Likes ପାଇଁ କାହାକୁ କପି କରନ୍ତି ଅମିତାଭ ? ନିଜେ କଲେ ଖୁଲାସା
Advertisement

Likes ପାଇଁ କାହାକୁ କପି କରନ୍ତି ଅମିତାଭ ? ନିଜେ କଲେ ଖୁଲାସା

ଫଟୋରେ  ଅଧିକ ଲାଇକ୍ସ ପାଇଁ ଅମିତାଭ ଅନ୍ୟ ଜଣେ ଅଭିନେତାଙ୍କୁ କପି କରୁଛନ୍ତି । ଏପରିକି ତାଙ୍କ ଷ୍ଟାଇଲ କପି କରି ସୋସିଆଲ ମିଡିଆରେ ଫଟୋ ସେୟାର କରୁଛନ୍ତି । ନିଜେ ଏନେଇ ଖୁଲାସା କରିଛନ୍ତି 

Likes ପାଇଁ କାହାକୁ କପି କରନ୍ତି ଅମିତାଭ ? ନିଜେ କଲେ ଖୁଲାସା

ନୂଆଦିଲ୍ଲୀ: ବିଗ୍ ବି ଅମିତାଭ ବଚ୍ଚନ  ନିଜର  ବ୍ୟକ୍ତିତ୍ୱ , ଅଭିନୟ ଏବଂ ଡାଇଲଗ୍ ଡେଲିଭରି ପାଇଁ ସେ ଦେଶବିଦେଶରେ ଅଗଣିତ ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି । ତାଙ୍କ ଫିଲ୍ମ ପାଇଁ ଫ୍ୟାନ୍ସ ବେଶ ଉତ୍ସାହର ସହ ଅପେକ୍ଷା କରି ରହିଥାନ୍ତି । ସବୁ ବର୍ଗର ଦର୍ଶକ ସୁପରଷ୍ଟାର ଅମିତାଭଙ୍କୁ ଢେରସାରା ଭଲପାଇବା ଦିଅନ୍ତି । ସେ ୮୯ ବର୍ଷ ବୟସରେ ବି ଥକି ନାହାନ୍ତି ଅମିତାଭ ବଚ୍ଚନ । ବ୍ୟାକ ଟୁ ବ୍ୟାକ ସେ ନିଜ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଉଛନ୍ତି । ସୋସିଆଲ ମିଡିଆରେ ବି ବିଗ୍ ବି ବହୁତ ଆକ୍ଟିଭ୍ । ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେ ଡେଲି ଅପଡେଟ୍ ସେୟାର କରନ୍ତି । ଇନଷ୍ଟାଗ୍ରାମରେ ଅମିତାଭ (Amitabh Bachchan)ଙ୍କ ଫ୍ୟାନ ବେସ୍ ବି ଅଧିକ ରହିଛି ।

ଇନଷ୍ଟାଗ୍ରାମରେ ତାଙ୍କ ଫ୍ୟାନ ଫୋଲର୍ସ ସଂଖ୍ୟା ୩୦.୧ ମିଲିୟନ ରହିଛି । ଅମିତାଭଙ୍କ ଗୋଟିଏ ଗୋଟିଏ ଫଟୋ ଏବଂ ପୋଷ୍ଟରେ ଲକ୍ଷାଧିକ ଲାଇକ୍ସ ଆଉ କମେଣ୍ଟ କରିଥାନ୍ତି ଫ୍ୟାନ୍ସ ଆଉ ସେଲିବ୍ରିଟି ।  କିନ୍ତୁ ନିଜ ପୋଷ୍ଟରେ ଲାଇକ୍ସ ପାଇଁ ଅମିତାଭ ଟାଇଗର ଶ୍ରଫ୍ (Tiger Shroff)ଙ୍କୁ କପି କରୁଛନ୍ତି । କଣ ଏହା ପଢି ଆପଣ ବି  ଆଶ୍ଚର୍ଯ୍ୟ ହୋଇଗଲେ କି ? ନିକଟରେ ବିଗ୍ ବି ନିଜ ସୋସିଆଲ ମିଡିଆରେ ଏମିତି କିଛି ପୋଷ୍ଟ କରିଛନ୍ତି । ଯାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସେ ନିଜେ ଖୁଲାସା କରିଛନ୍ତି ଯେ ସେ ଲାଇକ୍ସ ପାଇଁ ଟାଇଗର ଶ୍ରଫ୍ ଙ୍କୁ କପି କରନ୍ତି । 

Also Read: ପ୍ରିୟଙ୍କାଙ୍କ ଝିଅର ନାଁକୁ ନେଇ ଚର୍ଚ୍ଚା ..ଜାଣନ୍ତୁ କ'ଣ ରହିଛି ନାମ

ଅମିତାଭ ନିଜ ୩ଟି କିକ୍ ମାରୁଥିବାର ଫଟୋ ସେୟାର କରିଛନ୍ତି। ଏଥିସହିତ ସେ କ୍ୟାପସନରେ ଲେଖିଛନ୍ତି , 'ଟାଇଗର ଶ୍ରଫଙ୍କୁ ଦେଖିଛି , ସେ ନିଜ ଫ୍ଲେକ୍ସିବଲ କିକ୍ ସାମର୍ଥ୍ୟ ପାଇଁ ଢେରସାରା ଲାଇକ୍ସ ପାଉଛନ୍ତି , ମୁଁ ଭାବିଲି , ମୋତେ ବି ଏହା ଚେଷ୍ଟା କରିବା ଦରକାର , ଆଶା କରୁଛି ଅଳ୍ପ କିଛି ମାତ୍ରାରେ ଲାଇକ୍ସ ମିଳିଯିବ' । ଅମିତାଭଙ୍କ ଏହି  ମଜାଳିଆ ପୋଷ୍ଟରେ ତାଙ୍କ ନାତୁନୀ ନବ୍ୟା ନବେଲି ନନ୍ଦା (Navya Naveli Nanda) ଙ୍କ ଠାରୁ ଆରମ୍ଭ କରି ଜୁନିଅର ବଚ୍ଚନ (Abhishek Bachchan) ବି କମେଣ୍ଟ କରିଛନ୍ତି । ଶିଲ୍ପା ସେଟ୍ଟୀ କୁନ୍ଦ୍ରା (Shipla Shetty Kundra )ମଧ୍ୟ ଏହି  ପୋଷ୍ଟରେ କମେଣ୍ଟ କରି ବିଗ୍ ବି ଅମିତାଭଙ୍କପ୍ରଶଂସା କରିଛନ୍ତି । ଟାଇଗର ଶ୍ରଫ୍ ମଧ୍ୟ ଅମିତାଭଙ୍କ ଏହି ପୋଷ୍ଟକୁ ରି ସେୟାର କରିଛନ୍ତି । ଏଥିସହି ସୁନ୍ଦର ନୋଟ୍ ଲେଖି ବଚ୍ଚନଙ୍କ ପ୍ରଶଂସା କରିଛନ୍ତି । ଅମିତାଭଙ୍କ ଏହି ଅନ୍ଦାଜ ସମସ୍ତଙ୍କୁ ପସନ୍ଦ ଆସିଛି ।