Randeep-Lin: ବିବାହ ପରେ ଭାଇରାଲ ହେଉଛି ରଣଦୀପ ଓ ଲିନ୍ ଙ୍କ ଅନସିନ୍ ଭିଡ଼ିଓ, ଦେଖନ୍ତୁ
Advertisement
Article Detail0/zeeodisha/odisha1990760

Randeep-Lin: ବିବାହ ପରେ ଭାଇରାଲ ହେଉଛି ରଣଦୀପ ଓ ଲିନ୍ ଙ୍କ ଅନସିନ୍ ଭିଡ଼ିଓ, ଦେଖନ୍ତୁ

Randeep-Lin: ଦୀର୍ଘ ଦିନ ଧରି ଡ଼େଟ୍ କରୁଥିବା ଗାର୍ଲଫ୍ରେଣ୍ତ ଲିନ୍‌ ଲ୍ୟାସରାମଙ୍କୁ (Lin Laishram) ସାତ ଜନ୍ମର ସାଥୀ କରିଛନ୍ତି ଅଭିନେତା । ଇମ୍ପାଲରେ ମଣିପୁର ରୀତିନୀତି ଅନୁଯାୟୀ ଦୁହେଁ ବିବାହ କରିଛନ୍ତି। ତେବେ ବିବାହ ପରେ ଉଭୟଙ୍କ ବହୁ ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ବେଳେ ବର୍ତ୍ତମାନ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ।

ସୌ(ସୋସିଆଲ ମିଡିଆ)

Randeep-Lin Unseen Wedding Video: ନଭେମ୍ବର ୨୯ରେ ହାତକୁ ଦି ହାତ ହୋଇଛନ୍ତି ବଲିଉଡ ଅଭିନେତା ରଣଦୀପ ହୁଡା (Randeep Hooda) । ଦୀର୍ଘ ଦିନ ଧରି ଡ଼େଟ୍ କରୁଥିବା ଗାର୍ଲଫ୍ରେଣ୍ତ ଲିନ୍‌ ଲ୍ୟାସରାମଙ୍କୁ (Lin Laishram) ସାତ ଜନ୍ମର ସାଥୀ କରିଛନ୍ତି ଅଭିନେତା । ଇମ୍ପାଲରେ ମଣିପୁର ରୀତିନୀତି ଅନୁଯାୟୀ ଦୁହେଁ ବିବାହ କରିଛନ୍ତି। ତେବେ ବିବାହ ପରେ ଉଭୟଙ୍କ ବହୁ ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ବେଳେ ବର୍ତ୍ତମାନ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ।

ବିବାହ ଦିନ ରଣଦୀପ ଧଳା ରଙ୍ଗର ଧୋତି ଓ କୁର୍ତ୍ତାରେ ମଣିପୁରୀ ବର ପରି ଦେଖାଯାଉଥିବା ବେଳେ ଲିନ୍ ପାରମ୍ପରିକ ମଣିପୁରୀ କନ୍ୟା ବେଶରେ ନଜର ଆସିଥିଲେ । ସେ ଏହି ଖାସ୍ ଦିନ ପାଇଁ ଏକ ଲାଲ୍ ରଙ୍ଗର ଲେହେଙ୍ଗା ବାଛିଥିଲେ । ଏହା ସହ ସେ ବହୁ ମାତ୍ରାରେ ସୁନା ଅଳଙ୍କାର ପିନ୍ଧିଥିବା ନଜର ଆସିଥିଲେ । ତାଙ୍କର ଏହି ବଧୂ ବେଶ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି । ରଣଦୀପ ଓ ଲିନ୍‌ ଲ୍ୟାସରାମ ପାରମ୍ପାରିକ ମଣିପୁରୀ ଢଙ୍ଗରେ ବିବାହ (Manipur Marriage) କରିଥିଲେ, ଯାହାକୁ ପ୍ରଶଂସକମାନେ ଖୁବ ପସନ୍ଦ କରିଥିଲେ । ନିକଟରେ ଭାଇରାଲ ହେଉଥିବା ଏକ ଭିଡିଓରେ ରଣଦୀପ ଓ ଲିନ୍ ଙ୍କ ବିବାହ ରୀତିନୀତି ଦେଖିବାକୁ ମିଳୁଛି । ଯାହାକୁ ଲୋକେ ବହୁତ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଏହି ଭାଇରାଲ୍ ଭିଡ଼ିଓ ସୁନା ଅଳଙ୍କାର ସହ ଗୋଲାପୀ ରଙ୍ଗର ଶାଢୀରୁ ଆରମ୍ଭ ହୋଇଛି । ଯାହା ବିବାହ ପୂର୍ବ ସମାରୋହରେ ଲିନ୍ ପିନ୍ଧିଥିଲେ । କିଛି ସମୟ ପରେ, ରଣଦୀପଙ୍କ ବିବାହ ପୋଷାକ, ଯଥା- ଧଳା କୁର୍ତ୍ତା, ଧୋତି ଓ ପଗଡି ସେଟ୍ ଦେଖିବାକୁ ମିଳୁଛି । ଏହା ପରେ ଆମେ ରଣଦୀପଙ୍କ ପରିବାର ତାଙ୍କୁ ବିବାହ ସ୍ଥାନକୁ ଆଣୁଥିବା ଦେଖିବାକୁ ମିଳୁଛି । ତେବେ ଲିନ୍ ମଣ୍ତପରେ ପହଁଞ୍ଚବା ପରେ ସମ୍ପର୍ଣ୍ଣ ପାରମ୍ପାରିକ ମଣିପୁରୀ ରୀତିନୀତିରେ ବିବାହ ହେଉଥିବା ଦେଖିବାକୁ ମିଳୁଛି ।

 

 
 
 
 

 
 
 
 
 
 
 
 
 
 
 

A post shared by Storyteller Imphal (@storytellerimphal)

ପ୍ରକାଶ ଥାଉ କି, ଏହି ବିବାହ କାର୍ଯ୍ୟକ୍ରମରେ ଉଭୟଙ୍କ ଘନିଷ୍ଠ ବନ୍ଧୁ ଓ ପରିବାର ସଦସ୍ୟ ଯୋଗ ଦେଇଥିଲେ । ବିବାହରେ  ଅତିଥିଙ୍କୁ ମଣିପୁରର ଷ୍ଟ୍ରିଟ୍ ଫୁଡ଼ ପରସା ଯାଇଥିଲା । ତେବେ ଏହି କପଲ ମୁମ୍ବାଇରେ ଏକ ଗ୍ରାଣ୍ତ ରିସେପସନ୍ ଦେବେ ।

Also Read-Animal: ବକ୍ସ ଅଫିସରେ ଧମାଲ୍ ମଚାଉଛି 'ଆନିମଲ' , ଦ୍ବିତୀୟ ଦିନରେ କଲା ଏତେ କୋଟି ରୋଜଗାର