69 National film award: ଜାତୀୟ ଫିଲ୍ମ ପୁରସ୍କାର ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି
Advertisement
Article Detail0/zeeodisha/odisha1919525

69 National film award: ଜାତୀୟ ଫିଲ୍ମ ପୁରସ୍କାର ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

69 National film award: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ଉତ୍ସବରେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ଜାତୀୟ ଓ ରାଜ୍ୟସ୍ତରୀୟ ଶ୍ରେଷ୍ଠ ସିନେମା ସମେତ କଳାକାର, ଟେକନିସିଆନ, ନିର୍ମାତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । 

69 National film award: ଜାତୀୟ ଫିଲ୍ମ ପୁରସ୍କାର ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

69 National film award: ଆଜି ୬୯ତମ ଜାତୀୟ ଫିଲ୍ମ ପୁରସ୍କାର ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (president draupadi murmu) ଏହି ପୁରସ୍କାର ଉତ୍ସବରେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ଜାତୀୟ ଓ ରାଜ୍ୟସ୍ତରୀୟ ଶ୍ରେଷ୍ଠ ସିନେମା ସମେତ କଳାକାର, ଟେକନିସିଆନ, ନିର୍ମାତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଦେଶର ବିଭିନ୍ନ ଅଞ୍ଚଳର ବରିଷ୍ଠ କଳାକାରମାନଙ୍କୁ ଆଜି ଗୋଟିଏ ମଞ୍ଚରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା । 

ଶ୍ରେଷ୍ଠ ତଥା ପୁରସ୍କୃତ ହୋଇଥିବା ଚଳଚ୍ଚିତ୍ର ଗୁଡିକ ମଧ୍ୟରେ ରହିଛି ହିନ୍ଦି ଚଳଚ୍ଚିତ୍ର ‘ସର୍ଦ୍ଦାର ଉଧମ ସିଂହ’। ଅଲ୍ଲୁ ଅର୍ଜୁନଙ୍କୁ ଚଳଚ୍ଚିତ୍ର ‘ପୁଷ୍ପା’ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ଆଲିଆ ଭଟ୍ଟଙ୍କୁ ‘ଗଙ୍ଗୁବାଇ କାଥିଆୱାଡ଼ି’ ଓ କ୍ରିତି ସାନନଙ୍କୁ ‘ମିମି’ ଫିଲ୍ମ ପାଇଁ ମିଳିତ ଭାବେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ସେହିପରି ଓଡ଼ିଆ ସିନେମା ‘ପ୍ରତୀକ୍ଷା’କୁ  ୬୯ତମ ଜାତୀୟ ଫିଲ୍ମ ପୁରସ୍କାରରେ ପୁରସ୍କୃତ କରାଯାଇଛି । ‘ପ୍ରତୀକ୍ଷା’ (Pratikhya) ସିନେମା ଖୁବ ଲୋକପ୍ରିୟ ହୋଇଥିବା ସମୟରେ ଦୀର୍ଘଦିନ ପର୍ଯ୍ୟନ୍ତ ସିନେମା ହଲରେ ରାଜ କରିଥିଲା । ଏକ ସାଧାରଣ ପରିବାରର ବାପା ପୁଅଙ୍କ ସମ୍ପର୍କକୁ କେନ୍ଦ୍ରକରି ନିର୍ମାଣ ହୋଇଥିବା ଏହି ଚଳଚ୍ଚିତ୍ର ରାଜ୍ୟ ବାହାରର ବିଭିନ୍ନ ପ୍ରେକ୍ଷାଳୟରେ ମଧ୍ୟ ରିଲିଜ ହୋଇଥିଲା । ଫିଲ୍ମରେ ଅଭିନେତା ଦୀପନ୍ୱିତ ଦାସମହାପାତ୍ର (dipanwit dashmohapatra) ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ଅଭିନୟକୁ ଦର୍ଶକେ ଖୁବ ପ୍ରଶଂସା କରିଥିଲେ । ଏହି ଚଳଚ୍ଚିତ୍ରକୁ ଜାତୀୟ ସ୍ତରରେ ପୁରସ୍କାର ମିଳିବା ପରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହା ଓଡ଼ିଆ ସିନେମାକୁ ଖୁବ ଆଗକୁ ନେବ ବୋଲି ଟିମ୍ ଆଶା ରଖିଛି ।

ପୂର୍ବରୁ ଜାତୀୟ ଫିଲ୍ମ ପୁରସ୍କାରର ସମ୍ପର୍କରେ ଘୋଷଣା କରାଯାଇଥିଲା । କେଉଁ କଳାକାରଙ୍କୁ କେଉଁ ସିନେମା ପାଇଁ ପୁରସ୍କାର ମିଳିଛି ଆସନ୍ତୁ ଜାଣିବା ।

ଶ୍ରେଷ୍ଠ ପିଚର ପିଲ୍ମ ପାଇଁ ରୋକେଟେରି: ଦ ନାମ୍ବି ଇଫେକ୍ଟ। ଶ୍ରେଷ୍ଠ ପପୁଲାର ଫିଲ୍ମ  'ଆରଆରଆର୍' । ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ' ଗାନ୍ଧୀ ଆଣ୍ଡ କୋ' ଜୁରି ସ୍ପେଶାଲ ଫିଲ୍ମ  'ଶେରଶାହ' । ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ନିଖିଲ ମହାଜନ (ମରାଠି ଫିଲ୍ମ ‘ଗୋଦାବରୀ’ ପାଇଁ ଆୱାର୍ଡ ମିଳିଛି । ଫିଲ୍ମ  ମିମି ପାଇଁ ଶ୍ରେଷ୍ଠ ସହ ଅଭିନେତା ପୁରସ୍କାର ମିଳିଛି ପଙ୍କଜ ତ୍ରିପାଠୀଙ୍କୁ । ଶ୍ରେଷ୍ଠ ସହ ଅଭିନେତ୍ରୀ ପଲ୍ଲବୀ ଯୋଶୀ ଫିଲ୍ମ  ‘ଦ କାଶ୍ମୀର ଫାଇଲ୍ସ’  । ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଦେବୀ ଶ୍ରୀପ୍ରସାଦ ଫିଲ୍ମ  ‘ପୁଷ୍ପା' ।

ସେହିପରି ସଙ୍ଗୀତ କ୍ଷେତ୍ରରେ ଶ୍ରେଷ୍ଠ ପୁରଷ କଣ୍ଠଶିଳ୍ପୀ କାଳ ଭୈରବଙ୍କୁ ‘କୁମରମ ଭିମୁଡୋ’ଗୀତ ପାଇଁ ପୁରସ୍କାର ମିଳିଛି । ମାୟାଭ ଚୟାଭା ପାଇଁ ଶ୍ରେୟା ଘୋଷାଲଙ୍କୁ ଶ୍ରେଷ୍ଠ ମହିଳା କଣ୍ଠଶିଳ୍ପୀ । ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପାଇଁ  ଏମଏମ କିରାଭନୀଙ୍କୁ । ଶେଷ୍ଠ ଏଡିଟିଂ ପାଇଁ ସଞ୍ଜୟ ଲୀଲା ଭଂସାଲୀ । ଶ୍ରେଷ୍ଠ ଡାଏଲଗ୍‌ ପାଇଁ ଉତ୍କର୍ଷିନୀ ବଶିଷ୍ଠା ଏବଂ ପ୍ରକାଶ କାପାଡିଆଙ୍କୁ । ଶ୍ରେଷ୍ଠ ସ୍କ୍ରିନ ପ୍ଲେ ପାଇଁ ସଞ୍ଜୟ ଲୀଲା ଭଂସାଲୀ ଏବଂ ଉତ୍କର୍ଷିନୀ ବଶିଷ୍ଠାଙ୍କୁ ପୁରସ୍କୃତ କରାଯାଇଛି ।

Also Read- Same Sex Marriage: ସମଲିଙ୍ଗୀ ବିବାହକୁ କାହିଁକି ମନା କଲେ ସୁପ୍ରିମକୋର୍ଟ? କାରଣ କଣ?

Also Read- ବାସ୍ତୁପୁରୁଷ କିଏ ? କ’ଣ ପାଇଁ କୌଣସି ଶୁଭକାର୍ଯ୍ୟରେ ଯଜ୍ଞରେ ପ୍ରଥମେ ଆହୁତି ବାସ୍ତୁ ପୁରୁଷଙ୍କୁ ଦିଆଯାଏ ?