯାହାକୁ ଓଡ଼ିଶା ସରକାର ଗ୍ରହଣ କରିଛି। ଏନେଇ ପ୍ରକାଶିତ ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, କର୍ମଚାରୀଙ୍କ ଅଭାବକୁ ସକ୍ରିୟ ଭାବରେ ଚିହ୍ନଟ କରିବା ଏବଂ ଉନ୍ନତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ସୃଷ୍ଟି ପାଇଁ ନୂତନ ଉପାୟ ଅନୁସନ୍ଧାନ କରିବାକୁ ରାଜ୍ୟ ସରକାର ଗଣଶିକ୍ଷା ବିଭାଗ ଉଦ୍ଦେଶ୍ୟରେ ନିର୍ଦ୍ଦେଶ ଦେଇଥିଲେ।

ନିକଟରେ ରାଜ୍ୟରେ ମୋଟ ୧୦୬ ବିଦ୍ୟାଳୟକୁ ନବୀକରଣ କରାଯାଇ ବିଦ୍ୟାଳୟ ଶିକ୍ଷାରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀକୁ ଯୋଗ କରାଯାଇଛି। ଏହି ନୂତନ ଶ୍ରେଣୀ ସହିତ, ରାଜ୍ୟ ସରକାର ୬୪୨ ଶିକ୍ଷକ ପଦ (Teaching Staff) ସହ ୨୬୦ ଅଣ ଶିକ୍ଷକ ପଦବୀ (Non Teaching Staff) ସୃଷ୍ଟି କରିଥିଲେ। ଅନୁମୋଦିତ ହୋଇଥିବା ଅଣ-ଶିକ୍ଷକ ପଦବୀ ମଧ୍ୟରୁ ୨୪ ପଦ ଲାବୋରେଟୋରୀ ଆସିସଷ୍ଟାଣ୍ଟ୍ (Laboratory Assistants) ଏବଂ ଲାବୋରେଟୋରୀ ଆଟେଣ୍ଡାଣ୍ଟ (Laboratory Attendants), ୧୦୬ ପଦ ଆସିସଷ୍ଟାଣ୍ଟ୍ ଲାଇବ୍ରେରିଆନ (Assistant Librarians) ଏବଂ ୧୦୬ ପଦ କନିଷ୍ଠ କିରାଣୀଙ୍କ (Junior Clerks) ପାଇଁ ଉଦ୍ଦିଷ୍ଟ ରହିଛି।