Advertisement
Photo Details/zeeodisha/odisha2577756
photoDetails0hindi

୨୦୨୫ର ପ୍ରଥମ ସୂର୍ଯ୍ୟ ଗ୍ରହଣରେ ଶନିଙ୍କ ଶୁଭ ଚଳନ, ମାଲାମାଲ୍ ହେବେ ୫ ରାଶି, ପୂରଣ ହେବ ସବୁ ଆଶା!

Shani Gochar Surya Grahan Sanyog 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ବର୍ତ୍ତମାନ ଶନିଦେବ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ମାର୍ଚ୍ଚ ୨୯ ତାରିଖରେ ରାତି ୧୦ଟା ୭ ମିନିଟ୍ ସମୟରେ ମୀନ ରାଶିକୁ ଚଳନ କରିବେ। ସେହି ଦିନ ବର୍ଷ ୨୦୨୫ର ପ୍ରଥମ ସୂର୍ଯ୍ୟ ଗ୍ରହଣ ପଡୁଛି। ସୂର୍ଯ୍ୟ ଗ୍ରହଣରେ ଶନିଙ୍କ ଚଳନ କିଛି ରାଶି ପାଇଁ ଶୁଭଫଳ ପ୍ରଦାନ କରିବାକୁ ଯାଉଛି। ଯଦି ଜାତକରେ ଶନିଙ୍କ ସ୍ଥିତି ମଜବୁତ୍ ରୁହେ, ତେବେ ବ୍ୟକ୍ତି ଜୀବନରେ ସମସ୍ତ ପ୍ରକାର ସୁଖ ସମୃଦ୍ଧି ପ୍ରାପ୍ତ କରିବା ସହିତ ଧନୀ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ରାଶିଙ୍କ ଭାଗ୍ୟ ଖୋଲୁଛନ୍ତି ଶନିଦେବ।...

1/5
  ମିଥୁନ: ସୂର୍ଯ୍ୟ ଗ୍ରହଣ ଦିନ ଶନିଙ୍କ ଚଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଚାକିରିରେ ପଦୋନ୍ନତି ମିଳିବା ସହିତ ଦରମା ବଢିବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି, ସେମାନଙ୍କୁ କୌଣସି ସଂସ୍ଥାରୁ ଭଲ ଚାକିରି ଅଫର ମିଳିପାରେ। ବିଶେଷକରି, ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ। ଚାଲିଥିବା ବାଣିଜ୍ୟ-ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଇଥିବା ଛାତ୍ରଛାତ୍ରୀ ଭଲ ରେଜଲ୍ଟ କରିବେ। ବିଦେଶ ଯାତ୍ରାର ଯୋଗ ରହିଛି । ସ୍ବାସ୍ଥ୍ୟରେ ଉନ୍ନତି ଆସବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।   ALSO READ: Tripushkar Yoga 2025: ଡିସେମ୍ବର ୩୧ରେ ପଡୁଛି ତ୍ରି-ପୁସ୍କର ଯୋଗ, ଖୁସି ଖବର ପାଇବା ସହ ଏହିସବୁ ରାଶିଙ୍କ ବଢିବ ବ୍ୟାଙ୍କ୍ ବାଲାନ୍ସ   ALSO READ: Weather Update: ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି

2/5
ଧନୁ:  ସୂର୍ଯ୍ୟ ଓ ଶନିଙ୍କ କୃପାରୁ ଏହି ରାଶିର ଭାଗ୍ୟ ଚମକିବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବା ସହ ମାନ-ସମ୍ମାନ ବୃଦ୍ଧି ପାଇବ। ଯେଉଁ ବ୍ୟବସାୟୀମାନେ ବିଦେଶରେ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ।  ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଭଲ ଦ୍ବି-ପଇସା ଲାଭ ପାଇବେ। ଦିର୍ଘ ଦିନର ଘର କିଣିବାର ଆଶା ପୂରଣ ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ନୂଆ କରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଶୁଭ ଖବର ପାଇବେ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ବିବାଦ ଦୂର ହେବ। ବୈବାହିକ ଜୀବନ ସୁଖମୟ ହେବ।   ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ବେଶ୍ ଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

3/5
ମକର: ଶନିଦେବଙ୍କ ବିଶେଷ କୃପା ଏହି ରାଶି ଉପରେ ରହିବ। ଦିର୍ଘ ଦିନ ଧରି ଲାଗି ରହିଥିବା ଆର୍ଥିକ ସଙ୍କଟରୁ ମୁକ୍ତି ମିଳିବ।  ପରିବାର ମଧ୍ୟରେ ହୋଇଥିବା ବିବାଦର ସମାଧାନ ହେବ। ପୈତୃକ ସମ୍ପତ୍ତିକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ଯେଉଁମାନେ ଦିର୍ଘ ଦିନ ହେବ ସରକାରୀ ଚାକିରି ପାଇଁ ଉଦ୍ୟମ ଚଳାଉଛନ୍ତି, ସେମାନଙ୍କ ସ୍ବପ୍ନ ସାକାର ହେବ। ବ୍ୟବସାୟୀଙ୍କ ପାଇଁ ବର୍ଷ ୨୦୨୫ ବେଶ୍ ଶୁଭ ରହିବ। ଦିର୍ଘ ଦିନ ଧରି ଲାଗି ରହିଥିବା ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ନୂଆ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରି ଅଧିକ ଲାଭ ପାଇବେ। ପ୍ରେମୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ନିଜ ସାଥୀଙ୍କ ଠାରୁ ଦାମୀ ଉପହାର ପାଇବେ। ଏକାକୀ  ନିଜ ପତ୍ନୀଙ୍କ ପାଇଁ କୌଣସି ଦାମୀ ଜିନିଷ କିଣିବେ। ସ୍ବାସ୍ଥ୍ୟବସ୍ଥା ଠିକ୍ ରହିବ।

4/5

କୁମ୍ଭ: ବର୍ଷ-୨୦୨୫ରେ ଶନିଙ୍କ ମୀନ ରାଶିକୁ ଚଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ବିଶେଷକରି, ଉଭୟ ସରକାରୀ ଓ ବେସରକାରୀ ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ। ଚାକିରି ବଦଳାଇବା ପାଇଁ ଚାହୁଁଥିବା ଲୋକେ ଚେଷ୍ଟା ଜାରି ରଖନ୍ତୁ। ସଫଳତା ନିଶ୍ଚୟ ପାଇବେ। ସରକାରୀ ଚାକିରିଆଙ୍କୁ ବୋନସ୍ ମିଳିବା ସହିତ ପଦୋନ୍ନତି ମିଳିବ। ପିତାମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଲାଗି ରହିଥିବା ଟେନସନ୍ ଦୂର ହେବ। ସେୟାର ମାର୍କେଟ୍-ରେ ପୁଞ୍ଜି ବିନିଯୋଗ ପାଇଁ ସମୟ ଅକୁକୂଳ ରହିବ। ଏହି ସମୟରେ ବିନିଯୋଗ କଲେ ଦ୍ବି-ଗୁଣିତ ଲାଭ ପାଇବେ। ନୂଆ ଜମି କିଣିବେ।  ବିଦେଶରେ ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ପ୍ରତ୍ୟକ କାର୍ଯ୍ୟରେ ଜୀବନ ସାଥୀଙ୍କ ସମର୍ଥନ ପାଇବେ। ବ୍ୟବସାୟରେ ଅଗ୍ରଗତି କରିବେ। ଆର୍ଥିକ କାରବାର ବଢିବ।

5/5
  ମୀନ: ଏହି ରାଶିରେ ଶନିଙ୍କ ଶୁଭ ଚଳନ ମୀନ ରାଶିକୁ ଧନୀ କରାଇବ।  ଆର୍ଥିକ ସ୍ଥିତି ବଦଳିବ। ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ସମୟ ଭଲ ରହିବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଠାରୁ ସମସ୍ତ କାର୍ଯ୍ୟରେ ପୂର୍ଣ୍ଣ ସମର୍ଥନ ମିଳିବ। ଋଣ ଆସିଥିବା ଟଙ୍କାକୁ ସୁଝିବାରେ ସମର୍ଥ ହେବେ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ। ଯେଉଁଥିରୁ ପ୍ରଚୁର ଲାଭ ପାଇବେ। ବ୍ୟାଙ୍କ୍ ବାଲାନ୍ସ ବଢିବ।  ଦୈନିକ ଆୟରେ ବୃଦ୍ଧି ପାଇବ। ନିଜ ସନ୍ତାନଙ୍କ ଠାରୁ ଭଲ ଖବର ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।   (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)