ନୂଆଦିଲ୍ଲୀ:  ଐଶ୍ୱର୍ଯ୍ୟା ରାୟ ବଚ୍ଚନ (Aishwarya Rai Bachchan)ଙ୍କ ବହୁ ପ୍ରତୀକ୍ଷିତ ତାମିଲ ଐତିହାସିକ ଫିଲ୍ମ 'ପୋନିୟିନ ସେଲଭାନ୍ ୧' (Ponniyin Selvan 1)କୁ ନେଇ ଚର୍ଚ୍ଚା ଲାଗିରହିଛି ।  ଏହି ଫିଲ୍ମ ଚଳିତ ବର୍ଷ ସେପ୍ଟେମ୍ବରରେ ବଡ ପରଦାରେ ରିଲିଜ୍  ହେବ ବୋଲି ଜଣାପଡ଼ିଛି ।  ଐଶ୍ୱର୍ୟାଙ୍କ ଫିଲ୍ମ ପୋନିୟିନ ସେଲଭାନ୍  ୨ଟି ଭାଗରେ ରିଲିଜ୍  କରାଯିବ। ଏହି ଫିଲ୍ମର ପ୍ରଥମ ଭାଗ ସେପ୍ଟେମ୍ବର ୩୦ରେ ସିନେମା ଘରେ ରିଲିଜ୍  ହେବ। ପରେ ଏହି ଫିଲ୍ମ   ଡିଜିଟାଲ୍  ପ୍ଲାଟଫର୍ମରେ  ଉପଲବ୍ଧ ହେବ ।ଓଟିଟି ପ୍ଲାଟଫର୍ମ ପାଇଁ ଆମାଜନ ପ୍ରାଇମ ଭିଡିଓ (Amazon Prime Video)ଏହି ଫିଲ୍ମର ଡିଜିଟାଲ ରାଇଟ୍ସ କିଣିଥିବା ଜଣାପଡ଼ିଛି ।ପୋନିୟିନ ସେଲଭାନ ଫିଲ୍ମରେ ଆକ୍ସନ-ଆଡଭେଞ୍ଚର  ଭରପୂର  ରହିଛି ।


COMMERCIAL BREAK
SCROLL TO CONTINUE READING

ଏହି ଫିଲ୍ମର ପାର୍ଟ ୱାନ ଏବଂ ପାର୍ଟ ଟୁ ର ଡିଜିଟାଲ ରାଇଟ୍ସ ପାଇଁ ଆମାଜନ ପ୍ରାଇମ ଅଧିକ ଟଙ୍କା ବ୍ୟୟ କରିଛି । ତେବେ ଏହି ଫିଲ୍ମ ଡିଜିଟାଲ ରାଇଟ୍ସ ପାଇଁ    ଆମାଜନ ପ୍ରାଇମ  ୧୨୫ କୋଟି ଟଙ୍କା ପ୍ରଦାନ କରିଛି  । । ଏହି ଫିଲ୍ମର ରାଇଟ୍ସକୁ   ରେକର୍ଡ ସଂଖ୍ୟକ ମୂଲ୍ୟରେ ବିକ୍ରି କରାଯାଇଛି। ନ୍ୟାସନାଲ ଫିଲ୍ମ ଆୱାର୍ଡର ବିଜେତା ତଥା  ଫିଲ୍ମ ନିର୍ମାତା ମଣି ରତନମ୍ (Mani Ratnam) ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।  କାଲକି କ୍ରିଷ୍ଣାମୂର୍ତ୍ତି (Kalki Krishnamurthy)ଙ୍କ ଉପନ୍ୟାସ ଉପରେ ଆଧାରିତ ହୋଇଛି ଏହି ଫିଲ୍ମର କାହାଣୀ । ଦଶମ ଶତାବ୍ଦୀର କାହାଣୀ ଉପରେ ଆଧାରିତ ହୋଇଛି ଏହି ଫିଲ୍ମ । ଫିଲ୍ମ  ନିର୍ମାତା  ରିଲିଜ୍  ତାରିଖ ଘୋଷଣା କରିବା ସହ ଏହାର ପ୍ରଥମ ଲୁକ୍ ମଧ୍ୟ ସେୟାର କରିଛନ୍ତି ।


Also Read: ଟିଭି ପରଦାକୁ ଫେରୁଛି କଫି ୱିଥ କରନ; ପ୍ରଥମ ଏପିସୋଡରେ ସାମିଲ ହେବେ ରଣବୀର-ଆଲିଆ !


ଏହି ଐତିହାସିକ ଫିଲ୍ମକୁ ଦେଖିବାକୁ  ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଏହି ଫିଲ୍ମକୁ ତାମିଲ ଭାଷା ସହ  ୪ଟି ଭାଷାରେ ରିଲିଜ କରାଯିବ । ତାମିଲ ଭାଷାର ଏହି ଐତିହାସିକ ଫିଲ୍ମକୁ  ହିନ୍ଦୀ , କନ୍ନଡ , ମଲୟାଲମ , ତେଲୁଗୁ ଭାଷାରେ ରିଲିଜ କରାଯିବ  ।   ଫିଲ୍ମ ରିଲିଜ ହେବାର କିଛି ଦିନ ଭିତରେ ହିଁ  ଏହାକୁ ଡିଜିଟାଲ ପ୍ଲାଟଫର୍ମରେ  ରିଲିଜ କରାଯିବ ।  ହେଲେ ଡିଜିଟାଲ ପ୍ଲଟାଫର୍ମରେ ରିଲିଜ ଡେଟ  ଘୋଷଣା କରାଯାଇନାହିଁ ।    ଏହି ଫିଲ୍ମରେ  ଜୟମ ରବି (Jayam Ravi),ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ତ୍ରିଶା ( Trisha Krishnan), ବିକ୍ରମ ପ୍ରଭୁ (Vikram Prabhu), ପ୍ରକାଶରାଜ(Prakash Raj)ଙ୍କ ସମେତ ଅନ୍ୟ କଳାକାରଙ୍କୁ ଦେଖିବାକୁ ପାଇବେ ଦର୍ଶକ ।


Also Read: ପୁଣି ନୂଆ ରେକର୍ଡ ସୃଷ୍ଟି କଲା KGF- 2, ସର୍ବାଧିକ ଆୟ କରୁଥିବା ତାଲିକାର ତୃତୀୟ ସ୍ଥାନରେ ୟଶଙ୍କ ଫିଲ୍ମ


ଦୀର୍ଘ ସମୟର ବ୍ୟବଧାନ ପରେ  ଏହି ଫିଲ୍ମ ଜରିଆରେ ପୁଣି ପରଦାକୁ ଫେରୁଛନ୍ତି ଐଶ୍ୱର୍ଯ୍ୟା । ତେବେ ଏହି ସୁନ୍ଦରୀ ଅଭିନେତ୍ରୀଙ୍କୁ ପରଦା ଉପରେ ଦେଖିବା ପାଇଁ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି ।ଏହି ଫିଲ୍ମରେ ଡବଲ ରୋଲରେ ଅଭିନୟ କରିବେ ଐଶ୍ୱର୍ୟା ରାୟବଚ୍ଚନ । ଏହି ଫିଲ୍ମରେ ବହୁ ନାମୀଦାମୀ କଳାକାର ଅଭିନୟ କରିଛନ୍ତି । ଏଥିରେ ଅଧିକାଂଶ ସାଉଥ ଷ୍ଟାରକାଷ୍ଟଙ୍କୁ ଦେଖିବାକୁ ପାଇବେ ଦର୍ଶକ ।ଏହି ଫିଲ୍ମର ପ୍ରଥମ ପାର୍ଟ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ରିଲିଜ ହେବାକୁ ଥିବା ବେଳେ ଦ୍ୱିତୀୟ ପାର୍ଟ କେବେ ରିଲିଜ ହେବ ତାହା ସ୍ପଷ୍ଟ ହୋଇନାହିଁ  । ଐଶ୍ୱର୍ୟା ରାୟ ବଚ୍ଚନ କିଛି ଦିନ ପୂର୍ବରୁ ଏହି ଫିଲ୍ମ ସମ୍ପର୍କୀତ ସୂଚନା ଏବଂ କିଛି ପୋଷ୍ଟର ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଥିଲେ । ଏହି ଫିଲ୍ମ ପାଖାପାଖି ୫ଶହ କୋଟି ଟଙ୍କା ବଜେଟରେ ତିଆରି ହୋଇଥିବା ଜଣାପଡ଼ିଛି । ଏହି ଫିଲ୍ମର ଅଧିକାଶଂ ସିନ୍ ର ସୁଟିଂ ହାଇଦ୍ରାବାଦ ସ୍ଥିତ ରାମୋଜୀ ରାଓ ଫିଲ୍ମ ସିଟିରେ କରାଯାଇଛି ।