Tamanna Bhatia: ବଲିଉଡ଼ ଅଭିନେତ୍ରୀ ତମନ୍ନା ଭାଟିଆ (Tamanna Bhatia) ନିଜର ୱେବ୍ ସିରିଜ୍ 'ଲଷ୍ଟ ଷ୍ଟୋରୀ-୨' (lust stories 2) ନେଇ ଆଜିକାଲି ବେଶ ଚର୍ଚ୍ଚାରେ ରହିଛନ୍ତି । ଯେଉଁଥିରେ ସେ ନିଜ ପ୍ରେମିକ ବିଜୟ ବର୍ମାଙ୍କ (vijay varma) ସହିତ ସ୍କ୍ରିନ୍ ସେୟାର୍ କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ଚର୍ଚ୍ଚା ଭିତରେ ଅଭିନେତ୍ରୀଙ୍କ ଏକ ଭାବପ୍ରବଣ ଭିଡିଓ ସାମ୍ନାକୁ ଆସିଛି, ଯାହା ଏବେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ନିକଟରେ ବିମାନ ବନ୍ଦରରେ ତମନ୍ନା ଭାଟିଆଙ୍କ ଏକ ଇମୋସନାଲ ଭିଡ଼ିଓ ସାମ୍ନାକୁ ଆସିଛି ।


COMMERCIAL BREAK
SCROLL TO CONTINUE READING

ତମନ୍ନା ଭାଟିଆଙ୍କ ଲାଗି ଟାଟୁ କଲେ ଫ୍ୟାନ୍ସ


ଇନଷ୍ଟାଗ୍ରାମରେ ତମନ୍ନା ଭାଟିଆ (Tamanna Bhatia) ଏକ ଭିଡିଓ ସେୟାର କରିଛନ୍ତି। ପ୍ରକାଶ ଥାଉ କି, ଅଭିନେତ୍ରୀଙ୍କୁ ମଙ୍ଗଳବାର ଦିନ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ଏହି ସମୟରେ ଅଭିନେତ୍ରୀ ନିଜର ଏକ ମହିଳା ପ୍ରଶଂସକଙ୍କୁ ଭେଟିଥିଲେ । ଏହି ମହିଳା ଫ୍ୟାନ୍ସ ଜଣଙ୍କ ନିଜ ହାତରେ ତମନ୍ନାଙ୍କ ଚେହେରା ଥିବା ଏକ ଟାଟୁ (tattoo) ତିଆରି କରିଥିଲେ । ଏହା ଦେଖି ଅଭିନେତ୍ରୀ ଇମୋସନାଲ ହୋଇଯାଇଥିଲେ ।



କାନ୍ଦି ପକାଇଲେ ଅଭିନେତ୍ରୀ


ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ ପୁଷ୍ପ ଗୁଚ୍ଛ ଧରି ଜଣେ ମହିଳା ପ୍ରଶଂସକ ଜଣଙ୍କ ପ୍ରଥମେ ତମନ୍ନା ଭାଟିଆଙ୍କ ପାଦକୁ ସ୍ପର୍ଶ କରୁଛନ୍ତି, ଅଟକାଇବାକୁ ଯାଇ ଅଭିନେତ୍ରୀ ତାଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି  । ଏହା ପରେ ମହିଳା ଫ୍ୟାନ୍ସ ଜଣଙ୍କ ତମନ୍ନାଙ୍କୁ ନିଜ ହାତରେ ତିଆରି କରିଥିବା ଟାଟୁ ଦେଖାଉଛନ୍ତି । ଯେଉଁଥିରେ ଲେଖା ଅଛି, "ଲଭ୍ ୟୁ ତମନ୍ନା" । କଳା ଓ ଧଳା ରଙ୍ଗରେ ତିଆରି ହୋଇଥିବା ଏହି ଟାଟୁରେ ତମନ୍ନାଙ୍କ ଚେହେରା ଆଙ୍କିଛନ୍ତି ଏହି ମହିଳା ପ୍ରଶଂସକ । ଏହାପରେ ଏହି ମହିଳା ଫ୍ୟାନ୍ସ ଜଣଙ୍କ ଅଭିନେତ୍ରୀଙ୍କୁ ହାତ ତିଆରି କାର୍ଡ଼ ଓ ଏକ ଚିଠି ପ୍ରଦାନ କରୁଥିବା ଦେଖିବାକୁ ମିଳିଛି।


ଅଭିନେତ୍ରୀ ପ୍ରଶଂସକଙ୍କୁ କହିଲେ ଥ୍ୟାଙ୍କ ୟୁ


ଫ୍ୟାନ୍ସଙ୍କ ଠାରୁ ଏପରି ଭଲ ପାଇବା ପାଇବା ତମନ୍ନା ନିଜ ଭାବନାକୁ ରୋକି ପାରି ନଥିଲେ । ସେ ବାରମ୍ବାର ପ୍ରଶଂସକଙ୍କୁ ଧନ୍ୟବାଦ କହୁଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି । ଏହା ପରେ ଅଭିନେତ୍ରୀ କାରରେ ବସି ଚାଲିଯାଇଥିଲେ । ତମନ୍ନା ଭାଟିଆ ଏକ ବ୍ରାଉନ୍ ବ୍ଲେଜର ମ୍ୟାଚିଙ୍ଗ ପ୍ୟାଣ୍ଟ ଓ ଏକ ଧଳା ରଙ୍ଗର ଟପରେ ବେଶ କୁଲ ଦେଖାଯାଉଥିଲେ । ତମନ୍ନାଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।


 


https://www.instagram.com/reel/Ct9u4Fcxw2G/?utm_source=ig_web_copy_link&igshid=MzRlODBiNWFlZA==


ନିକଟରେ ତମନ୍ନାଙ୍କୁ ୱେବ୍ ସିରିଜ୍ ‘ଜି କରଦା’ରେ (jee karda )ଦେଖିବାକୁ ମିଳିଥିଲା ​ । ଯାହା ୧୫ ଜୁନ୍ ରେ ପ୍ରାଇମ୍ ଭିଡିଓରେ ମୁକ୍ତିଲାଭ କରିଥିଲା ​ । ଏହା ପରେ ସେ ଅଭିନେତ୍ରୀ ବିଜୟ ବର୍ମାଙ୍କ ସହ ୱେବ୍ ସିରିଜ୍ ଲଷ୍ଟ ଷ୍ଟୋରୀ -୨ ରେ ନଜର ଆସିବେ । ଯାହା ୨୯ ଜୁନ୍ ରେ OTT ଫ୍ଲାଟଫର୍ମ ନେଟଫ୍ଲିକ୍ସରେ (Netflix) ମୁକ୍ତିଲାଭ କରିବାକୁ ଯାଉଛି । ଏଥିରେ ଅଭିନେତ୍ରୀ ଅନେକ ବୋଲ୍ଡ ସିନ୍ ଦେଉଥିବା ଦେଖିବାକୁ ମିଳିବ ।


Also Read-Asin: ଇନଷ୍ଟାଗ୍ରାମରୁ କାହିଁକି ସ୍ବାମୀଙ୍କ ଫଟୋ ଡ଼ିଲିଟ କଲେ ଆସିନ୍?


Also Read-Flora Saini: ପୂର୍ବତନ ପ୍ରେମିକଙ୍କ ବିଷୟରେ ଏଭଳି ଖୁଲାସା କଲେ ଫ୍ଲୋରା, କହିଲେ ସେ ମୋ ପ୍ରାଇଭେଟ୍ ପାର୍ଟ...


Also Read-Ollywood News: ଆଶ୍ଟର୍ଯ୍ୟ ଲାଗିଲେ ବି ସତ.. ପୁଣି ଫେରିବେ ପିଣ୍ଟୁ ନନ୍ଦ !