Raju Srivastav Video: ରାଜୁ ଶ୍ରୀବାସ୍ତବଙ୍କ ଭାବପ୍ରବଣ ଭିଡିଓ, ଦିନେ କହିଥିଲେ ଯମରାଜ ଯଦି ଆସନ୍ତି...
Advertisement
Article Detail0/zeeodisha/odisha1310029

Raju Srivastav Video: ରାଜୁ ଶ୍ରୀବାସ୍ତବଙ୍କ ଭାବପ୍ରବଣ ଭିଡିଓ, ଦିନେ କହିଥିଲେ ଯମରାଜ ଯଦି ଆସନ୍ତି...

Raju Srivastav: ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ (Raju Srivastav) ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ହାସ୍ୟ ଅଭିନେତା ମୃତ୍ୟୁ ବିଷୟରେ କହୁଛନ୍ତି ଏବଂ ଏହା ମଧ୍ୟ କହିଛନ୍ତି ଯେ, ଯଦି ଯମରାଜ ଆସନ୍ତି, ତେବେ ଆସନ୍ତୁ।

ପ୍ରତୀକାତ୍ମକ

Raju Srivastav: ପ୍ରାୟ ଏକ ସପ୍ତାହ ପୂର୍ବେ ଦେଶର ଜଣାଶୁଣା ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ (Raju Srivastav) ଦିଲ୍ଲୀର ଜିମରେ ଓ୍ବାର୍କଆଉଟ କରୁଥିବା ସମୟରେ ହଠାତ୍ ଖସିପଡିଥିଲେ ଏବଂ ସେବେଠାରୁ ଭେଣ୍ଟିଲେଟରରେ ରହି ଜୀବନ ସହିତ ସଂଗ୍ରାମ କରୁଛନ୍ତି। କେତେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ଡାକ୍ତରମାନେ ସବୁ ଜଣାଇ ଦେଇଛନ୍ତି କାରଣ ରାଜୁ ଏବେ ଚିକିତ୍ସା ଉପରେ ନିର୍ଭର ନୁହନ୍ତି ଆଉ କେବଳ କୌଣସି ଚମତ୍କାରିତା ହିଁ ତାଙ୍କ ଜୀବନ ରକ୍ଷା କରିପାରିବ। ନିରନ୍ତର ତାଙ୍କର ସ୍ୱାସ୍ଥ୍ୟ ଅପଡେଟ ଆସୁଥିବା ବେଳେ ଏବେ ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ହାସ୍ୟ ଅଭିନେତା ମୃତ୍ୟୁ ବିଷୟରେ କହୁଛନ୍ତି ଏବଂ ଏହା ମଧ୍ୟ କହିଛନ୍ତି ଯେ, ଯଦି ଯମରାଜ ଆସନ୍ତି, ତେବେ ଆସନ୍ତୁ। ଏହି ଭିଡିଓ(Video) ଏବେ ତାଙ୍କ ଫ୍ୟାନ୍ସ ମାନଙ୍କୁ ଭାବପ୍ରବଣ କରାଇଛି।

ସର୍ବଶେଷ ସୂଚନା ଅନୁଯାୟୀ, ରାଜୁ ଶ୍ରୀବାସ୍ତବ ମାନସିକ ସ୍ଥିତି ହରାଇଛନ୍ତି (Raju Srivastav Brain Dead) ଏବଂ ତାଙ୍କୁ କରାଯାଉଥିବା ଚିକିତ୍ସାର କୌଣସି ପ୍ରତିକ୍ରିୟା ଆସୁନାହିଁ। ହାସ୍ୟ ଅଭିନେତା ସୁନୀଲ ପାଲ ଏହି ସୂଚନା ଦେଇଥିବା ବେଳେ କେତେକ ଗଣମାଧ୍ୟମ ରିପୋର୍ଟରେ ମଧ୍ୟ ସମାନ କଥା କୁହାଯାଉଛି। ତାଙ୍କୁ କେବଳ ଜୀବନ ହିଁ ଭରସା ଥିବାବେଳେ ସେ ସଂଗ୍ରାମ ଜାରି ରଖିଛନ୍ତି। ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏବଂ ବର୍ତ୍ତମାନ କେବଳ କୌଣସି ଏକ ଚମତ୍କାରିତା ହିଁ ତାଙ୍କ ଜାବନକୁ ରକ୍ଷା କରିପାରିବ। ତାଙ୍କ ପତ୍ନୀ, ବନ୍ଧୁ ଏବଂ ପରିବାର, ପ୍ରଶଂସକ ମାନଙ୍କୁ ତାଙ୍କର ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି।

ନିରନ୍ତର ସ୍ୱାସ୍ଥ୍ୟ ଅପଡେଟ ଆସୁଥିବା ବେଳେ ଏହାରି ମଧ୍ୟରେ ରାଜୁ ଶ୍ରୀବାସ୍ତବଙ୍କ ପ୍ରାୟ ୨୭ ଦିନର ଏକ ପୂରୁଣା ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ମୃତ୍ୟୁ ବିଷୟରେ କହୁଛନ୍ତି। ଏଠାରେ ଆପଣଙ୍କୁ କହି ରଖୁଛୁ, ଏହା ଏକ କମେଡି ଭିଡିଓ, ଯେଉଁଥିରେ ରାଜୁ ତାଙ୍କର ଲୋକପ୍ରିୟ ଭୂମିକା 'ଗଜୋଧର ଭାୟା' (Raju Srivastav Gajodhar Bhaiya) ସ୍ୱରରେ କଥା ହେଉଛନ୍ତି। 

ଯେହେତୁ ଆମେ ଆପଣଙ୍କୁ କହିଥିଲୁ ରାଜୁ ଶ୍ରୀବାସ୍ତବ ଏହି ଭିଡିଓରେ ତାଙ୍କର ଲୋକପ୍ରିୟ 'ଗଜୋଧର ଭାୟା'ର ଭୂମିକାରେ କଥା ହେଉଛନ୍ତି। ସେ କହୁଛନ୍ତି ଯେ, ଜୀବନରେ ସମସ୍ତେ ଏପରି କାର୍ଯ୍ୟ କରିବା ଉଚିତ ଯେ, ଯେତେବେଳେ ବି ଯମରାଜ ଆସିବେ ସେ ଆପଣଙ୍କୁ ନେବାବେଳେ ଏକ ମଇଁଷିରେ ବସାଇ ନେବେ। ରାଜୁ ଶ୍ରୀବାସ୍ତବ କହୁଛନ୍ତି ଯେ, ଜୀବନ ଏପରି ହେବା ଉଚିତ ଯେ ଯମରାଜ ନିଜେ ଚାଲି ଯିବା ସହିତ ତୁମକୁ ଏକ ମଇଁଷିରେ ବସାଇ ନିଅନ୍ତୁ। ଆଉ ଯାଉ ଯାଉ ବାଟରେ କୁହନ୍ତୁ, ତୁମେ ଜଣେ ଭଲ ଏବଂ ଉତ୍ତମ ଚରିତ୍ରର ବ୍ୟକ୍ତି, ଚାଲିବା ତୁମକୁ ଶୋଭା ପାଏ ନାହିଁ, ମୁଁ ପାଦରେ ଚାଲିବି କିନ୍ତୁ, ତୁମେ ମଇଁଷି ପିଠିରେ ଯାଅ।

ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ କୌଣସି ନୂତନ ଅପଡେଟ ନାହିଁ, କିନ୍ତୁ କୁହାଯାଉଛି ଯେ ସେ ଅତ୍ୟନ୍ତ ଗୁରୁତର ଏବଂ ଇଣ୍ଡଷ୍ଟ୍ରିର ବିଶିଷ୍ଟ କଳାକାରଙ୍କ ଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରାର୍ଥନା କରୁଛନ୍ତି ତାଙ୍କର ଶିଘ୍ର ଆରୋଗ୍ୟ ପାଇଁ।