Railway Recruitment 2023: ଦକ୍ଷିଣ ପଶ୍ଚିମ ରେଳବାଇର ୯୦୪ ପଦ ପାଇଁ ବାହାରିଲା ନିଯୁକ୍ତ, ଶୀଘ୍ର କରନ୍ତୁ ଆବେଦନ
Advertisement
Article Detail0/zeeodisha/odisha1775615

Railway Recruitment 2023: ଦକ୍ଷିଣ ପଶ୍ଚିମ ରେଳବାଇର ୯୦୪ ପଦ ପାଇଁ ବାହାରିଲା ନିଯୁକ୍ତ, ଶୀଘ୍ର କରନ୍ତୁ ଆବେଦନ

South EWestern Railway Apprentice 2023:  ଦକ୍ଷିଣ-ପଶ୍ଚିମ ରେଳମଣ୍ଡଳ ପକ୍ଷରୁ ବିଭିନ୍ନ ବିଭାଗରେ ୯୦୪ ପଦ ପାଇଁ ବାହାରିଛି ନିଯୁକ୍ତି। ଦଶମ ପାସ କରିଥିବା ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ କରିପାରିବେ।

Railway Recruitment 2023: ଦକ୍ଷିଣ ପଶ୍ଚିମ ରେଳବାଇର ୯୦୪ ପଦ ପାଇଁ ବାହାରିଲା ନିଯୁକ୍ତ, ଶୀଘ୍ର କରନ୍ତୁ ଆବେଦନ

South Western Railway Recruitment 2023: ରେଳବାଇରେ ଚାକିରି ପାଇବା ପାଇଁ ଆସିଛି ଏକ ସୁବର୍ଣ୍ଣ ସୁଯୋଗ। ଭାରତୀୟ ରେଳବାଇ ପକ୍ଷରୁ ବାହାରିଛି ଧମାକାଦାର ନିଯୁକ୍ତି। ଦକ୍ଷିଣ-ପଶ୍ଚିମ ରେଳମଣ୍ଡଳ ପକ୍ଷରୁ ୯୦୪ ପଦରେ ନିଯୁକ୍ତି ପାଇଁ ଆବେଦନ ଆମନ୍ତ୍ରଣ କରିଛି। ଦଶମ ପାସ୍ କରିଥିବା ପ୍ରାର୍ଥୀ ଏହି ରେଳବାଇ ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଏହି ପଦବୀ ଦକ୍ଷିଣ ପଶ୍ଚିମ ରେଳବାଇ ଅଧିନସ୍ଥ ବିଭିନ୍ନ ଡିଭିଜନ, ୱାର୍କଶପ୍, ୟୁନିଟ୍ ଠାରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ ଉଦ୍ଦିଷ୍ଟ। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ସେମାନଙ୍କର ଆବେଦନ କେବଳ RRC/SWR/UBL ୱେବସାଇଟ୍ ଯଥା www.rrchubli.in ମାଧ୍ୟମରେ ଅନଲାଇନ୍ ଦାଖଲ କରିପାରିବେ। ଦକ୍ଷିଣ-ପଶ୍ଚିମ ରେଳମଣ୍ଡଳ ଅଧିନରେ ଖାଲି ପଡ଼ିଥିବା ଏହି ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ରେଳବାଇ ନିଯୁକ୍ତି ୨୦୨୩: ଗୁରୁତ୍ୱପୂର୍ଣ୍ଣ ତାରିଖ

  • ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ: ୩ ଜୁଲାଇ ୨୦୨୩ 
  • ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ: ୨ ଅଗଷ୍ଟ ୨୦୨୩ 

ରେଳବାଇ ନିଯୁକ୍ତି ୨୦୨୩: ନିଯୁକ୍ତି ବିବରଣୀ
ଦକ୍ଷିଣ ପଶ୍ଚିମ ରେଳମଣ୍ଡଳ ଅଧିନରେ ମୋଟ ୯୦୪ ପଦ ପାଇଁ ବାହାରିଛି ନିଯୁକ୍ତି। ଏହି ସମସ୍ତ ପଦ ମଧ୍ୟରୁ ହୁବଲି ଡିଭିଜନ ପାଇଁ ୨୩୭, ହୁବଲି ରିପେୟାର ୱାର୍କସପ୍ ପାଇଁ ୨୧୭, ବେଙ୍ଗାଲୁରୁ ଡିଭିଜନ ପାଇଁ  ୨୩୦, ମହୀଶୂର ଡିଭିଜନ ପାଇଁ ୧୭୭, ସେଣ୍ଟ୍ରାଲ ୱାର୍କସପ୍ ମହୀଶୂର ପାଇଁ ୪୩ ପଦ ଉଦ୍ଦିଷ୍ଟ ରହିଛି।

ରେଳବାଇ ନିଯୁକ୍ତି ୨୦୨୩: ଶିକ୍ଷାଗତ ଯୋଗ୍ୟତା
କୌଣସି ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ପ୍ରାର୍ଥୀ ସର୍ବନିମ୍ନ ୫୦% ମାର୍କ ସହିତ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ। ଏହା ସହିତ ପ୍ରାର୍ଥୀଙ୍କ ପାଖରେ ସମ୍ପୃକ୍ତ ବିଭାଗରେ ଆଇଟିଆଇ ସାର୍ଟିଫିକେଟ୍ ଥିବା ଆବଶ୍ୟକ।

ରେଳବାଇ ନିଯୁକ୍ତି ୨୦୨୩: ବୟସ ସୀମା
ଏହି ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୫ ବର୍ଷ ଏବଂ ସର୍ବାଧିକ ବୟସ ୧୪ ବର୍ଷ ହୋଇଥିବା ଆବଶ୍ୟକ। ବୟସ ଗଣନା  ୨ ଅଗଷ୍ଟ ୨୦୨୩ ଆଧାରରେ ଗଣନା କରାଯିବ। ସଂରକ୍ଷିତ ବର୍ଗ ପାଇଁ ନିୟମ ଅନୁଯାୟୀ ଆଶ୍ୱସ୍ତି ପ୍ରଦାନ କରାଯିବ।

ରେଳବାଇ ନିଯୁକ୍ତି 2023: ଚୟନ ପ୍ରକ୍ରିୟା 
ରେଳବାଇ ଉଭୟ ମାଟ୍ରିକ୍ ଏବଂ ଆଇଟିଆଇ ପାଠ୍ୟକ୍ରମରେ ପ୍ରାର୍ଥୀଙ୍କ ଦ୍ୱାରା ପ୍ରାପ୍ତ ଶତକଡ଼ା ମାର୍କ ନେଇ ଏକ ମେରିଟ୍ ତାଲିକା ପ୍ରସ୍ତୁତ କରିବ।

ରେଳବାଇ ନିଯୁକ୍ତି 2023: କିପରି କରିବେ ଆବେଦନ 
ଅନଲାଇନ୍ ଆବେଦନ ପୂରଣ କରିବାକୁ RRC/Hubli ୱେବସାଇଟ୍ www.rrchubli.in ପରିଦର୍ଶନ କରି ଲଗ୍ ଇନ୍ କରନ୍ତୁ। ଏହା ପରେ ନିର୍ଦ୍ଦେଶ ଅନୁଯାୟୀ ଅନଲାଇନ୍ ଫର୍ମ ପୂରଣ କରନ୍ତୁ।