Bollywood: ଦିନେ ଦୀପାବଳି ପାଳିବାକୁ ପାଖରେ ନ ଥିଲା ପଇସା, ହେଲେ ଆଜି କୋଟି କୋଟି ଟଙ୍କାରେ ଖେଳୁଛନ୍ତି ଏହି ସେଲିବ୍ରେଟି
Advertisement
Article Detail0/zeeodisha/odisha1452835

Bollywood: ଦିନେ ଦୀପାବଳି ପାଳିବାକୁ ପାଖରେ ନ ଥିଲା ପଇସା, ହେଲେ ଆଜି କୋଟି କୋଟି ଟଙ୍କାରେ ଖେଳୁଛନ୍ତି ଏହି ସେଲିବ୍ରେଟି

Bollywood: ବଲିଉଡ ଇଣ୍ଡଷ୍ଟ୍ରିରେ ଯେଉଁମାନେ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି । ସେମାନେ ଆଜି ଜଣେ ଜଣେ ଜଣାଶୁଣା ଅଭିନେତା ଓ ଅଭିନେତ୍ରୀ । କେବଳ ବଲିଉଡରେ ସେମାନେ ନାଁ କମେଇ ନାହାଁନ୍ତି ବରଂ କୋଟି କୋଟି ଟଙ୍କାରେ ଖେଳୁଛନ୍ତି ।

ସୌଜନ୍ୟ : ସୋସିଆଲ ମିଡିଆ

Bollywood: ବଲିଉଡ ଇଣ୍ଡଷ୍ଟ୍ରିରେ ଯେଉଁମାନେ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି । ସେମାନେ ଆଜି ଜଣେ ଜଣେ ଜଣାଶୁଣା ଅଭିନେତା ଓ ଅଭିନେତ୍ରୀ । କେବଳ ବଲିଉଡରେ ସେମାନେ ନାଁ କମେଇ ନାହାଁନ୍ତି ବରଂ କୋଟି କୋଟି ଟଙ୍କାରେ ଖେଳୁଛନ୍ତି । କିନ୍ତୁ ସେମାନଙ୍କ ଜୀବନରେ ଏପରି ଏକ ସମୟ ଥିଲା । ଯେଉଁ ସମୟରେ ,ସେମାନେ ନିଜ ପେଟ ପାଇଁ ଅନ୍ୟ ଠାରୁ କରଜ  କରୁଥିଲେ । ତେବେ, ଆସନ୍ତୁ ଜାଣିବା ଏଭଳି କିଛି ଷ୍ଟାର ମାନଙ୍କ ବିଷୟରେ । 

ଅମିତାଭ ବଚ୍ଚନ:
ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନ , ବିଗ୍ ବିଙ୍କ ଜୀବନରେ ଏମିତି ଏକ ସମୟ ଥିଲା। ଯେତେବେଳେ ସେ ନିଜର ସମସ୍ତ ସମ୍ପତ୍ତି ହରାଇ ଦେବାଳିଆ ହୋଇ ପଡିଥିଲେ । ୨୦୦୦ ମସିହାରେ ବିଗ୍ ବିଙ୍କ କମ୍ପାନୀ ଏବିସିଏଲ୍ ଦେବାଳିଆ ହୋଇ ଯାଇଥିଲା। ସେତେବେଳେ ବିଗ୍ ବିଙ୍କୁ ନିଜର ସମସ୍ତ ସମ୍ପତ୍ତି ବିକ୍ରି କରିବାକୁ ପଡିଥିଲା।  ଏହି ଖରାପ ସମୟରେ ବିଗ୍ ବିଙ୍କ ସାଥ ଦେଇଥିଲେ ୟଶ ଚୋପ୍ରା । ଏହି ସମୟରେ ୟଶ୍  ବିଗ୍ ବି ଙ୍କୁ  ଫିଲ୍ମ 'ମହୋବତେ' ଅଫର କରିଥିଲେ। 

ଗୋବିନ୍ଦା :
୯୦ ଦଶକରେ ଗୋବିନ୍ଦା ଅତି ଲୋକପ୍ରିୟ ଅଭିନେତା ଥିଲେ । ସେହି ସମୟରେ ଗୋବିନ୍ଦାଙ୍କ ପ୍ରତ୍ୟକ ଫିଲ୍ମ ହିଟ୍ ହୋଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯେତେବେଳେ ଗୋବିନ୍ଦାଙ୍କୁ ଫିଲ୍ମ ମିଳିବା ବନ୍ଦ ହୋଇଗଲା । ସେତେବେଳେ ଅଭିନେତା ମଧ୍ୟ କରଜରେ ବୁଡ଼ି ଯାଇଥିଲେ।  ଆଉ ଏହି ସମୟରେ ତାଙ୍କୁ ସାହାର୍ଯ୍ୟ କରିବାକୁ ଆଗେଇ ଆସିଥିଲେ ସଲମାନ ଖାନ୍ । ନିକଟରେ ଗୋବିନ୍ଦା ଏକ ସାକ୍ଷାତକାରରେ ଦେଇଥିଲେ । ଯେଉଁଥିରେ ସେ ଏଭଳି ଖୁଲାସା କରିଥିଲେ।   

ଜ୍ୟାକି ସରାଫ୍ : 
ଜ୍ୟାକି ସରାଫ ମଧ୍ୟ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା । ୯୦ ଦଶକରେ ଜ୍ୟାକି ଦର୍ଶକଙ୍କ ହୃଦୟରେ ଆଜିବି ରାଜ୍ କରୁଛନ୍ତି। ସେ ହିରୋ ଠାରୁ ଆରମ୍ଭ କରି ଭିଲେନ୍ ପର୍ଯ୍ୟନ୍ତ ପ୍ରତ୍ୟେକ ଚରିତ୍ରରେ ନଜର ଆସିଛନ୍ତି । ଫ୍ୟାନ୍ସମାନେ ମଧ୍ୟ ଜ୍ୟାକିଙ୍କ ଅଭିନୟ ପାଇଁ ତାଙ୍କୁ ପ୍ରଶଂସା ମଧ୍ୟ କରନ୍ତି । ତେବେ, ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜ୍ୟାକିଙ୍କ ଅବସ୍ଥା ଗୋଟିଏ ସମୟରେ ଏପରି ଥିଲା , ସେ ସାଜିଦ ନାଦିଆଡୱାଲାଙ୍କ(Sajid Nadiadwala) ଠାରୁ ଋଣ ନେଇଥିଲେ, କିନ୍ତୁ ସେ ଠିକ୍ ସମୟରେ ତାହା ଫେରସ୍ତ କରିପାରିନଥିଲେ। ଏଥିରେ ସଲମାନ ଖାନ ତାଙ୍କୁ ସାହାଯ୍ୟ କରିଥିଲେ।

ଅନୁପମ ଖେର :
ଅନୁପମ ଖେର ହିନ୍ଦୀ ସିନେମାର ଜଣେ ଜଣାଶୁଣା କଳାକାର । ସେ ବଲିଉଡକୁ ଏକାଧିକ ହିଟ୍ ଫିଲ୍ମ ଦେଇଛନ୍ତି । ଅନୁପମ ଖେର ମଧ୍ୟ ତାଙ୍କ ଜୀବନରେ ଅନେକ ଖରାପ ସମୟ ଦେଖିଛନ୍ତି । ନିକଟରେ ଏକ ସାକ୍ଷାତକାର ସମୟରେ ଅଭିନେତା ପ୍ରକାଶ କରିଛନ୍ତି ଯେ, ଏକ ସମୟରେ ସେ ସମ୍ପୂର୍ଣ୍ଣ ଦେବାଳିଆ ହୋଇଥିଲେ।

 ଏହାବି ପଢନ୍ତୁ : Hema Malini: ଦୁଇ ଦିନରେ ଡ୍ରିମ୍ ଗର୍ଲଙ୍କୁ ମିଳିଲା ଦୁଇଟି ଆଓ୍ବାର୍ଡ, ଏହି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନୀତ ହେଲେ ହେମା