Railway Recruitment: ରେଳବାଇ ସ୍ପୋର୍ଟସ୍ କୋଟା ଗ୍ରୁଫ (D)ରେ ନିଯୁକ୍ତି ସୁଯୋଗ, ୫୦ ହଜାର ଉପରେ ଦରମା
Advertisement

Railway Recruitment: ରେଳବାଇ ସ୍ପୋର୍ଟସ୍ କୋଟା ଗ୍ରୁଫ (D)ରେ ନିଯୁକ୍ତି ସୁଯୋଗ, ୫୦ ହଜାର ଉପରେ ଦରମା

Railway Recruitment: ରେଳବାଇରେ ଚାକିରି ପାଇଁ ଇଚ୍ଛୁକ ଥିବା ଆଶାୟୀଙ୍କ ପାଇଁ ଖୁସି ଖବର । ଦଶମ ପାସ୍ କରିଥିଲେ ମିଳିବ ରେଳବାଇରେ ଚାକିରି । ଏହି ପ୍ରକ୍ରିୟାରେ ରେଳବାଇରେ ସ୍ପୋର୍ଟସ୍ କୋଟା ଗ୍ରୁଫ (ଡ଼ି)ର ଖାଲି ପଦବୀ ପୂରଣ ହେବ । ଏନେଇ ଉତ୍ତର ରେଳବାଇ ପକ୍ଷରୁ ଏକ ନୂଆ ବିଜ୍ଞପ୍ତି ଜାରି କରାଯାଇଛି ।

ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୱେଟ୍ ଲିଫ୍‌ଟିଙ୍ଗ୍ ମ୍ୟାନ୍, ଫୁଟ୍‌ବଲ୍ ମ୍ୟାନ୍, ଆଥ୍‌ଲେଟିକ୍, ବକ୍‌ସିଂ, ହକି ଆଦିର ଅନେକ ପଦବୀ ପୂରଣ ହେବ। ଏହି ପଦବୀ ପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ୍ ୩୮ଟି ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି।ଲଆଗ୍ରହୀ ପ୍ରାର୍ଥୀମାନେ ରେଳବାଇର ଅଫିସିଆଲ୍ ୱେବସାଇଟ https://www.rrcnr.org/କୁ କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହୁଁଥିଲେ ଏହି ଲିଙ୍କ୍‌ Northern Railway Group D Recruitment apply for 38 posts Notificationରେ କ୍ଲିକ୍ କରନ୍ତୁ।

ଗୁରୁତ୍ବପୂର୍ଣ୍ଣ ତାରିଖ

ଏନେଇ ଅନଲାଇନ ଆବେଦନ ପ୍ରକ୍ରିୟା ୧୬ ଏପ୍ରିଲ ୨୦୨୪ରୁ ଆରମ୍ଭ ହୋଇଥିବା ବେଳେ ଆବେଦନର ଶେଷ ତାରିଖ ୧୬ ମେ’ ରହିଛି ।

ଖାଲି ପଡ଼ିଥିବା ପଦବୀ

ମୋଟ ପଦବୀ- -୩୮ଟି ପୋଷ୍ଟ୍

ଶିକ୍ଷାଗତ ଯୋଗ୍ୟତା

  • ମାନ୍ୟତା ବୋର୍ଡ଼ରୁ ଦଶମ ପାସ୍
  • କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ସ୍ପୋର୍ଟ୍ସରେ ସାର୍ଟିଫିକେଟ୍

ବୟସ ସୀମା

ସର୍ବନିମ୍ନ ବୟସ ୧୮ ବର୍ଷ ରହିଥିବା ବେଳେ ସର୍ବାଧିକ ବୟସ ୨୫ ବର୍ଷ ରଖାଯାଇଛି । ବୟସ ଗଣନା ୦୧.୦୭.୨୦୨୪ ଅନୁଯାୟୀ ହେବ ।

ମାସିକ ଦରମା

ସର୍ବନିମ୍ନ ଦରମା- ୧୮,୦୦୦ ଟଙ୍କା

ସର୍ବାଧିକ ଦରମା-୫୬,୯୦୦ ଟଙ୍କା

ଆବେଦନ ଶୁଳ୍କ

ସାଧାରଣ ବର୍ଗ- ୫୦୦ ଟଙ୍କା

ଚୟନ ପ୍ରକ୍ରିୟା

ସ୍କ୍ରିନିଂ ପ୍ରଦର୍ଶନ

ଡକ୍ୟୁମେଣ୍ଟ ଯାଞ୍ଚ

ଖେଳ ପରୀକ୍ଷା

ଆବେଦନ ପ୍ରକ୍ରିୟା

ଅଫିସିଆଲ ୱେବସାଇଟ https://www.rrcnr.org/କୁ ଯାଇ ସେଠାରେ ହୋମପେଜରେ Northern railway Group D Recruitment 2024 ଲିଙ୍କରେ କ୍ଲିକ୍ କରନ୍ତୁ । ଏହାପରେ ଆବେଦନ ବିବରଣୀ ପ୍ରଦାନ କରିବା ପରେ ଆବେଦନ ଫର୍ମ ଦାଖଲ କରି ସବମିଟ୍ କରନ୍ତୁ ।