Filmmaker Arindam Sil Suspended: ଯୌନ ଉତ୍ପୀଡ଼ନ ଅଭିଯୋଗ କାରଣରୁ ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଅରିନ୍ଦମ ସିଲଙ୍କୁ ଡାଇରେକ୍ଟର୍ସ ଆସୋସିଏସନ୍ ଅଫ୍ ଇଷ୍ଟର୍ନ ଇଣ୍ଡିଆ (DAEI) ଦ୍ୱାରା ନିଲମ୍ବିତ କରାଯାଇଛି। ଶନିବାର ବିଳମ୍ବିତ ରାତିରେ DAEI ପକ୍ଷରୁ ଜାରି ହୋଇଥିବା ଏକ ଚିଠିରେ କୁହାଯାଇଛି ଯେ ଏହି ନିଲମ୍ବନ ତୁରନ୍ତ କାର୍ଯ୍ୟକାରୀ କରାଯିବ।


COMMERCIAL BREAK
SCROLL TO CONTINUE READING

ଡିଏଇଆଇ ଚେୟାରମ୍ୟାନ୍ ସୁବ୍ରତ ସେନ୍ ଏବଂ ସଚିବ ସୁଦର୍ଶନ ରାୟ ଏକ ଚିଠି ଲିଖି କହିଛନ୍ତି ଯେ, ଆପଣଙ୍କ ବିରୁଦ୍ଧରେ ଦିଆଯାଇଥିବା କିଛି ଅଭିଯୋଗ ହେତୁ DAEI ଆପଣଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ଏହି ଅଭିଯୋଗ ଆମ ପାଇଁ ଚିନ୍ତାର ବିଷୟ ବୋଲି ଚିଠିରେ ଉଲ୍ଲେଖ ରହିଛି ।


ଅନେକ ଡିଟେକ୍ଟିଭ୍ ଚଳଚ୍ଚିତ୍ର ନିର୍ମାଣ କରିଥିବା ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଅରିନ୍ଦମ୍ ସିଲ୍ ଟଲିଉଡର ଜଣେ ଜଣାଶୁଣା ଚେହେରା । ଅରିନ୍ଦମ ସିଲ୍ ପ୍ରତିକ୍ରିୟାରେ କହିଛନ୍ତି ଯେ, ଯଦି ଏହାକୁ ଅସଦାଚରଣ ବୋଲି ବିବେଚନା କରାଯାଉଛି ତାହେଲେ ତାହା ତାଙ୍କ ଅଜାଣତରେ ଘଟିଛି। ସେ କହିଛନ୍ତି ଯେ, ଅଭିଯୋଗ ଘଟଣାରେ ଏକ ଫିଲ୍ମର ସୁଟିଂ ସମୟରେ ଅଭିନେତ୍ରୀଙ୍କୁ ଏକ ଦୃଶ୍ୟ ସମ୍ପର୍କରେ ବୁଝାଉଥିଲେ ଅରିନ୍ଦମ । ସେ ଏହା ମଧ୍ୟ ଦାବି କରିଛନ୍ତି ଯେ, ଯେଉଁ ସମୟରେ ଏହା ଘଟିଥିଲା ସେତେବେଳେ ମୋର କାର୍ଯ୍ୟ କିମ୍ବା ଆଚରଣକୁ ନେଇ କେହି କିଛି ଆପତ୍ତି ଉଠାଇ ନଥିଲେ।  ଘଟଣା ସମୟରେ ଫିଲ୍ମ ସହ ଜଡିତ ଅନ୍ୟ ଲୋକମାନେ ମଧ୍ୟ ଉପସ୍ଥିତ ଥିଲେ । ମୁଁ ଉଦ୍ଦେଶ୍ୟମୂଳକ ଭାବେ କିଛି ଭୁଲ କରିନାହାଁ ବୋଲି ଅରିନ୍ଦମ କହିଛନ୍ତି । ଅରିନ୍ଦମ ସିଲଙ୍କ କହିବାନୁଯାୟୀ, DAEI ତାଙ୍କ ପକ୍ଷ ନ ଶୁଣି ତାଙ୍କୁ ନିଲମ୍ବନ କରିଛନ୍ତି।


Also Read- ନବ ଦମ୍ପତ୍ତି ମନୋଜ ମିଶ୍ର ଏବଂ ମମତାଙ୍କୁ ଚରିତ୍ରହୀନ କହିଲେ ପ୍ରଥମ ପତ୍ନୀ


Also Read- Top 10 News Today: ବିଜେପି ନେତାଙ୍କୁ ବିଜେଡି ନେତାଙ୍କ ଧମକ, ପଢ଼ନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର