Urfi Javed: ଖୁବଶିଘ୍ର ବନ୍ଧା ହୋଇପାରନ୍ତି ଉର୍ଫି ଜାଭେଦ, ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1482504

Urfi Javed: ଖୁବଶିଘ୍ର ବନ୍ଧା ହୋଇପାରନ୍ତି ଉର୍ଫି ଜାଭେଦ, ଜାଣନ୍ତୁ କାରଣ

Urfi Javed: ସୋସିଆଲ ମିଡିଆ ସେନସେସନ୍ ଉର୍ଫି ଜାଭେଦ୍ । ସେ ସବୁବେଳେ ନିଜ ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ‌ତାଙ୍କ ଡ୍ରେସ୍‌ ଡିଜାଇନ୍‌ ଏବଂ ତାଙ୍କର ଅନ୍ଦାଜ ପ୍ରଶଂସକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। କିଛି ପ୍ରଶଂସକ ଉର୍ଫିଙ୍କ ଫ୍ୟାଶନକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଟ୍ରୋଲର୍ସ ଉର୍ଫିଙ୍କୁ କଡା ସମାଲୋଚନା କରନ୍ତି।

ସୌଜନ୍ୟ : ସୋସିଆଲ ମିଡିଆ

Urfi Javed: ସୋସିଆଲ ମିଡିଆ ସେନସେସନ୍ ଉର୍ଫି ଜାଭେଦ୍ । ସେ ସବୁବେଳେ ନିଜ ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ‌ତାଙ୍କ ଡ୍ରେସ୍‌ ଡିଜାଇନ୍‌ ଏବଂ ତାଙ୍କର ଅନ୍ଦାଜ ପ୍ରଶଂସକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। କିଛି ପ୍ରଶଂସକ ଉର୍ଫିଙ୍କ ଫ୍ୟାଶନକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଟ୍ରୋଲର୍ସ ଉର୍ଫିଙ୍କୁ କଡା ସମାଲୋଚନା କରନ୍ତି। ତେବେ, ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି ଯେ, ଏକ ଅସୁବିଧାରେ ପଡ଼ି ଯାଇଛନ୍ତି ଉର୍ଫି। ଅର୍ଥାତ ଆଇନର ଜାଲରେ ଛନ୍ଦି ହୋଇ ଯାଇଯାଇଛନ୍ତି ସେ। ମୁମ୍ବାଇର ଆନ୍ଧେରି ପୋଲିସ ଷ୍ଟେସନରେ ଉର୍ଫିଙ୍କ ବିରୋଧରେ ଅଭିଯୋଗ ହୋଇଛି। ଓକିଲ ଅଲି କାଶୀଫ ଖାନ ଦେଶମୁଖ (Advocate Ali Kashif Khan Deshmukh) ଲିଖିତ ଭାବେ ଆବେଦନ କରିଛନ୍ତି। ସମାଜକୁ ଖରାପ ଦିଗ ଦର୍ଶନ ଦେବା ସହ ଅଶ୍ଳୀଳତା ସୀମା ଟପିଥିବାରୁ ତାଙ୍କ ବିରୋଧରେ  ଏପରି ଅଭିଯୋଗ ହୋଇଛି ।  ଦୁଇ ଦିନ ପୂର୍ବେ ସେ ଏହି ଆବେଦନ ଗ୍ରହଣ କରିଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

ନିକଟରେ  ଏକ ସାକ୍ଷାତକାରରେ ଲେଖକ ଚେତନ ଭଗତ ଉର୍ଫିଙ୍କ ପୋଷାକ ବିଷୟରେ କହିଥିଲେ ।  ସେ କହିଥିଲେ ଯେ, ଆଜିର ସମୟରେ ଲୋକମାନେ ନିଜ ବେଡ ରୁମରେ ଚାଦର ତଳେ ଉର୍ଫି ଜାଭେଦଙ୍କ ଫଟୋ ଓ ଭିଡିଓ ଦେଖନ୍ତି । ଉର୍ଫିଙ୍କର ସମସ୍ତ ପୋଷାକ ବିଷୟରେ ସମସ୍ତେ ଭଲ ଭାବରେ ଜାଣିଛନ୍ତି । ଏହା ଉର୍ଫିଙ୍କ ଦୋଷ ନୁହେଁ, ସେ ନିଜ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି। କିନ୍ତୁ ଲୋକମାନେ ନିଜ ବେଡର ଚାଦର ତଳେ ଢାଙ୍କି ହୋଇ ଉର୍ଫିଙ୍କ ଫଟୋ ଦେଖୁଛନ୍ତି । ଏଥିରୁ ଜଣାପଡୁଛି ଯେ ଉର୍ଫି ଏହା  ଖରାପ ସମୟ ଦେଇ ଗତି କରିଛନ୍ତି। ଏବଂ ସେ ଯୁବପିଢିଙ୍କୁ ପଥଭ୍ରଷ୍ଟ କରୁଛନ୍ତି । '

ସେପଟେ, ଏହାର କଡା ଜବାବ୍ ଦେଇଥିଲେ ଉର୍ଫି । ସେ ତାଙ୍କର ଇନଷ୍ଟାଗ୍ରାମରେ କ୍ୟାପସନ୍ ସହିତ ଅନେକ ଫଟୋ ସେୟାର କରି ଚେତନଙ୍କୁ ଟାର୍ଗେଟ କରିଥିଲେ। ଏବଂ ସେ ଲେଖିଥିଲେ ଯେ,  'ପ୍ରିୟ ଚେତନ ଭାଗତ, ଉର୍ଫି ଜାଭେଦ ଫଟୋ ଯୁବକମାନଙ୍କୁ ବିଭ୍ରାନ୍ତ କରେ ନାହିଁ ଯେପରି ମାମୁଁମାନେ ଅନାବଶ୍ୟକ ଜ୍ଞାନ ଦିଅନ୍ତି।' ସେ କ୍ୟାପସନରେ ଲେଖିଛନ୍ତି, 'ଯେତେବେଳେ ଇନଷ୍ଟାଗ୍ରାମ କିମ୍ବା ଓ୍ବାଟସପ୍ ରେ ବୟସ୍କ ଲୋକମାନେ ନିଜ ଝିଅ ବୟସର ଝିଅଙ୍କୁ ମେସଜ୍ କରନ୍ତି , ସେତେବେଳେ ଝିଅମାନଙ୍କର ପୋଷାକ ମଧ୍ୟ ଆପଣଙ୍କୁ ବିଭ୍ରାନ୍ତ କରିଥାଏ।' ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖିବୁ ଯେ, ସନି ଲିଓନିଙ୍କ ଶୋ' 'ସ୍ଲିପଟଭିଲ୍ଲା 'ସିଜିନ ୧୪ (Urfi Javed in Splitsvilla 14) ରେ ଧମାଲ ମଚାଉଛନ୍ତି । ଏବଂ ବୋଲ୍ଡ ଅନ୍ଦାଜରେ ନଜର ଆସୁଛନ୍ତି ।

ଏହାବି ପଢନ୍ତୁ : Sidharth Shukla: ପୁରୁଣା ପ୍ରେମକୁ ଭୁଲି ପାରୁନାହାଁନ୍ତି ଶେହେନାଜ, କହିଲେ ମୁଁ ତୁମକୁ...

ଏହାବି ପଢନ୍ତୁ : Rajnikanth: କାହିଁକି 'ରୋବଟ' ଫିଲ୍ମରେ ଐଶ୍ବର୍ଯ୍ୟାଙ୍କ ସହ ସ୍କ୍ରିନ ସେୟାର କରିବାକୁ ଚାହୁଁ ନ ଥିଲେ ଥଲାଇଭା