Sridevi: ଖୁସି ଖବର, ଖୁବ ଶୀଘ୍ର ବଡ଼ ପରଦାରେ ଦେଖିବାକୁ ମିଳିବ ଶ୍ରୀଦେବୀଙ୍କ ଝଲକ!
Advertisement
Article Detail0/zeeodisha/odisha1564802

Sridevi: ଖୁସି ଖବର, ଖୁବ ଶୀଘ୍ର ବଡ଼ ପରଦାରେ ଦେଖିବାକୁ ମିଳିବ ଶ୍ରୀଦେବୀଙ୍କ ଝଲକ!

Sridevi Biography: ବଲିଉଡ଼ର କିମ୍ବଦନ୍ତୀ ଅଭିନେତ୍ରୀ ଶ୍ରୀଦେବୀଙ୍କୁ କିଏ ବା ନ ଜାଣେ । ନିଜର ସୁନ୍ଦରତା ଓ ଅଭିନୟରେ ବଳରେ ସେ ଦର୍ଶକଙ୍କ ମନ ଜିଣିପାରିଥିଲେ। ଶ୍ରୀଦେବୀ ନିଜ କ୍ୟାରିୟରରେ ଦର୍ଶକଙ୍କୁ ଭେଟି ଦେଇଥିଲେ ଅନେକ ସୁପର ହିଟ୍ ଫିଲ୍ମ । ତେବେ ଶ୍ରୀଦେବୀଙ୍କ ଫ୍ୟାନ୍ସଙ୍କ ଲାଗି ଏକ ଖୁସି ଖବର ସାମ୍ନାକୁ ଆସିଛି । ସେମାନେ ପୁଣିଥରେ ଲିଜେଣ୍ଟ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ବଡ଼ ପରଦାରେ ଦେଖିପାରିବେ ।

ସୌ(ସୋସିଆଲ ମିଡିଆ)

ଆପଣ ଭାବୁଥିବା ଏହା କିପରି ସମ୍ଭବ, ପ୍ରକୃତରେ ଏନେଇ ଗୁରୁବାର ଦିନ ଫିଲ୍ମ ନିର୍ମାତା ବୋନି କପୁର ଶ୍ରୀଦେବୀଙ୍କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ସେ ତାଙ୍କ ପତ୍ନୀ ତଥା କିମ୍ବଦନ୍ତୀ ଅଭିନେତ୍ରୀ ଶ୍ରୀଦେବୀଙ୍କ ଜୀବନୀକୁ ନେଇ ଏକ ଫିଲ୍ମ  ନିର୍ମାଣ କରୁଥିବା ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି । ଖୁବଶୀଘ୍ର ଶ୍ରୀଦେବୀଙ୍କ ବାୟୋପିକ୍ 'ଦ ଲାଇଫ୍ ଅଫ୍ ଏ ଲିଜେଣ୍ଡ୍' ବଡ଼ ପରଦାରେ ରିଲିଜ ହେବ । ଏନେଇ ବୋନି କପୁର କହଛନ୍ତି ଯେ, ଶ୍ରୀଦେବୀ ପ୍ରକୃତିର ଏକ ଶକ୍ତି ଥିଲେ। ଦର୍ଶକଙ୍କ ପାଇଁ ନିଜ କଳା ପ୍ରର୍ଦଶନ କରି ସେ ସବୁଠାରୁ ଅଧିକ ଖୁସି ହେଉଥିଲେ । ଏହାଛଡ଼ା ସେ ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ପ୍ରାଇଭେଟ ଥିଲେ । ପ୍ରକୃତରେ ଧୀରାଜ କୁମାର ଶ୍ରୀଦେବୀଙ୍କ ଏହି ବାୟୋପିକ ଉପରେ କାମ କରୁଛନ୍ତି । ଶ୍ରୀଦେବୀ ଧୀରାଜ କୁମାରଙ୍କୁ ତାଙ୍କ ପରିବାରର ଜଣେ ସଦସ୍ୟ ବୋଲି ଭାବୁଥିଲେ । ତେଣୁ ଏହି ପୁସ୍ତକ ଲେଖିବା ପାଇଁ ସେ ଉପଯୁକ୍ତ ବୋଲି ବୋନି କପୁର କହିଛନ୍ତି ।

A post shared by Boney.kapoor (@boney.kapoor)

ଏହି ପୁସ୍ତକରେ ସୁପରଷ୍ଟାର୍ ଶ୍ରୀଦେବୀଙ୍କ ସମ୍ପୂର୍ଣ୍ଣ ଜୀବନକୁ ଚିତ୍ରିତ କରାଯାଇଛି । ସେ ଦୀର୍ଘ ୫୦ ବର୍ଷ ଧରି ତାମିଲ, ତେଲୁଗୁ, ମାଲାୟଲମ, କନ୍ନଡ଼ ଓ ହିନ୍ଦୀ ଭାଷାରେ ୩୦୦ରୁ ଅଧିକ ଫିଲ୍ମରେ କାମ କରିଥିଲେ । ଏହି ମହାନ ଅଭିନେତ୍ରୀଙ୍କୁ ପଦ୍ମଶ୍ରୀ ପୁରସ୍କାର, ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ସମ୍ମାନିତ କରାଯାଇଥିଲା । ଭାରତୀୟ ସିନେମାରେ ଶ୍ରୀଦେବୀ ଜଣେ ଏମିତି କଳାକାର ଯାହାକୁ ବିଗତ ସମୟରେ ଲେଡି଼ ଅମିତାଭ ବଚ୍ଚନଙ୍କ ଉପାଧି ମଧ୍ୟ ମଳିଥିଲା । ଶ୍ରୀଦେବୀ ମାତ୍ର ୪ ବର୍ଷ ବୟସରୁ ଅଭିନୟ ଆରମ୍ଭ କରିଥିଲେ ।

୨୦୧୮ ମସିହା ଫେବୃଆରୀ  ୨୪ରେ ବଲିଉଡର ଚୁଲବୁଲି ଅଭିନେତ୍ରୀ ଶ୍ରୀଦେବୀଙ୍କ ଆକସ୍ମିକ ମୃତ୍ୟୁ ଖବରରେ ସ୍ତବ୍ଧ ହୋଇଯାଇଥିଲା ପୂରା ଇଣ୍ତଷ୍ଟ୍ରି । ଶ୍ରୀଦେବୀଙ୍କ ମୃତ୍ୟୁ ଘଟଣାକୁ ସେ ସମୟରେ ବିବାଦ ଦେଖିବାକୁ ମିଳିଥିଲା । ଦୁବାଇ ପବ୍ଲିକ ପ୍ରସିକ୍ୟୁଟର ତଦନ୍ତ ପରେ ମୃତ୍ୟୁର ରହସ୍ୟ ସାମ୍ନାକୁ ଆସିଥିଲା । ନିସାଶକ୍ତ ଅବସ୍ଥାରେ ବାଥରୁମ ଟବରେ ପଡି଼ ଶ୍ରୀଦେବୀ ପ୍ରାଣ ହରାଇଥିଲେ ।

Also Read-Adil Khan Durrani Girlfriend: କିଏ ସେ ଆଦିଲ ଖାନ ଦୁର୍ରାନୀଙ୍କ ଗର୍ଲଫ୍ରେଣ୍ଡ? ଯାହାଙ୍କ ଯୋଗୁଁ ଭାଙ୍ଗିଲା ରାକ୍ଷୀ ସାୱନ୍ତଙ୍କ ସୁନାର ସଂସାର!