Brahmastra Film: ଡାଇଲଗ ପାଇଁ ଟ୍ରୋଲ ହେଲେ ଆଲିଆ, ସୋସିଆଲ ମିଡିଆରେ ଫ୍ୟାନ୍ସ କଲେ କିଛି ଏମିତି ପୋଷ୍ଟ
Advertisement

Brahmastra Film: ଡାଇଲଗ ପାଇଁ ଟ୍ରୋଲ ହେଲେ ଆଲିଆ, ସୋସିଆଲ ମିଡିଆରେ ଫ୍ୟାନ୍ସ କଲେ କିଛି ଏମିତି ପୋଷ୍ଟ

Brahmastra : ବକ୍ସ ଅଫିସରେ ଭଲ ରୋଜଗାର କରୁଛି ଆଲିଆ ଭଟ୍ଟ(Alia Bhatt) ଓ ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ବ୍ରହ୍ମାସ୍ତ୍ର (Brahmastra Part 1 Shiva)। ଫିଲ୍ମଟି ଓପନିଂ ଉଇକଏଣ୍ତରେ ବିଶ୍ବବ୍ୟାପି ୨୨୫ କୋଟି ଟଙ୍କା ରୋଜଗାର କରିଛି। 

ସୌଜନ୍ୟ : ସୋସିଆଲ ମିଡିଆ

fallbackBrahmastra : ବକ୍ସ ଅଫିସରେ ଭଲ ରୋଜଗାର କରୁଛି ଆଲିଆ ଭଟ୍ଟ(Alia Bhatt) ଓ ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ବ୍ରହ୍ମାସ୍ତ୍ର (Brahmastra Part 1 Shiva)। ଫିଲ୍ମଟି ଓପନିଂ ଉଇକଏଣ୍ତରେ ବିଶ୍ବବ୍ୟାପି ୨୨୫ କୋଟି ଟଙ୍କା ରୋଜଗାର କରିଛି। ହେଲେ ଫିଲ୍ମର କିଛି ଷ୍ଟୋରୀ ଲାଇନ୍ ଓ ଡାଇଲଗ ପାଇଁ ମଧ୍ୟ୍ୟ ମୁଭିକୁ କାଫି ଟ୍ରୋଲ କରୁଛନ୍ତି ଫ୍ୟାନ୍ସ । ଫିଲ୍ମରେ ଆଲିଆଙ୍କ ଡାଇଲଗ ପାଇଁ ମଧ୍ୟ କିଛି ଦର୍ଶକ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି। ମୁଭିରେ ଥିବା ଆଲିଆ ଭଟ୍ଟ (Alia Bhatt)ଙ୍କ ଡାଇଲଗ୍ ‘Shiva! Shiva!’ ଶିବା! ଶିବା! ରେ ଖୁବ ଟ୍ରୋଲ ହୋଇଛନ୍ତି ଅଭିନେତ୍ରୀ। ଏପରିକି କେତେକ ଫ୍ୟାନ୍ସ ମଧ୍ୟ ଆଲିଙ୍କ ଡାଇଲଗର ମିମିକ୍ରି କରି ଭିଡିଓ ବନାଇ ଏକାକୁ ସୋସିଆଲ ମିଡିଆରେ ମଧ୍ୟ ଛାଡିଛନ୍ତି ।

ବ୍ରହ୍ମାସ୍ତ୍ର ପାର୍ଟ ଓ୍ବାନ୍ ରେ ବଲିଉଡ ସୁପରଷ୍ଟାର ତଥା ବିଗ ବି ଅମିତାଭ ବଚ୍ଚନ(Amitabh Bachchan),ରଣବୀର କପୁର(Ranbir Kapoor) ,ଆଲିଆ ଭଟ୍ଟ(Alia Bhatt),ମୌନି ରାୟ(Mouni Roy), ନାଗାର୍ଜୁନ ଆଖିନେନି(Nagarjuna), ଶାହାରୁକ ଖାନ୍(Shah Rukh Khan) , ସୌରଭ ଗୁରଜର(Saurav Gurjar), ଦିବ୍ୟେନ୍ଦୁ (Divyenndu)ଭଳି ଅଭିନେତା ରହିଛନ୍ତି। ଫିଲ୍ମଟିର ଲେଖକ ଓ ନିର୍ଦ୍ଦେଶନ ହେଉଛନ୍ତି ଆୟନ ମୁଖେର୍ଜି (Ayan Mukerji)। ପ୍ରଡ୍ୟୁସର ଭାବେ ଦାୟିତ୍ବ ତୁଲାଇଛନ୍ତି କରଣ ଯୋହର(Karan Johar) ,ଅପୂର୍ବ ମେହେଟ୍ଟା(Apoorva Mehta),  ନମିତା ମଲହୋତ୍ରା(Namit Malhotra), ରଣବୀର କପୁର(Ranbir Kapoor), ମର୍ଜିକ ଡିସୋଜା(Marijke Desouza) ଓ ଆୟନ ମୁଖେର୍ଜି (Ayan Mukerji) । ଫିଲ୍ମର ବଜେଟ ରହିଛି ୪୧୦ କୋଟି।ଫିଲ୍ମର ପ୍ରଯୋଜକ ରହିଛନ୍ତି କରନ ଜୋହର(Producer Karan Johar)।  ଗାଙ୍ଗୁବାଇ କାଥିଆୱାଡି (Gangubai Kathiawadi), ଭୁଲଭୁଲେୟା2 (Bhool Bhulaiyaa 2),  ଦ' କାଶ୍ମୀର ଫାଇଲ(The Kashmir Files)କୁ ଛାଡି ଦେଲେ ଅନ୍ୟ କୌଣସି ମୁଭି ବକ୍ସ ଅଫିସରେ ଆଶାତିତ ସଫଳତା ଦେଇ ନାହିଁ।  ଫିଲ୍ମଟି ବୁଲଗେରିଆ (Bulgaria), ଲଣ୍ଡନ (London) , ନ୍ୟୁୟର୍କ(New York) , ଏଡିନବର୍ଗ(Edinburgh) , ଥାଇଲ୍ୟାଣ୍ଡ(Thailand), ମନାଲି (Manali), ମୁମ୍ବାଇ (Mumbai)ଏବଂ ବାରାଣାସୀ (Varanasi) ରେ ସୁଟିଂ ହୋଇଛି। କୋଭିଡ ମହାମାରୀ (COVID19) ହେତୁ ଫିଲ୍ମର ପ୍ରଡକ୍ସନ୍ ଏବଂ ରିଲିଜ୍ ଡେଟ  ବିଳମ୍ବ ହୋଇଥିଲା। ଜୁଲାଇ ୨୦୧୪ ରେ ବ୍ରହ୍ମାସ୍ତ୍ର ଫିଲ୍ମଟି ଘୋଷଣା କରାଯାଇଥିଲା । ବହ୍ମାସ୍ତ୍ର  (Brahmastra:Part One – Shiva) ଫିଲ୍ମର ଫଟୋଗ୍ରାଫି ଫେବୃଆରୀ ୨୦୧୮ ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ଧରି ଚାଲିଥିଲା। ଶେଷରେ ଚଳିତ ବର୍ଷ ସେପ୍ଚେମ୍ବର ୯ରେ ମୁକ୍ତି ଲାଭ କରିଛି ଏ ଫିଲ୍ମ ।

ତେବେ, ଖୁବ ଶିଘ୍ର ପରଦାକୁ ଆସିବ ବ୍ରହ୍ମାସ୍ତ୍ର ପାର୍ଟ ୨ (Brahmastra 2) । ଯେଉଁଥିରେ ଦୀପିକା ପାଦୁକୋନ୍  ମୁଖ୍ୟ ଭୂମିକାରେ ନଜର ଆସିବେ। ତେବେ, ଏ ଫିଲ୍ମରେ ଦୀପିକାଙ୍କ ସହ କିଏ ସ୍କ୍ରିନ୍ ସେୟାର କରିବେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।  ତେବେ, ଏ ଫିଲ୍ମର ନାୟକ ଭୂମିକା ପାଇଁ  ହ୍ରିତିକ ରୋଶନ ଓ ରଣବୀର ସିଂଙ୍କ ନାଁ ଚର୍ଚ୍ଚା ହେଉଛି ।