SBI RBO Recruitment 2023: ଏସବିଆଇ ବାହାର କଲା ବମ୍ପର ନିଯୁକ୍ତି, ଶୀଘ୍ର କରିନିଅନ୍ତୁ ଆବେଦନ
Advertisement

SBI RBO Recruitment 2023: ଏସବିଆଇ ବାହାର କଲା ବମ୍ପର ନିଯୁକ୍ତି, ଶୀଘ୍ର କରିନିଅନ୍ତୁ ଆବେଦନ

SBI RBO Recruitment 2023: ଯୁବପିଢୀଙ୍କ ଲାଗି ଆସିଲା ଖୁସି ଖବର । ଦେଶର ସର୍ବବୃହତ ବ୍ୟାଙ୍କ ଏସବିଆଇ ଅବସରପ୍ରାପ୍ତ ବ୍ୟାଙ୍କିଙ୍ଗ ଅଧିକାରୀଙ୍କ ପଦବୀରେ ଏହି ବମ୍ପର ନିଯୁକ୍ତି ବାହାର କରିଛି । ବ୍ୟାଙ୍କର ଅଫିସିଆଲ ୱେବସାଇଟ୍ sbi.co.in କୁ ଯାଇ ତଳେ ଥିବା ଲିଙ୍କରେ କ୍ଲିକ୍ କରି ଏହି ପଦବୀ ଲାଗି ଆବେଦନ କରିପାରିବେ ।

ସୌ(ସୋସିଆଲ ମିଡିଆ)

SBI RBO Recruitment 2023: ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ଆସିଲା ବମ୍ପର ନିଯୁକ୍ତି। ଦେଶର ସର୍ବବୃହତ ବ୍ୟାଙ୍କ ଏସବିଆଇ(State bank of india) ଅବସରପ୍ରାପ୍ତ ବ୍ୟାଙ୍କିଙ୍ଗ ଅଧିକାରୀଙ୍କ ପଦବୀରେ ଏହି ବମ୍ପର ନିଯୁକ୍ତି ବାହାର କରିଛି । ସରକାରୀ ବିଜ୍ଞପ୍ତି ଅନୁଯାୟୀ ମୋଟ ୮୪୮ଟି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ । ଖାଲିଥିବା ଏହି ପୋଷ୍ଟ ଗୁଡ଼ିକରେ ଆବେଦନ ତାରିଖ ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ଶେଷ ହେବ। କେବଳ ଅଭିଜ୍ଞତା ଥିବା ପ୍ରାର୍ଥୀମାନେ ଏହି ପଦବୀ ଲାଗି ଆବେଦନ କରିବା ପାଇଁ ଯୋଗ୍ୟ ଅଟନ୍ତି । ବ୍ୟାଙ୍କର ଅଫିସିଆଲ ୱେବସାଇଟ୍ sbi.co.in କୁ ଯାଇ ତଳେ ଥିବା ଲିଙ୍କରେ କ୍ଲିକ୍ କରି ଏହି ପଦବୀ ଲାଗି ଆବେଦନ କରିପାରିବେ ।

ବୟସ

ଏହି ପଦବୀରେ ଆବେଦନ କରିବା ପାଇଁ ୧୦ ମାର୍ଚ୍ଚ ୨୦୨୩ ସୁଦ୍ଧା ସର୍ବନିମ୍ନ ବୟସ ୬୦ ବର୍ଷ ଓ ସର୍ବାଧିକ ୬୩ ବର୍ଷ ହେବା ଉଚିତ ।

ଶିକ୍ଷାଗତ ଯୋଗ୍ୟତା

ଆବେଦନକାରୀ ବ୍ୟାଙ୍କର ଜଣେ ଅବସରପ୍ରାପ୍ତ ଅଧିକାରୀ ହୋଇଥିବାରୁ କୌଣସି ବିଶେଷ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନାହିଁ । ପର୍ଯ୍ୟାପ୍ତ କାର୍ଯ୍ୟ ଅଭିଜ୍ଞତା, ସିଷ୍ଟମ୍ , ଓ ପ୍ରଣାଳୀ ବିଷୟରେ ଗଭୀର ଜ୍ଞାନ ସମ୍ପୃକ୍ତ କ୍ଷେତ୍ରରେ ସାମଗ୍ରିକ ବୃତ୍ତିଗତ ଦକ୍ଷତା ଥିବା ପୂର୍ବତନ ଅଧିକାରୀମାନଙ୍କୁ ଅଗ୍ରାଧିକାର ଦିଆଯିବ।

କେମିତି କରିବେ ଆବେଦନ

ଏସବିଆଇର (SBI) କ୍ୟାରିୟର ପେଜ Sbi.co.in/web/careers କୁ ଯାଆନ୍ତୁ ।

ଚୁକ୍ତିନାମା ଭିତ୍ତିରେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀଙ୍କ ନିଯୁକ୍ତି  ଅନ୍ତର୍ଗତ ଆବେଦନ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।

ଆବେଦନ କରିବା ଲାଗି ଲଗଇିନ୍ କରନ୍ତୁ ।

ସବିଶେଷ ତଥ୍ୟ, ଦେୟ ଦେବା ପରେ ଫର୍ମ ଦାଖଲ କରନ୍ତୁ ।

ପରେ ଏକ ପ୍ରିଣ୍ଟ ଆଉଟ କପି ବାହାର କରିଥାଆନ୍ତୁ ।

Also Read-UPSC Recruitment 2023: ୪୫ଟି ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କଲା ୟୁପିଏସସି, ୧୧ ମାର୍ଚ୍ଚରୁ କରିପାରିବେ ରେଜିଷ୍ଟ୍ରେସନ୍

Also Read-Sarkari Naukari 2023: ଖୁସି ଖବର ୭ମ, ୧୦ମ ଓ ଯୁକ୍ତ ୨ ପାସ୍ କରିଥିଲେ ମିଳିବ ସରକାରୀ ଚାକିରି, ଶୀଘ୍ର କରନ୍ତୁ ଆବେଦନ