Advertisement
Article Detail0/zeeodisha/odisha2122591
Zee OdishaOdisha EntertainmentVikrant Massey: କାହିଁକି ଓ କାହାକୁ କ୍ଷମା ମାଗିଲେ ବିକ୍ରାନ୍ତ ମେସି? ପୋଷ୍ଟ କରି ଲେଖିଲେ...

Vikrant Massey: କାହିଁକି ଓ କାହାକୁ କ୍ଷମା ମାଗିଲେ ବିକ୍ରାନ୍ତ ମେସି? ପୋଷ୍ଟ କରି ଲେଖିଲେ...

Vikrant Massey:  ନିଜର ଚମତ୍କାର ଅଭିନୟ ସାଙ୍ଗକୁ ସରଳତା ପାଇଁ ସେ ଖୁବ ପରଚିତ । ଗତବର୍ଷ ରିଲିଜ ହୋଇଥିବା ‘୧୨ ଫେଲ୍’ରେ ତାଙ୍କର ଦମଦାର ଅଭିନୟକୁ ବେଶ ପସନ୍ଦ କରିଥିଲେ ଦର୍ଶକ । ଫିଲ୍ମଟି ବକ୍ସ ଅଫିସରେ ହିଟ୍ ମଧ୍ଯ ହୋଇଥିଲା ।

Vikrant Massey: କାହିଁକି ଓ କାହାକୁ କ୍ଷମା ମାଗିଲେ ବିକ୍ରାନ୍ତ ମେସି? ପୋଷ୍ଟ କରି ଲେଖିଲେ...

Vikrant Massey: ବଲିଉଡ଼ ଅଭିନେତା ବିକ୍ରାନ୍ତ ମେସିଙ୍କୁ ଆଜି କିଏ ବା ନ ଜାଣେ । ନିଜର ଚମତ୍କାର ଅଭିନୟ ସାଙ୍ଗକୁ ସରଳତା ପାଇଁ ସେ ଖୁବ ପରଚିତ । ଗତବର୍ଷ ରିଲିଜ ହୋଇଥିବା ‘୧୨ ଫେଲ୍’ରେ ତାଙ୍କର ଦମଦାର ଅଭିନୟକୁ ବେଶ ପସନ୍ଦ କରିଥିଲେ ଦର୍ଶକ । ଫିଲ୍ମଟି ବକ୍ସ ଅଫିସରେ ହିଟ୍ ମଧ୍ଯ ହୋଇଥିଲା ।

ଟେଲିଭିଜନ ଜଗତରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିବା ବିକ୍ରାନ୍ତ ଆଜି ଘରେ ଘରେ ପରିଚିତ । ତେବେ ଟେଲିଭିଜନ ଓ ଫିଲ୍ମ ବ୍ୟତୀତ ଓଟିଟି ଫ୍ଲାଟଫର୍ମରେ ମଧ୍ଯ ତାଙ୍କର ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି । କିନ୍ତୁ ନିକଟରେ ଅତୀତର ଏକ ଭୁଲ୍ ପାଇଁ ଅଭିନେତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡ଼ିଥିଲା । ଯାହା ପରେ ବିକ୍ରାନ୍ତ କ୍ଷମା ପ୍ରାର୍ଥନା କରିଛନ୍ତି।

କାହିଁକି କ୍ଷମା ମାଗିଲେ ବିକ୍ରାନ୍ତ?

Add Zee News as a Preferred Source

ବାସ୍ତବରେ, ୬ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୮ ମସିହାରେ ଜମ୍ମୁ କାଶ୍ମୀରର କଠୁଆରେ ଜଣେ ୮ ବର୍ଷ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ଅଭିନେତା ଏକ ନିର୍ଦ୍ଦିଷ୍ଟ ସମ୍ପଦ୍ରାୟର ଲୋକଙ୍କୁ ଟାଗେର୍ଟ କରି ଟ୍ବିଟ୍ କରିଥିଲେ । ଏମିତି କି, ଏହି ଘଟଣା ଉପରେ କ୍ରୋଧ ପ୍ରକାଶ କରିବା ସହ ଖବର କାଗଜରେ ପ୍ରକାଶିତ ଏକ କାର୍ଟୁନ୍ ମଧ୍ଯ ସେୟାର କରିଥିଲେ । ତେବେ ବର୍ତ୍ତମାନ ଲୋକପ୍ରିୟତାର ଶିଖରେ ଥିବା ବିକ୍ରାନ୍ତଙ୍କୁ ଅଡୁଆରେ ପକାଇଛି ତାଙ୍କର ଏହି ପୁରୁଣା ପୋଷ୍ଟ । ଦୀର୍ଘ ୬ ବର୍ଷ ପରେ ଅଭିନେତାଙ୍କ ଏହି ପୁରୁଣା ଟ୍ବିଟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଅନେକ ସୋସିଆଲ ମିଡିଆ ୟୁଜର୍ସ ଏହି ପୋଷ୍ଟ ଦେଖିବା ପରେ ଅସନ୍ତୋଷ ପ୍ରକାଶ କରିବା ସହ ଅଭିନେତାଙ୍କୁ ବୟକଟ୍ କରିବା ନେଇ ଦାବି କରିଥିଲେ । ଯାହା ପରେ କ୍ଷମା ମାଗିଛନ୍ତି ବିକ୍ରାନ୍ତ।

ଏନେଇ ଅଭିନେତା ପୋଷ୍ଟ କରି ଲେଖିଛନ୍ତି, ‘ମୋର ୨୦୧୮ ମସିହାର ଟ୍ବଟ୍ ବିଷୟରେ ମୁଁ କିଛି କହିବାକୁ ଚାହେଁ । ହିନ୍ଦୁ ସମ୍ପ୍ରଦାୟକୁ ଆଘାତ, ବଦନାମ କିମ୍ବା ଅପମାନିତ କରିବା ମୋର ଉଦ୍ଦେଶ୍ୟ ନଥିଲା । କିନ୍ତୁ ଯଦି ଏହି ଟ୍ୱିଟରେ ଥିବା ଲୁକ୍କାୟିତ ଦୃଶ୍ୟ ହଟା ଯାଏ ତେବେ ମୁଁ ଏହି ପୋଷ୍ଟରେ କରିଥିବା ଭୁଲ୍ କୁ ସ୍ବୀକାର କରୁଛି । ଖବରକାଗଜରେ ପ୍ରକାଶିତ ଏହି କାର୍ଟୁନ୍ ସେୟାର ନକରି ମଧ୍ୟ ସମାନ କଥା କୁହାଯାଇ ପାରିଥାଆନ୍ତା । ଏହି ପୋଷ୍ଟ ଦ୍ୱାରା ଆଘାତ ପାଇଥିବା ସମସ୍ତଙ୍କୁ ମୁଁ କ୍ଷମା ମାଗିବାକୁ ଚାହୁଁଛି । ଆପଣ ସମସ୍ତେ ଜାଣିଥିବେ, ମୁଁ ସମସ୍ତ ଧର୍ମକୁ ସମ୍ମାନ କରିଥାଏ । ଆମେ ସମୟ ସହିତ ବଡ଼ ହେଉ ଏବଂ ନିଜର ଭୁଲରୁ ହିଁ ଶିଖିଥାଉ । ଏହା ମୋର ଭୁଲ ଥିଲା’ ।

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author