UGC NET 2025: ବିଶ୍ବ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନେଟ୍ ଡିସେମ୍ବର-୨୦୨୪ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଛି।  ଜାନୁଆରୀ ୩ରୁ  ଆରମ୍ଭ ହେବାକୁ ଥିବା ଏହି ପରୀକ୍ଷା ୧୬ ତାରିଖ ଯାଏଁ ଚାଲିବ। ୮୫ ଟି ବିଷୟରେ ଏହି ପରୀକ୍ଷା ହେବ। କମ୍ପ୍ୟୁଟର ବେସଡ୍ ଟେଷ୍ଟ ମୋଡରେ ଏହି ପରୀକ୍ଷା ହେବ। ୨ଟି ସିପ୍ଟରେ ପରୀକ୍ଷା କରାଯିବ ବୋଲି  ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। 


COMMERCIAL BREAK
SCROLL TO CONTINUE READING

ALSO READ: ୨୦୨୫ର ପ୍ରଥମ ସୂର୍ଯ୍ୟ ଗ୍ରହଣରେ ଶନିଙ୍କ ଶୁଭ ଚଳନ, ମାଲାମାଲ୍ ହେବେ ୫ ରାଶି, ପୂରଣ ହେବ ସବୁ ଆଶା!


ALSO READ: Weather Update: ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି



ଜାନୁଆରୀ ୩ରୁ ପବ୍ଲିକ୍ ଆଡମିନଷ୍ଟ୍ରେସନ୍, ଶିକ୍ଷା, ଅର୍ଥନୀତି , ସମବାୟ, ଆପ୍ଲାଏଡ଼ ଅର୍ଥନୀତି ପ୍ରମୁଖ ରହିଛି। ୬ରେ କମ୍ପ୍ୟୁଟର ସାଇନ୍ସ , ରାଜନୀତି ବିଜ୍ଞାନ। ୭ରେ ଇଂରାଜୀ , ବାଣିଜ୍ୟ । ୮ରେ ହିନ୍ଦୀ, ଯୋଗ, ସୋସିଆଲ୍ ଓ୍ବାର୍କ, ସାନ୍ତାଳୀ ଏବଂ ୯ ରେ ଓଡିଆ ,ମ୍ୟାନେଜମେଣ୍ଟ,ଶାରୀରିକ ଶିକ୍ଷା, ସଂସ୍କୃତ, ଆୟୁର୍ବେଦ ବାୟୋଲୋଜି, ପ୍ରାକୃତିକ ବିପର୍ଯ୍ୟୟ। ୧୦ ରେ ଇତିହାସ, ମନସ୍ତତ୍ୟ ବିଜ୍ଞାନ, ପପୁଲେସନ୍ ଷ୍ଟଡିଜ୍ ପରୀକ୍ଷା ଅଛି। ସେହିପରି ୧୫ ରେ ସଂସ୍କୃତ, ସାମ୍ବାଦିକତା ଓ ଗଣ ଯୋଗାଯୋଗ  ଓ ପରିବେଶ ବିଜ୍ଞାନ ପରୀକ୍ଷା ହେବ। ୧୬ରେ ସାମାଜିକ ବିଜ୍ଞାନ, ଦର୍ଶନ ଶାସ୍ତ୍ର, ପରୀକ୍ଷା ହେବ। ଏନେଇ ସମସ୍ତ ସୂଚନା ଏନଟିଏ ଓ୍ବେବସାଇଟ୍  WWW.ugcnet.nta.ac.in ରେ ଉପଲବ୍ଧ ରହିଛି।