Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ପଶ୍ଚିମାଝଡ଼ ପ୍ରଭାବରେ ଆଜି ଓ ଆସନ୍ତାକାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
ବିଶେଷକରି, ପଶ୍ଚିମ ଓ ଉତ୍ତର ଓଡି଼ଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି ।
#Weather briefing (In #Hindi) by Scientist-D: Dr. Sanjeev Dwivedi, based on 0830 Hrs IST observation of #27thDecember,2024.https://t.co/j9nqtRkXnz
— Meteorological Centre, Bhubaneswar (@mcbbsr) December 27, 2024
ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ବେଶ୍ ଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?
ALSO READ: Shani Rahu Yuti 2025: ୨୦୨୫-ମାର୍ଚ୍ଚରେ ଶନି-ରାହୁଙ୍କ ଦୁର୍ଲଭ ଯୋଗ, ଟଙ୍କା ଗଣି ଗଣି ଥକି ଯିବେ ଏହି ତିନି ରାଶି!
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆଜି ବରଗଡ, ବଲାଙ୍ଗୀର, ନୂଆପଡା, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ସୋନପୁରରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।
ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ।
ସେହିପରି, ରବିବାର ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର , କନ୍ଧମାଳ ଓ କଳାହାଣ୍ତିର ସ୍ଥାନେ ସ୍ଥାନେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।
ଏହାବାଦ୍ ଅନ୍ୟସବୁଠି ପାଗ ଶୁଖିଲା ରହିବ।
ଭୁବନେଶ୍ବର ପାଣିପାଗ କେନ୍ଦ୍ର ମୁଖ୍ୟ ଡ. ମନୋରମା ମହାନ୍ତିଙ୍କ କହିବା ଅନୁସାରେ, ଉପକୂଳ ଓ ଏହା ସଂଲଗ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା ନାହିଁ।
ତେଣୁ ପାଗ ଖରାଟିଆ ରହିବାର ସମ୍ଭାବନା ରହିଛି।
୩୦ ତାରିଖ ବେଳକୁ ରାଜ୍ୟରେ ରାତି ତାପମାତ୍ରା କମିବା ସହ ଶୀତ ବଢିବ।
ନୂଆବର୍ଷ ବେଳକୁ ରାଜ୍ୟରେ ଶୀତ ପ୍ରକୋପ ଅଧିକ ହେବାର ସମ୍ଭାବନା ରହିଛି।
ଆସନ୍ତା ୨ ଦିନ ଯାଏଁ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ତା ପରବର୍ତ୍ତୀ ୨ ଦିନ ଭିତରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ କମିପାରେ। ଆଜି ସକାଳେ କଳାହାଣ୍ତି, କନ୍ଧମାଳ, ବଲାଙ୍ଗୀର , ନବରଙ୍ଗପୁରରେ ଘନ କୁହୁଡି ନେଇ ସତର୍କତା ଜାରି ହୋଇଛି। ସେହିପରି, ସୁନ୍ଦରଗଡ, ଝାରସୁଗୁଡା ଓ କେନ୍ଦୁଝରରେ ମଧ୍ୟମ ଧରଣର କୁହୁଡି ହୋଇପାରେ।
ट्रेन्डिंग फोटोज़