ନବ ଦମ୍ପତ୍ତି ମନୋଜ ମିଶ୍ର ଏବଂ ମମତାଙ୍କୁ ଚରିତ୍ରହୀନ କହିଲେ ପ୍ରଥମ ପତ୍ନୀ
Advertisement
Article Detail0/zeeodisha/odisha2420496

ନବ ଦମ୍ପତ୍ତି ମନୋଜ ମିଶ୍ର ଏବଂ ମମତାଙ୍କୁ ଚରିତ୍ରହୀନ କହିଲେ ପ୍ରଥମ ପତ୍ନୀ

ସୋସିଆଲ ମିଡିଆରେ ମାନା ଏବଂ ମନୋଜଙ୍କ ଝିଅ କେଉଁଠି ଅଛି ବୋଲି ଲୋକମାନେ ବିଭିନ୍ନ ଆଲୋଚନା କରୁଛନ୍ତି । ତାହାର ଉତ୍ତରରେ ମାନା କହିଛନ୍ତି ଯେ, ଏ ଚରିତ୍ରହୀନ ପୁରୁଷ ଆଉ ଚରିତ୍ରହୀନ ନାରୀଙ୍କ ପାଖରେ ମୋ ଝିଅ କେବେ ରହିଲା ରେ ? ଏପରି ଆଲୋଚନା ନକରିବାକୁ ମାନା ଅନୁରୋଧ କରିଛନ୍ତି ।

ନବ ଦମ୍ପତ୍ତି ମନୋଜ ମିଶ୍ର ଏବଂ ମମତାଙ୍କୁ ଚରିତ୍ରହୀନ କହିଲେ ପ୍ରଥମ ପତ୍ନୀ

Ollywood News: ଅଭିନେତା ମନୋଜ ମିଶ୍ର ଏବଂ ମମତା ନନ୍ଦଙ୍କ ବିବାହ ପରେ ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି ମନୋଜଙ୍କ ପ୍ରଥମ ପତ୍ନୀ ମାନା ମିଶ୍ର । ଗତକାଲି ମନୋଜ ଏବଂ ମମତା 'ସିନେମା ଆଇ ଲଭ ୟୁ 2' ଦେଖିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ । ସେହି ପ୍ରତିକ୍ରିୟାକୁ ପ୍ରଥମ ପତ୍ନୀ ମାନା ମିଶ୍ର ନିଜ ସୋସିଆଲ ମିଡିଆରେ ସେୟାର କରିବା ସହ ଲେଖିଛନ୍ତି ଯେ, ଆରେ ବାରେ... ମୋର ଜବରଦସ୍ତ ଛାଡପତ୍ର ଦେଇଥିବା ସ୍ୱାମୀ ତମର ଚରିତ୍ର କଣ ମୁଁ ବହୁତ ଭଲରେ ଜାଣିଛି । ଫିଲ୍ମ I love u 2 ମୁଁ ବି ଦେଖିବି ପରେ କହିବି । କିନ୍ତୁ ତମେ ବମ୍ୱେରେ ଆଉ ପୁରା ଭୁବନେଶ୍ୱରରେ ଏକମାତ୍ର କୁଳକୁ ଉଦ୍ଧାର କରୁଥିବା ଜ୍ୟୋତି ।

ସୋସିଆଲ ମିଡିଆରେ ମାନା ଏବଂ ମନୋଜଙ୍କ ଝିଅ କେଉଁଠି ଅଛି ବୋଲି ଲୋକମାନେ ବିଭିନ୍ନ ଆଲୋଚନା କରୁଛନ୍ତି । ତାହାର ଉତ୍ତରରେ ମାନା କହିଛନ୍ତି ଯେ, ଏ ଚରିତ୍ରହୀନ ପୁରୁଷ ଆଉ ଚରିତ୍ରହୀନ ନାରୀଙ୍କ ପାଖରେ ମୋ ଝିଅ କେବେ ରହିଲା ରେ ? ଏପରି ଆଲୋଚନା ନକରିବାକୁ ମାନା ଅନୁରୋଧ କରିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, ଓଲିଉଡ଼ କଳିରେ ଛନ୍ଦି ହୋଇଥିବା ଅଭିନେତା ମନୋଜ ମିଶ୍ର ନିକଟରେ ତାଙ୍କର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି।  ସେ ଦ୍ୱିତୀୟ ବିବାହ କରିଥିବା ନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି। ଅଭିନେତ୍ରୀ ତଥା ପ୍ରେମିକା ମମତା ନନ୍ଦଙ୍କୁ ବିବାହ କରିଛନ୍ତି ଅଭିନେତା ମନୋଜ। ବିବାହ ବେଳର ଫଟୋକୁ ମଧ୍ୟ ମନୋଜଙ୍କ ଦ୍ୱିତୀୟ ପତ୍ନୀ ମମତା ତାଙ୍କ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। 

ପୂର୍ବରୁ ମନୋଜ ତାଙ୍କର ପ୍ରଥମ ସ୍ତ୍ରୀ ମାନା ମିଶ୍ରଙ୍କୁ ନିକଟରେ ଛାଡ଼ପତ୍ର ପ୍ରଦାନ କରିଥିଲେ। ପାରିବାରିକ କାରଣରୁ ସେ ତାଙ୍କୁ ଛାଡ଼ପତ୍ର ଦେଇଥିବା କହିଥିଲେ। ମାନା ଓ ମନୋଜଙ୍କର ପୂର୍ବରୁ ଏକ କନ୍ୟା ସନ୍ତାନ ରହିଛନ୍ତି। ସେହିପରି ଛାଡ଼ପତ୍ର ପରେ ମମତାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିବା ନେଇ ଓଲିଉଡ଼ ଜଗତରେ ଚର୍ଚ୍ଚା ଜୋର ଧରିଥିଲା। ତେବେ ନିକଟରେ ସେ କୋର୍ଟରେ ନ୍ୟାୟିକ ବ୍ୟବସ୍ଥା ଅନୁଯାୟୀ ମମତାଙ୍କୁ ମନୋଜ ବିବାହ କରିଥିଲେ। ବିବାହ ସମୟର ଫଟୋ ମନୋଜ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ। 

ସୂଚନାଯୋଗ୍ୟ, ବିଭିନ୍ନ ସମୟରେ ମନୋଜ ଚର୍ଚ୍ଚାରେ ରହି ଆସିଛନ୍ତି ନିକଟରେ ସେ ଅଭିନେତାରୁ ନେତା ପାଲଟିଥିଲେ। କଂଗ୍ରେସ ଦଳରେ ଯୋଗ ଦେଇ ସେ ସାଧାରଣ ନିର୍ବାଚନ ଲଢିଥିଲେ। ବଲାଙ୍ଗୀର ଲୋକସଭା ଆସନରୁ ସେ କଂଗ୍ରେସ ପାଇଁ ସାଂସଦ ଭାବେ ନିର୍ବାଚନ ଲଢିଥିଲେ। ଏହି ସମୟରେ ସେ କୋଶଳ ରାଜ୍ୟ ଗଠନକୁ ନେଇ ମନ୍ତବ୍ୟ ଦେଇ ଲୋକମାନଙ୍କର ଆକ୍ରୋଶର ଶିକାର ହୋଇଥିଲେ। ଏହା ପୂର୍ବରୁ ମଧ୍ୟ ସେ ଓଡ଼ିଆ ସିନେମାକୁ ନେଇ ମନ୍ତବ୍ୟ ଦେଇ ମଧ୍ୟ ସିନେପ୍ରେମୀଙ୍କ ଆକ୍ରୋଶର ଶିକାର ହୋଇଥିବା ଦେଖିବାକୁ ମିଳିଥିଲା।

Also Read- Lucky Zodiac Sign: ସେପ୍ଟେମ୍ୱର ୮ରେ ବୁଦ୍ଧାଦିତ୍ୟ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- Video: ଓଡ଼ିଆ ସିନେମା ଅଭିନେତ୍ରୀ ଅନୁଭାଙ୍କ ଭିଡିଓ ଭାଇରାଲ୍