Top 10 News Today: ବିଜେପି ନେତାଙ୍କୁ ବିଜେଡି ନେତାଙ୍କ ଧମକ, ପଢ଼ନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2420579

Top 10 News Today: ବିଜେପି ନେତାଙ୍କୁ ବିଜେଡି ନେତାଙ୍କ ଧମକ, ପଢ଼ନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today: ବିଜେପି ନେତାଙ୍କୁ ବିଜେଡି ନେତାଙ୍କ ଧମକ, ପଢ଼ନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today

Headlines 01- ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ଇଷ୍ଟ ଦେବୀ ମାଆ ସମଲେଇଙ୍କ ନିକଟରେ ନବାନ୍ନ ଲାଗି ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମାଆ ସମଲେଶ୍ୱରୀଙ୍କୁ ଦର୍ଶନ କରିବା ପରେ ମନ୍ଦିର ପରିସରରେ ନୂଆଁ ଖାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଏସପି, ଜିଲ୍ଲାପାଳ, ଆଇଜି ମଧ୍ୟ ଏହି ପର୍ବରେ ସାମିଲ ହୋଇଥିଲେ । ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Headlines 02- ଆଜି ଆରମ୍ଭ ହେବାକୁ ଯାଉଛି ସିଏମ କିଷାନ ଯୋଜନା । ଏଥିରେ ଚାଷୀଙ୍କୁ ୪ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ । ଚାଷୀଙ୍କୁ ଏହି ଆର୍ଥିକ ସହାୟତା ଯୋଗାଇ ଦେବା ଲାଗି ରାଜ୍ୟ ସରକାର ମୋଟ ୧୯ଶହ ୩୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।

Headlines 03- କୋଲକାତା ଆରଜି କର ମେଡିକାଲ କଲେଜରେ ଜଣେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବେଙ୍ଗଲ ସରକାରଙ୍କ ମନୋଭାବକୁ ବିରୋଧ କରି ଟିଏମସି ରାଜ୍ୟସଭା ସାଂସଦ ଜବାହର ସାରକାର ରବିବାର ଦିନ ଇସ୍ତଫା ଦେଇଛନ୍ତି। ରବିବାର ଦିନ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଇସ୍ତଫା ଦେଇଛନ୍ତି। ଏହି ଚିଠିରେ ଜବାହର ସାରକାର 'ନିର୍ଦ୍ଦିଷ୍ଟ ଲୋକଙ୍କୁ' ନିଜ ଦଳର ଏକ ପ୍ରାଧାନ୍ୟବାଦୀ ମନୋଭାବ ପୋଷଣ କରିଥିବା ଅଭିଯୋଗ କରିଛନ୍ତି। ସେ ନିଜ ଦଳର ନେତାମାନଙ୍କୁ କାଠଗଡାକୁ ଆଣିଛନ୍ତି।

Headlines 04- ପିତା ମାତା ହୋଲେ ବଲିଉଡ ଦୁଇ ସୁପରଷ୍ଟାର ରଣବୀର ସିଂ ଏବଂ ଦୀପିକା ପାଦୁକୋନ । ଆଜି ସକାଳେ ଦୀପିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ରଣବୀର ଏବଂ ଦୀପିକାଙ୍କ ନିକଟକୁ ଅଜସ୍ର ଶୁଭେଚ୍ଛା ବାର୍ତ୍ତା ସୋସିଆଲ ମିଡିଆ ମାଧ୍ୟମରେ ଆସିବାରେ ଲାଗିଛି ।

Headlines 05- ବିଜେପି ନେତାଙ୍କୁ ବିଜେଡି ନେତାଙ୍କ ହତ୍ୟା ଧମକ ଦେଇଥିବା ଅଭିଯୋଗ ଆସିଛି । ନୟାଗଡ଼ ଦଶପଲ୍ଲାର ବିଜେପି ନେତା ରାଘବ ମଲ୍ଲିକଙ୍କୁ ସ୍ଥାନୀୟ ବିଜେଡି ନେତା ବସନ୍ତ କୁମାର ସାହୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ଏ ସଂପର୍କିତ ଏକ ଫୋନ୍ କଲ୍ ମଧ୍ୟ ସାମନାକୁ ଆସିଛି । ହତ୍ୟା ଧମକ ଅଭିଯୋଗ ସଂପର୍କରେ ବାଣୀଗୋଚ୍ଛା ଥାନାରେ ଲିଖିତ ଅଭିଯୋଗ ହୋଇଥିବା ସୂଚନା ମିଳିଛି ।

Headlines 06- କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ନମୂନା ପରୀକ୍ଷା ପରେ ସ୍ପଷ୍ଟ ହୋଇଛି। ଡେରାବିଶ ବ୍ଳବର ବାଲିଆ ଏବଂ ଏଣ୍ଡର ପଞ୍ଚାୟତରୁ ଭୋପାଳକୁ ନମୁନା ପଠାଯାଇଥିବା ରିପୋର୍ଟ ପଜିଟିଭ୍ ଆସିଛି। କୁକୁଡ଼ା ଫାର୍ମରେ କାମ କରୁଥିବା ଓ କୁକୁଡ଼ା ସଂସ୍ପର୍ଶରେ ଆସୁଥିବା ଲୋକ ଅଧିକ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ ବାର୍ଡ ଫ୍ଲୁ ନେଇ ସତର୍କ ରହିବାକୁ ସବୁ ଜିଲ୍ଲାକୁ ଆଲର୍ଟ କରାଯାଇଛି। ସିଡିଭିଓ ଏହି ସୂଚନା ଦେଇଛନ୍ତି। 

Headlines 07- ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପର୍ବ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନିଜ ସୋସିଆଲ ମିଡିଆ ସାଇଟରେ ଶୁଭେଚ୍ଛା ଜଣାଇ ନବୀନ ପଟ୍ଟନାୟକ ଲେଖିଛନ୍ତି ଯେ, ସମକୁ ମୋର ନୂଆଁଖାଇ ଜୁହାର। ମା' ସମଲେଶ୍ବରୀଙ୍କ କୃପା ସଭିଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ। ଜୟ ମା' ସମଲେଇ । 

Headlines 08- ଅଭିନେତା ମନୋଜ ମିଶ୍ର ଏବଂ ମମତା ନନ୍ଦଙ୍କ ବିବାହ ପରେ ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି ମନୋଜଙ୍କ ପ୍ରଥମ ପତ୍ନୀ ମାନା ମିଶ୍ର । ଗତକାଲି ମନୋଜ ଏବଂ ମମତା 'ସିନେମା ଆଇ ଲଭ ୟୁ 2' ଦେଖିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ । ସେହି ପ୍ରତିକ୍ରିୟାକୁ ମାନା ମିଶ୍ର ସୋସିଆଲ ମିଡିଆରେ ସେୟାର କରିବା ସହ ଲେଖିଛନ୍ତି ଯେ, ଆରେ ବାରେ... ମୋର ଜବରଦସ୍ତ ଛାଡପତ୍ର ଦେଇଥିବା ସ୍ୱାମୀ ତମର ଚରିତ୍ର କଣ ମୁଁ ବହୁତ ଭଲରେ ଜାଣିଛି । ଫିଲ୍ମ I love u 2 ମୁଁ ବି ଦେଖିବି ପରେ କହିବି । କିନ୍ତୁ ତମେ ବମ୍ୱେରେ ଆଉ ପୁରା ଭୁବନେଶ୍ୱରରେ ଏକମାତ୍ର କୁଳକୁ ଉଦ୍ଧାର କରୁଥିବା ଜ୍ୟୋତି ।

Headlines 09- ନୂଆପଡ଼ା ଏମଭିଆଇ ବିଜୟ କୁମାର ବେହୁରିଆଙ୍କୁ ଗିରଫ କଲା ଭିଜିଲାନ୍ସ। ନୂଆପଡ଼ାରୁ ଭୁବନେଶ୍ବର ଯାଉଥିବା ବେଳେ ଗତକାଲି ବିଜୟଙ୍କ ଗାଡ଼ିରୁ ୧ ଲକ୍ଷ ୩୨ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଥିଲା ଭିଜିଲାନ୍ସ। ଖୋର୍ଦ୍ଧା ମେଡିକାଲ ସାମ୍ନାରେ ଗାଡ଼ି ଅଟକାଇ ଯାଂଚ ହୋଇଥିଲା। ତେବେ ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଏଥିସହ ନୂଆପଡ଼ା ସ୍ଥିତ ତାଙ୍କ ଘର, ଜଗତସିଂହପୁର ସ୍ଥିତ ପୈତୃକ ଘର, ଭୁବନେଶ୍ବର ଶୈଳଶ୍ରୀ ବିହାର ସ୍ଥିତ ଘର, ନୂଆପଡ଼ା ଏମଭିଆଇ ଅଫିସ ଚାମ୍ବରରେ ଏକକାଳୀନ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍। 

Headlines 10-  ଆଉ ୨୪ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ ଲଘୁଚାପ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଗାଙ୍ଗେଟିକ୍ ପଶ୍ଚିମବଙ୍ଗ ଉପକୂଳ ରେ ହେବ ଅବପାତ। ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ଗାଙ୍ଗେଟିକ୍ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା, ଝାଡଖଣ୍ଡ ଦେଇ ଛତିଶଗଡ଼ ମୁହାଁ ହେବ। ପ୍ରଭାବରେ ୧୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାକୁ ଯାଉଛି । ତେବେ ଏହାର ପ୍ରଭାବରେ ସମସ୍ତ ଉପକୂଳ ଜିଲ୍ଲାମାନଙ୍କରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା। ବିଶେଷକରି ପୁରୀ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା, ଖୋର୍ଦ୍ଧା, କଟକ ଏବଂ ଯାଜପୁର ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ହେବ।

Also Read- ନବ ଦମ୍ପତ୍ତି ମନୋଜ ମିଶ୍ର ଏବଂ ମମତାଙ୍କୁ ଚରିତ୍ରହୀନ କହିଲେ ପ୍ରଥମ ପତ୍ନୀ

Also Read- Video: ଓଡ଼ିଆ ସିନେମା ଅଭିନେତ୍ରୀ ଅନୁଭାଙ୍କ ଭିଡିଓ ଭାଇରାଲ୍