Koffee With Karan ଶୋ’ରେ ଅନନ୍ୟା ପାଣ୍ତେଙ୍କ ଗୁମର ଖୋଲିଲେ କରନ୍
Advertisement
Article Detail0/zeeodisha/odisha1362457

Koffee With Karan ଶୋ’ରେ ଅନନ୍ୟା ପାଣ୍ତେଙ୍କ ଗୁମର ଖୋଲିଲେ କରନ୍

Koffee With Karan : କଫି ଉଇଥ୍ କରନ (Koffee With Karan) ସିଜନ ୭ର ୧୨ ଏପଡିସୋଡରେ ନଜର ଆସିଥିଲେ ଗୌରୀ ଖାନ୍, ଭାବନା ପାଣ୍ତେ ଓ ଅଭିନେତା ମହୀପ କପୁର । କଫି ଉଇଥ କରନ ସିଜନର ଏହି ଏପିସୋଡଟି ବେଶ ରୋମାଞ୍ଚକର ଥିଲା।

ସୌଜନ୍ୟ : ସୋସିଆଲ ମିଡିଆ

Koffee With Karan : କଫି ଉଇଥ୍ କରନ (Koffee With Karan) ସିଜନ ୭ର ୧୨ ଏପଡିସୋଡରେ ନଜର ଆସିଥିଲେ ଗୌରୀ ଖାନ୍, ଭାବନା ପାଣ୍ତେ ଓ ଅଭିନେତା ମହୀପ କପୁର । କଫି ଉଇଥ କରନ ସିଜନର ଏହି ଏପିସୋଡଟି ବେଶ ରୋମାଞ୍ଚକର ଥିଲା। କାହିଁକିନା କରନ୍ ଙ୍କ କିଛି ପ୍ରଶ୍ନର ଉତ୍ତର ଏମିତି ଦେଇଥିଲେ ଚଙ୍କି ପାଣ୍ତଙ୍କ ପତ୍ନୀ ଭାବନା ପାଣ୍ତ। ଝିଅ ଅନନ୍ୟା ପାଣ୍ତେର ଡେଟ ନେଇ କରନ୍ ଓ ଭାବନାଙ୍କ ମଧ୍ୟରେ ଏମିତି କିଛି ଚର୍ଚ୍ଚା ମଧ୍ୟ ଶୋରେ ହୋଇଛି । କରଣ ଭାବନାଙ୍କୁ କହିଥିଲେ କି ଅନନ୍ୟା ଏକ ସମୟରେ ଦୁଇ ଜଣ ପୁଅଙ୍କୁ ଡେଟ କରୁଥିଲେ। ଏହା ଶୁଣି ତାଙ୍କ ମା ଭାବନା ଆଶ୍ଚର୍ଯ୍ୟ ହୋଇଗଲେ। ତେବେ ସେ ତାଙ୍କ ଝିଅର ପକ୍ଷ ନେବାକୁ ଚେଷ୍ଟା କରିଥିଲେ।  ହେଲେ କରଣ କହିଥିଲେ ମୁଁ ଭାବୁଛି ଅନନ୍ୟା ଏହା କରିଛନ୍ତି। କିନ୍ତୁ ଭାବନା କହିଥିଲେ କି ନା ସେ ଏହା କରିନଥିବା, ସେ ଦୁଇ ଜଣଙ୍କ ବିଷୟରେ ଚିନ୍ତା କରୁନାହିଁ । କାହିଁକି ନା ଜଣଙ୍କ ସହିତ ସେ ବ୍ରେକ୍‌ଅପ୍‌ କରିସାରିଛି । କହିବାକୁ ଗଲେ ଅନନ୍ୟା ପାଣ୍ଡେ କିଛି ସମୟ ପୂର୍ବରୁ ଇଶାନ ଖଟ୍ଟରଙ୍କ ସହ ବ୍ରେକଅପ୍ କରିଥିଲେ। ସେ ଏବଂ ଇଶାନ ଉଭୟ କରଣ ଜୋହରଙ୍କ ଶୋ’ରେ ପୃଥକ ଭାବେ ନଜର ଆସିଛନ୍ତି। ଯେତେବେଳେ ଅନନ୍ୟାଙ୍କୁ ପଚାରିଥିଲେ ଯେ ଇଶାନଙ୍କୁ ଡେଟ କରିବାବେଳେ ଆପଣ ବିଜୟଙ୍କ ସହ ମଧ୍ୟ ଡେଟ କରିଛନ୍ତି। ଏଥିପାଇଁ ଅନନ୍ୟା ଉତ୍ତର ଦେଲେ । ଏହା ଏକ ଫ୍ରେଣ୍ତସିପ୍ ଡେଟ୍‌ ଥିଲା ବୋଲି ସେ କହିଥିଲେ ।

ଖାଲିପିଲି (Khaali Peeli) ଫିଲ୍ମ ସୁଟିଂ ସେଟରୁ ଆରମ୍ଭ ହୋଇଥିଲା ଅନନ୍ୟା ପାଣ୍ତେ  ଓ ଇସାନ୍ ଖଟ୍ଟରଙ୍କ ଲଭଷ୍ଟୋରୀ । ସୁଟିଂ ସେଟରୁ ପରପ୍ପରକୁ ଡେଟ କରିଥିଲେ ଏ ଲବ୍ ବାର୍ଡ। ଦୁଇଜଣଙ୍କୁ ବିଭିନ୍ନ ଇଭେଣ୍ଟରେ ମଧ୍ୟ ଏକାଠି ଦେଖିବାକୁ ମିଳିଥିଲା। ଦିର୍ଘ ୩ ବର୍ଷ ଧରି ଉଭୟ ଉଭୟଙ୍କୁ ଡେଟ କରି ଆସୁଥିଲେ । ହେଲେ ଏ ରିଲେସନସିପ ବେଶି ଦିନ ତିଷ୍ଠି ନ ଥିଲା। ପରପ୍ପର ଭିତରେ ବୁଝାବଣା ପରେ ଉଭୟ ବ୍ରେକଅପ୍ କରିଥିଲେ। ଖାଲିପିଲି ଫିଲ୍ମଟି ୨୦୨୦ ଅକ୍ଚୋବର ୨ରେ ପରଦାକୁ ଆସିଥିଲା।  

ଏହାବି ପଢନ୍ତୁ :  Bigg Boss16ରେ ନଜର ଆସିବେ ମାନ୍ୟା !

ଏଥିରେ ଲିଡ୍ ରୋଲରେ ନଜର ଆସିଥିଲେ ଇସାନ ଖଟ୍ଟର, ଅନନ୍ୟା ପାଣ୍ତେ,ଜୟଦୀପ ଏହେଲାଓ୍ବତ(Jaideep Ahlawat) । ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ମକବୁଲ ଖାନ୍ (Maqbool Khan) । ବର୍ତ୍ତମାନ ଅନନ୍ୟାଙ୍କ ହାତରେ ଏକାଧିକ ବଡ ପ୍ରୋଜେକ୍ଟ ରହିଛି ।  ଆୟୁଷ୍ମାନ ଖୁରାନାଙ୍କ ସହ ଡ୍ରିମ୍ ଗାର୍ଲ ୨ରେ ନଜର ଆସିବେ ଅନନ୍ୟା ।  ଯାହା ଆସନ୍ତା ବର୍ଷ ଜୁନ ୨୯ରେ ପରଦାକୁ ଆସିବ । ସେହିପରି (Kho Gaye Hum Kahan) ଖୋ ଗେୟେ ହାମ୍ କାହାଁରେ ମଧ୍ୟ ଅନନ୍ୟାଙ୍କୁ ଦେଖିବାକୁ ମିଳବ। ଏହି ଫିଲ୍ମରେ ମଧ୍ୟ ଲିଡ ରୋଲରେ ନଜର ଆସିବେ ଆୟୁଷ୍ମାନ ଖୁରାନା ।