ପୁଣି ନୂଆ ରେକର୍ଡ ସୃଷ୍ଟି କଲା KGF- 2, ସର୍ବାଧିକ ଆୟ କରୁଥିବା ତାଲିକାର ତୃତୀୟ ସ୍ଥାନରେ ୟଶଙ୍କ ଫିଲ୍ମ
Advertisement
Article Detail0/zeeodisha/odisha1167643

ପୁଣି ନୂଆ ରେକର୍ଡ ସୃଷ୍ଟି କଲା KGF- 2, ସର୍ବାଧିକ ଆୟ କରୁଥିବା ତାଲିକାର ତୃତୀୟ ସ୍ଥାନରେ ୟଶଙ୍କ ଫିଲ୍ମ

ଖାସ୍ କରି ହିନ୍ଦୀ ବେଲ୍ଟରେ ଏହି ଫିଲ୍ମ ସର୍ବାଧିକ କଲେକସନ କରୁଛି । ଫିଲ୍ମ କେବଳ ହିନ୍ଦୀ ବେଲ୍ଟରେ ସର୍ବାଧିକ ଆୟ କରିଥିବା ଟପ୍ ୩ ଫିଲ୍ମ ଲିଷ୍ଟରେ ନିଜ ନାଁ ସାମିଲ କରିବାରେ ସଫଳ ହୋଇଛି । ୩ ଶହ କୋଟି ପାର କଲାଣି ସୁପରଷ୍ଟାର ୟଶଙ୍କ ଫିଲ୍ମ ।

ପୁଣି ନୂଆ ରେକର୍ଡ ସୃଷ୍ଟି କଲା KGF- 2, ସର୍ବାଧିକ ଆୟ କରୁଥିବା ତାଲିକାର ତୃତୀୟ ସ୍ଥାନରେ ୟଶଙ୍କ ଫିଲ୍ମ

ନୂଆଦିଲ୍ଲୀ: କନ୍ନଡ ଫିଲ୍ମ ସୁପରଷ୍ଟାର ୟଶ  (Superstar Yash) କେଜିଏଫ ଚାପ୍ଟର ୨ (KGF Chapter 2) ବକ୍ସ ଅଫିସରେ ସୁନାମୀ ଆଣିଛି । ରିଲିଜ ଦିନରୁ ହିଁ ଫିଲ୍ମ ରେକର୍ଡ ସୃଷ୍ଟି କରିବାରେ ଲାଗିଛି । ପ୍ରତ୍ୟେକ ଦିନ ଗୋଟିଏ ପରେ ଗୋଟିଏ ପୁରୁଣା ରେକର୍ଡ ବ୍ରେକ କରି ନୂ ରେକର୍ଡ ସୃଷ୍ଟି କରିବାରେ ଲାଗିଛି କେଜିଏଫ ଚାପ୍ଟର ୨ ।  ରିଲିଜର 2 ସପ୍ତାହ ମଧ୍ୟରେ ଫିଲ୍ମ ବହୁତ ଭଲ କଲେକସନ କରିଛି ।  ବକ୍ସ ଅଫିସ (Box Office) ରେ ୟଶଙ୍କ ଫିଲ୍ମ ଧମାଲ କରିବାରେ ଲାଗିଛି । ବହୁ ବଡ଼ ବଡ଼ ଫିଲ୍ମକୁ ପଛରେ ପକାଇ ଇତିହାସ ରଚିବାକୁ ଯାଉଛି ଏହି ଫିଲ୍ମ । ଫିଲ୍ମର ୧୪ତମ ଦିନର କଲେକସନ ସାମ୍ନାକୁ ଆସିଛି । ଏହା ସହିତ ଫିଲ୍ମ ନିଜ ନାଁରେ ନୂଆ ରେକର୍ଡ ସାମିଲ କରିସାରିଛି ।

ସର୍ବାଧିକ ଆୟ କରୁଥିବା ତାଲିକାର ତୃତୀୟ ସ୍ଥାନ ନେଲା କେଜିଏଫ ଚାପ୍ଟର ୨  

କେଜିଏଫ ଚାପ୍ଟର ୨  ବହୁ ଭାଷାରେ ରିଲିଜ ହୋଇଛି । କନ୍ନଡ , ତାମିଲ , ତେଲୁଗୁ , ମଲୟାଲମ ,ହିନ୍ଦୀ ଭାଷାରେ ରିଲିଜ ହୋଇଛି ଏହି ଫିଲ୍ମ । ଖାସ୍ କରି ହିନ୍ଦୀ ବେଲ୍ଟରେ ଏହି ଫିଲ୍ମ ସର୍ବାଧିକ କଲେକସନ କରୁଛି । ଫିଲ୍ମ କେବଳ ହିନ୍ଦୀ ବେଲ୍ଟରେ ସର୍ବାଧିକ ଆୟ କରିଥିବା ଟପ୍ ୩ ଫିଲ୍ମ ଲିଷ୍ଟରେ ନିଜ ନାଁ ସାମିଲ କରିବାରେ ସଫଳ ହୋଇଛି । ଟପ୍ ୩ ସର୍ବାଧିକ ଆୟ କରିଥିବା ଫିଲ୍ମ ଲିଷ୍ଟରେ ପ୍ରଥମ ସ୍ଥାନରେ ଅଛି ଆମିର ଖାନଙ୍କ ଫିଲ୍ମ ଦଙ୍ଗଲ , ଏବଂ ଦ୍ୱିତୀୟ ସ୍ଥାନରେ ରହିଛି ଏସ ଏସ ରାଜାମୌଲିଙ୍କ ଫିଲ୍ମ ବାହୁବଲୀ-୨ ।ଫିଲ୍ମର କଲେକସନ ନେଇ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

Also Read: କଭି ଇଦ୍ କଭି ଦିୱାଲୀ ; ସାମିଲ ହେଲେ ଆୟୁଷ ଶର୍ମା, ଜଣେ ଫେମସ ଶୋ' ହୋଷ୍ଟଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚା

ଫିଲ୍ମ ରିଲିଜର ଦ୍ୱିତୀୟ ସପ୍ତାହରେ ହିନ୍ଦୀ ବେଲ୍ଟରେ ଶୁକ୍ରବାର -୧୧.୫୬ କୋଟି , ଶନିବାର-୧୮.୨୫ କୋଟି, ରବିବାର-୨୨.୬୮ କୋଟି , ସୋମବାର-୮.୨୮ କୋଟି , ମଙ୍ଗଳବାର-୭.୪୮ କୋଟି , ବୁଧବାର-୬.୨୫ କୋଟି ଟଙ୍କା କଲେକସନ କରିସାରିଛି । କେବଳ ହିନ୍ଦୀ ବେଲ୍ଟରେ   ୩୪୩.୧୩ କୋଟି ଟଙ୍କା କଲେକସନ କରିସାରିଲାଣି କେଜିଏଫ ଚାପ୍ଟର ୨ । କେବଳ ଭାରତରେ ୩ଶହ କୋଟି ପାର କରିସାରିଛି ଫିଲ୍ମର ବ୍ୟବସାୟ ।ରକି ଭାଇଙ୍କ ଏହି ଦମଦାର ଫିଲ୍ମ ହିନ୍ଦୀ ସୁପରଷ୍ଟାରଙ୍କ ବହୁ ଫିଲ୍ମକୁ ପଛରେ ପକାଇଦେଇଛି । ହିନ୍ଦୀ ବେଲ୍ଟରେ କଲେକସନ ମାମଲାରେ କେଜିଏଫ ଚାପ୍ଟର ୨ ସଲମାନ ଖାନ (Salman Khan)ଙ୍କ ସୁଲତାନ (Sultan) , ଆମିର ଖାନ (Aamir Khan) ଙ୍କ ପିକେ (PK) ଏବଂ ରଣବୀର କପୁର (Ranbir Kapoor) ଙ୍କ ସଞ୍ଜୁ (Sanju)ଫିଲ୍ମକୁ ମାତ୍ ଦେଇଛି ।

Also Read: ଶାହରୁଖଙ୍କ ମିଳିଲା ଆଶ୍ୱସ୍ତି

ଏହି ୱିକେଣ୍ଡରେ ଫିଲ୍ମ ୩୫୦ କୋଟି ପାର କରିବ ବୋଲି ସିନେ ସମୀକ୍ଷକ ଅନୁମାନ କରିଛନ୍ତି ।ପ୍ରତିଦିନ ଗୋଟିଏ ପରେ ଗୋଟିଏ ପୁରୁଣା  ରେକର୍ଡ ବ୍ରେକ କରୁଛି ଏହି ଫିଲ୍ମ । ରିଲିଜ ପୂର୍ବରୁ ମଧ୍ୟ ୟଶଙ୍କ ଏହି ଫିଲ୍ମ ଟିକେଟ ଆଡଭାନ୍ସ ବୁକିଂରେ ସମସ୍ତ  ରେକର୍ଡକୁ ଭାଙ୍ଗି ଦେଇଛି । ଫିଲ୍ମର ଚାପ୍ଟର ୱାନରୁ ହିଁ ଦେଶବିଦେଶର ଦର୍ଶକଙ୍କ ୟଶଙ୍କ ଦିୱାନା ହୋଇଥିଲେ । ୟଶଙ୍କ ସହ ଚାପ୍ଟର ୨ରେ ସଞ୍ଜୟ ଦତ୍ତ (Sanjay Dutt)ଙ୍କ ଅଧିରା ଅବତାର ମଧ୍ୟ ସିନେମା ଘରେ ଧୁମ୍ ମଚାଉଛି । ଏହି ଫିଲ୍ମରେ  ରବୀନା ଟଣ୍ଡନ (Raveena Tondon) ଏବଂ  ପ୍ରକାଶ ରାଜ( Prakash Raj)ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।