Malaika Arora-Arjun Kapoor: 'ରହିପାରିବୁନି ଅଲଗା ହୋଇ'
Advertisement
Article Detail0/zeeodisha/odisha1845113

Malaika Arora-Arjun Kapoor: 'ରହିପାରିବୁନି ଅଲଗା ହୋଇ'

Malaika Arora Arjun Kapoor Relationship: ସୁପର ମଡ଼େଲ ମଲାଇକା ଆରୋରା (Malaika Arora) ଓ  ଅର୍ଜୁନ୍ କପୁର( Arjun Kapoor)।  ଏହି ଲଭ୍ ବାର୍ଡ୍  ନିଜ ରିଲେସନସିପକୁ ନେଇ ବହୁତ୍ ସିରିୟସ୍ (Malaika Arora Arjun Kapoor Relationship) । ଏହି କପଲ୍ ଗତ ପାଞ୍ଚ ବର୍ଷ ଧରି ପରସ୍ପରକୁ ଡେଟ୍ କରୁଛନ୍ତି । କିନ୍ତୁ ଏବେ ଉଭୟଙ୍କ ବ୍ରେକ୍ ଅଫ ହୋଇଥିବା ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । 

ସୌଜନ୍ୟ- ସୋସିଆଲ ମିଡି଼ଆ

Malaika Arora Arjun Kapoor Relationship: ସୁପର ମଡ଼େଲ ମଲାଇକା ଆରୋରା (Malaika Arora) ଓ  ଅର୍ଜୁନ୍ କପୁର( Arjun Kapoor)।  ଏହି ଲଭ୍ ବାର୍ଡ୍  ନିଜ ରିଲେସନସିପକୁ ନେଇ ବହୁତ୍ ସିରିୟସ୍ (Malaika Arora Arjun Kapoor Relationship) । ଏହି କପଲ୍ ଗତ ପାଞ୍ଚ ବର୍ଷ ଧରି ପରସ୍ପରକୁ ଡେଟ୍ କରୁଛନ୍ତି । କିନ୍ତୁ ଏବେ ଉଭୟଙ୍କ ବ୍ରେକ୍ ଅଫ ହୋଇଥିବା ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । କୁହାଯାଉଛି ଯେ, ଉଭୟଙ୍କ ସମ୍ପର୍କରେ କିଛି ଠିକ୍ ଚାଲି  ନାହିଁ (Malaika Arora Arjun Kapoor Breakup Rumor)।  କୁହାଯାଉଥିଲା ଯେ,  ଏହି କପଲ୍ ଅଲଗା ହୋଇଯାଇଛନ୍ତି। ଏହି ସମୟରେ, ଏହା ମଧ୍ୟ ଜଣାଯାଇଛି ଯେ ମଲାଇକା ଅର୍ଜୁନଙ୍କ ତିନି ଭଉଣୀଙ୍କୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରୁ ଅନଫଲୋ କରିଛନ୍ତି। ତେବେ ଏହାରି ଭିତରେ ଆଉ ଏକ ଚମକାଇ ଦେବା ପରି ଖବର ମଧ୍ୟ ଏହି କପଲ୍ ନିଜ ଫ୍ୟାନ୍ସ ମାନଙ୍କୁ ଦେଇଛନ୍ତି। ଏହି କପଲ୍ ପୁଣି ଥରେ ଏକାଠି ନଜର ଆସିଛନ୍ତି।

 

Also Read: Armaan Malik Engagement: ହାତକୁ ଦି ହାତ ହେବେ ଅରମାନ୍ ମଲିକ, ଜାଣନ୍ତୁ କ'ଣ କରନ୍ତି ତାଙ୍କ ଜୀବନ ସାଥୀ?

ବାସ୍ତବରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଏହି କପଲ୍ ଥିଏଟରରୁ ଏକାଠି ବାହାରକୁ ଆସୁଥିବା ଦେଖାଯାଉଛି । ମଲାଇକା ଏକ ଧଳା ରଙ୍ଗର ପୋଷାକ ପିନ୍ଧିଛନ୍ତି, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଏହା ସହିତ ସେ ହାଲୁକା ମେକଅପ୍ କରିଛନ୍ତି ଏବଂ ତାଙ୍କ କେଶ ଏକ ପନିଟେଲରେ ବନ୍ଧା ହୋଇଛି । ଏବଂ ଅଭିନେତ୍ରୀ ହାତରେ ଏକ କଳା ଏବଂ ଧଳା ରଙ୍ଗର ବ୍ୟାଗ ଧରିଛନ୍ତି । ଏଥି ସହିତ ଅର୍ଜୁନ କପୁର ସବୁଜ ରଙ୍ଗର ସାର୍ଟ ଏବଂ ଧୂସର ଟ୍ରାଉଜରରେ ପ୍ୟାଣ୍ଟ ପିନ୍ଧିଛନ୍ତି। ଏବଂ ଏକ କ୍ୟାପ୍ ପିନ୍ଧିଛନ୍ତି । 

ଫ୍ୟାନ୍ସମାନେ ମଲାଇକା ଅର୍ଜୁନଙ୍କୁ ଏକାଠି ଦେଖି ଖୁସି ହେଲେ :

 ଅର୍ଜୁନ ଏବଂ ମଲାଇକାଙ୍କୁ ଏକାଠି ଦେଖି ସେମାନଙ୍କ ପ୍ରଶଂସକମାନେ ବହୁତ ଖୁସି । ଏହି ଭାଇରାଲ୍ ଭିଡିଓ ଦେଖି ପ୍ରଶଂସକମାନେ ନିଜର କମେଣ୍ଟ ମଧ୍ୟ ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି - ହଁ ଯେଉଁମାନେ ବ୍ରେକଅପ୍ ବିଷୟରେ ଗୁଜବ ପ୍ରଚାର କରନ୍ତି, ସେମାନଙ୍କୁ ଉତ୍ତର ମିଳିଛି। ସେହିପରି ଆଉ ଜଣେ, ୟୁଜର୍ସ ଲେଖିଛନ୍ତି, ସେମାନଙ୍କର ବ୍ରେକଅପ୍ ହୋଇ ନ ଥିବାର ଦେଖି ମୁଁ ବହୁତ୍ ଖୁସି । ଆଉ ଜଣେ ୟୁଜର୍ସ ଲେଖିଛନ୍ତି , ତୁମର ଦୁହିଁଙ୍କ ଯୋଡି ବହୁତ ଭଲ ଦେଖାଯାଏ । ଏଠାରେ ଆମେ ଆପଣଙ୍କୁ କହି ରଖିବୁଯେ, ଦୁଇ ଦିନ ପୂର୍ବେ ମଲାଇକା ତାଙ୍କ କୁକୁର ସହିତ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ଅର୍ଜୁନ ମନ୍ତବ୍ୟ ଦେଇଥିଲେ। ଏହା ପରେ ମଧ୍ୟ ଅନେକ ୟୁଜର୍ସ, କ୍ରମାଗତ ଭାବରେ ଉଭୟଙ୍କ ବ୍ରେକଅପ୍ ହୋଇଥିବା କଥା କହିଥିଲେ।