Salman Khan Death Threat: ବିପଦରେ ଭାଇଜାନଙ୍କ ଜୀବନ! ୩୦ ଏପ୍ରିଲ ଲାଷ୍ଟ ଡେଟ୍
Advertisement
Article Detail0/zeeodisha/odisha1647946

Salman Khan Death Threat: ବିପଦରେ ଭାଇଜାନଙ୍କ ଜୀବନ! ୩୦ ଏପ୍ରିଲ ଲାଷ୍ଟ ଡେଟ୍

Salman Khan Death Threat: ବଲିଉଡ଼ ସୁପରଷ୍ଟାର ସଲମାନ ଖାନ୍(Salman Khan) । ଭାଇଜାନଙ୍କ ଜୀବନ ବିପଦରେ ପଡିଛି! କାହିଁକିନା ଦବଙ୍ଗ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି (Salman Khan Death Threat)। ସଲମାନଙ୍କୁ ମାରିଦେବାର ଧମକ ଦେଇଥିବା ଅଭିଯୁକ୍ତ ମଧ୍ୟ ହତ୍ୟା କରିବା ପାଇଁ ଏକ ନିଦ୍ଧିଷ୍ଟ ତାରିଖ ମଧ୍ୟ ଜଣାଇ ସାରିଛନ୍ତି । ୩୦ ଏପ୍ରିଲ (April 30) ସୁଧା ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛି ଅଭିଯୁକ୍ତ । ଏ-ନେଇ ସଲମାନ ଖାନ୍ ମୁମ୍ବାଇ ପୋଲିସ୍ (Mumbai Police) ନିକଟରେ ଅଭିଯୋଗ କରିଛନ୍ତି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Salman Khan Death Threat: ବଲିଉଡ଼ ସୁପରଷ୍ଟାର ସଲମାନ ଖାନ୍(Salman Khan) । ଭାଇଜାନଙ୍କ ଜୀବନ ବିପଦରେ ପଡିଛି! କାହିଁକିନା ଦବଙ୍ଗ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି (Salman Khan Death Threat)। ସଲମାନଙ୍କୁ ମାରିଦେବାର ଧମକ ଦେଇଥିବା ଅଭିଯୁକ୍ତ ମଧ୍ୟ ହତ୍ୟା କରିବା ପାଇଁ ଏକ ନିଦ୍ଧିଷ୍ଟ ତାରିଖ ମଧ୍ୟ ଜଣାଇ ସାରିଛନ୍ତି । ୩୦ ଏପ୍ରିଲ (April 30) ସୁଧା ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛି ଅଭିଯୁକ୍ତ । ଏ-ନେଇ ସଲମାନ ଖାନ୍ ମୁମ୍ବାଇ ପୋଲିସ୍ (Mumbai Police)  ନିକଟରେ ଅଭିଯୋଗ କରିଛନ୍ତି । ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ, ସଲମାନଙ୍କୁ ହତ୍ୟା ପାଇଁ ଆସିଥିବା ଫୋନ କଲଟି ରାଜସ୍ଥାନର ଯୋଧପୁରରୁ(jodhpur) ଅଞ୍ଚଳରୁ ଆସିଥିବା ପୋଲିସ କହିଛି ।  ପୋଲିସ କହିଛି ଯେ, ଫୋନ୍ ଟ୍ରାକିଂ କରି ଯଥାଶୀଘ୍ର ଏହି ମାମଲାରେ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରୁଛି।

ଏପ୍ରିଲ ୧୦ରେ ସଲମାନଙ୍କ ଫିଲ୍ମ 'କିସିକା ଭାଇ କିସିକି ଜାନ୍ 'ର (kisi ka bhai kisi ki jaan trailer) ଟ୍ରେଲର ରିଲିଜ୍ ହୋଇଥିଲା। ଟ୍ରେଲର ଲଞ୍ଜ ହେବାର ରାତିରେ ହିଁ ସଲମାନଙ୍କ ପାଇଁ  ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମକୁ ଆସିଥିଲା (mumbai police control room) ଏକ ଧମକ ପୂର୍ଣ୍ଣ କଲ୍ ବୋଲି ପୋଲିସ୍ କହିଛି । କଲ କରିଥିବା ବ୍ୟକ୍ତି ଜଣକ ନିଜକୁ ରାଜସ୍ଥାନର ଯୋଧପୁରର ବାସିନ୍ଦା (jodhpur) ରକିଭାଇ ବୋଲି ପରିଚୟ ଦେଇଥିଲେ।  ଆସନ୍ତା ୩୦ ତାରିଖରେ  ସଲମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ। ଯାହାର ସବିଶେଷ ତଥ୍ୟ ସଲମାନ ପୋଲିସକୁ ଦେଇଛନ୍ତି । ଏହା ପୂର୍ବରୁ ମଧ୍ୟ ସଲମାନଙ୍କୁ ଅନେକ ଥର ହତ୍ୟା ଧମକ ମିଳି ସାରିଛି । 

fallback

Also Read : Kisi Ka Bhai Kisi Ki Jaan Trailer: ସଂସ୍କୃତରେ ଅନର୍ଗଳ ଶ୍ଲୋକ ଗାଇଲେ ଭାଇଜାନ୍, ଫ୍ୟାନ୍ସ କହିଲେ WOW

Also Read : Weather Update: ଆଜିଠୁ ଆହୁରି ବଢିବ ତାତି, ପଣା ସଂକ୍ରାନ୍ତିରେ ୪୨ ଡିଗ୍ରୀରୁ ଅଧିକ ରହିପାରେ ପାରଦ

ଏହା ପୂର୍ବରୁ ମାର୍ଚ୍ଚ ୧୮ରେ ସଲମାନଙ୍କ ମ୍ୟାନେଜର ପ୍ରସାନ୍ତ ଗୁଞ୍ଜଲକରଙ୍କୁ ଏକ ଧମକପୂର୍ଣ୍ଣ ଇମେଲ ଆସିଥିଲା। ଇମେଲରେ ଲେଖାଯାଇଥିଲା ,'ଗୋଲଡ୍ଡି ବରାରଙ୍କୁ ସଲମାନଙ୍କ ସହ କଥା ହେବାର ଅଛି,ସେ ହୁଏତ ଇଣ୍ଟରଭ୍ୟୁ ଦେଖିଥିବେ, ଯଦି ଦେଖି ନାହାଁନ୍ତି,ତେବେ ଦେଖିବା ପାଇଁ କୁହନ୍ତୁ । ଯଦି ମାମଲା ବନ୍ଦ କରିବାକୁ ଚାହୁଁଛ,ତେବେ କଥା କରେଇ ଦିଅ। ଆଉ ଯଦି ଫେସ୍ ଟୁ ଫେସ୍ କରିବାକୁ ଚାହୁଁଛ ତେବେ,କହିଦିଆ । ଏବେ ଜଣାଇଦେଲି। ପରବର୍ତ୍ତୀ ସମୟରେ କେବଳ ଝଟକା ମିଳିବ । ' 

ଏହାପରେ ସଲମାନଙ୍କ ମ୍ୟାନେଜର ବାନ୍ଦ୍ରା ପୋଲିସ ନିକଟରେ ଲରେନ୍ସ ବିଶୋଇ,ରୋହିତ୍ ଗର୍ଗ ଏବଂ ଗୋଲ୍ଡି ବରାରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ କହିଥିଲେ । ପରେ ବାନ୍ଦ୍ରା ସ୍ଥିତ ସଲମାନଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିଲା।  ତେବେ, ସଲମାନଙ୍କୁ ଏଭଳି ବାରମ୍ବାର ଫୋନ କଲ  ଓ ଇମେଲ୍ ଜରିଆରେ ଧମକ ମିଳିବା ପରେ ତାଙ୍କୁ 'ୟାଇ ପ୍ଲସ୍' ସୁରକ୍ଷା ଦିଆଯାଇଛି ।

ସେପଟେ ସଲମାନ ଖାନଙ୍କୁ ବାରମ୍ବାର ହତ୍ୟା ଧମକ ମିଳିବା ପରେ ସେ ଏକ ବୁଲେଟ ପ୍ରୁଫ କାର୍ କିଣିଛନ୍ତି। ଏହି କିଛି ଦିନ ହେବ ସଲମାନ (Nissan Patrol SUV ) ନିଶାନ ପାଟ୍ରୋଲ ଏସୟୁଭିର ବୁଲେଟ ପ୍ରୁଫ କାର୍‌ରେ ବୁଲୁଥିବା ଦେଖିବାକୁ ମିଳିଛି। ସଲମାନଙ୍କ ଗାଡ଼ି ସହ ଫର୍ଚୁନର କାରରେ ତାଙ୍କ ସିକ୍ୟୁରିଟି ଗାର୍ଡ ଏବଂ ଅନ୍ୟ ଏକ ଗାଡ଼ିରେ ପୋଲିସ ଅଫିସର ଯାଉଛନ୍ତି। କୁହାଯାଉଛି ଯେ ସଲମାନ ଖାନ ଏହି କାର୍‌କୁ ବିଦେଶରୁ ଆଣିଛନ୍ତି।