'ରାମ ସେତୁ'ର ପ୍ରଥମ ଝଲକ ଦେଖିଲା ଦୁନିଆ
Advertisement

'ରାମ ସେତୁ'ର ପ୍ରଥମ ଝଲକ ଦେଖିଲା ଦୁନିଆ

ପାନ ମସଲା ବିଜ୍ଞାପନ ପାଇଁ ଟ୍ରୋଲର ଶିକାର ହୋଇଛନ୍ତି ଅକ୍ଷୟ କୁମାର । ଏହି ପ୍ରସଙ୍ଗରେ କ୍ଷମା ପ୍ରାର୍ଥନା ପରେ ବି ଥମିନି ଟ୍ରୋଲିଂ । ସୋସିଆଲ ମିଡିଆରେ ନିଜ ଅପକମିଂ ଫିଲ୍ମର ପ୍ରଥମ ଝଲକ ସେୟାର କଲେ ଖିଲାଡି କୁମାର ।

'ରାମ ସେତୁ'ର ପ୍ରଥମ ଝଲକ ଦେଖିଲା ଦୁନିଆ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାର (Akshay Kumar) ଆଜିକାଲି  ବେଶ ଚର୍ଚ୍ଚାରେ ରହିଛନ୍ତି । ପାନ ମସଲା ବିଜ୍ଞାପନକୁ ନେଇ ଟ୍ରୋଲର୍ସଙ୍କ ଟାର୍ଗେଟରେ ଆସିଥିଲେ ଅକ୍ଷୟ । ସୋସିଆଲ ମିଡିଆରେ ତାଙ୍କୁ ଖୁବ ଟ୍ରୋଲିଂର ଶିକାର ହେବାକୁ ପଡ଼ିଥିଲା । ଏହି ପ୍ରସଙ୍ଗରେ ଖିଲାଡି କୁମାର କ୍ଷମା ପ୍ରାର୍ଥନା କରିଥିଲେ । ସେ କହିଥିଲେ ଯେ ଏହି ବିଜ୍ଞାପନକୁ ଆୟ କରିଥିବା ଟଙ୍କା ସେ କୌଣସି ଭଲ କାର୍ଯ୍ୟରେ ଲଗାଇବେ । ହେଲେ ଏହି କ୍ଷମା ପ୍ରାର୍ଥନା ପରେ ବି ଲୋକେ ଶାନ୍ତ ପଡିନଥିଲେ । ଏହା ପରେ ବି ତାଙ୍କୁ ଟ୍ରୋଲ କରାଯାଇଥିଲା ।ଖିଲାଡି କୁମାର ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ନିଜ ଅପକମିଂ ଫିଲ୍ମ ପ୍ରଥମ ଝଲକ ସେୟାର କରିଛନ୍ତି ।

ଅପକମିଂ ଫିଲ୍ମ ରାମ ସେତୁ (Ram Setu)ର ପ୍ରଥମ ଝଲକ ସେୟାର କରିଛନ୍ତି  ଅଭିନେତା । ପୋଷ୍ଟରରେ ଅକ୍ଷୟ କୁମାରଙ୍କ ସହ ଜ୍ୟାକଲିନ ଫର୍ଣ୍ଣାଡିଜ୍ (Jacqueline Fernandez) ଆଉ ଅଭିନେତା ସତ୍ୟଦେବ (Satyadev) ନଜର ଆସିଛନ୍ତି । ଅକ୍ଷୟ ମଶାଲ ଧରିଥିବାର ଦେଖିବାକୁ ମିଳିଛି । ଏହି ପୋଷ୍ଟର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୋଷ୍ଟ ସେୟାର କରିବା ସହ ଅକ୍ଷୟ କ୍ୟାପସନରେ ଲେଖିଛନ୍ତି , ଦୁନିଆକୁ ରାମ ସେତୁର ଗୋଟିଏ ଝଲକ । ୨୦୨୨ ଦୀପାବଳିରେ ସିନେମା ଘରେ ରିଲିଜ ହେବ ଫିଲ୍ମ  । ଏହି ପୋଷ୍ଟରେ ଫ୍ୟାନ୍ସ ଆଉ ସେଲିବ୍ରିଟି କମେଣ୍ଟ କରି ଅକ୍ଷୟଙ୍କୁ ନିଜ ଫିଲ୍ମ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

Also Read: ଫ୍ୟାନଙ୍କ ଚାଲାଣ ପଇସା ବି ଦେବେ ସୋନୁ ସୁଦ !

ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ ଅଭିନେତ୍ରୀ  ଜ୍ୟାକଲିନ ଫର୍ଣ୍ଣାଡିଜ ଏବଂ  ଅଭିନେତୀ ନୁଶରତ ଭରୁଚା (Nushrratt Bharuccha) ମଧ୍ୟ ନଜର ଆସିବେ ।  ଏହି ଫିଲ୍ମ ଚଳିତ ବର୍ଷ ଦୀପାବଳି ଅବସରରେ ରିଲିଜ ହେବା ପାଇଁ ପ୍ରସ୍ତୁତ ଅଛି । ଫିଲ୍ମର କାହାଣୀକୁ ଦେଖି ଦୀପାବଳି ଅବସରରେ ଏହି ଫିଲ୍ମ ରିଲିଜ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଫିଲ୍ମ ମେକର୍ସ ।ଏହି ଫିଲ୍ମର ନିର୍ମାତା ବିକ୍ରମ ମଲହୋତ୍ରା (Vikram Malhotra)  କହିଛନ୍ତି ଯେ , ରାମସେତୁ ଗୋଟିଏ ଆକ୍ସନ ଆଉ ଆଡଭେଞ୍ଚର ଫିଲ୍ମ । ଏପରି ଫିଲ୍ମ ପୂର୍ବରୁ କେବେ କେହି ଦେଖିନାହାନ୍ତି । ସିନେମା ଘରେ ରିଲିଜ ପରେ ଏହି ଫିଲ୍ମ ୨୪୦ ଦେଶରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ।

Also Read: PS-I; କୋଟି କୋଟି ଟଙ୍କାରେ ଡିଜିଟାଲ ରାଇଟ୍ସ କିଣିଲା ଆମାଜନ ପ୍ରାଇମ୍ ଭିଡିଓ

ସିନେମାଘରେ ରିଲିଜ ପରେ ଏହି ଫିଲ୍ମ ଆମାଜନ ପ୍ରାଇମରେ ଉପଲବ୍ଧ କରାଯିବ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ଶର୍ମା (Abhishek Sharma) । ଏହି ଫିଲ୍ମର ପ୍ରଡୁସର ଅଛନ୍ତି ଅରୁଣା ଭାଟିଆ (Aruna Bhatia)ଏବଂ ବିକ୍ରମ ମଲହୋତ୍ରା (Vikram Malhotra) । ଏହି ଫିଲ୍ମକୁ ଗ୍ଲୋବାଲି ଦର୍ଶକ ଭଲ ରେସପନ୍ସ କରିବେ ବୋଲି ଫିଲ୍ମ ମେକର୍ସ ଆଶା ରଖିଛନ୍ତି । ବ୍ୟାକଟୁ ବ୍ୟାକ୍ ଫିଲ୍ମ ଭେଟି ଦେଉଥିବା ଅକ୍ଷୟଙ୍କ ହାତରେ ଆହୁରି ଅନେକ ବିଗ୍ ବଜେଟ ଫିଲ୍ମ ରହିଛି । ମିଶନ ସିଣ୍ଡ୍ରେଲା (Mission Cindrella) , ପୃଥ୍ୱୀରାଜ (Prithviraj) , ରକ୍ଷାବନ୍ଧନ (Raksha Bandhan) , ସେଲଫି (Selfie) , ଓଏମଜି ୨ (OMG 2 )ଭଳି ଅନେକ ଅପକମିଂ ପ୍ରୋଜେକ୍ଟରେ ନଜର ଆସିବେ ଖିଲାଡି କୁମାର ।