ଗୋଟିଏ ଶୋରେ ନିଶ-ଦାଢିକୁ ନେଇ କମେଡି କରିଥିଲେ ଭାରତୀ । ଏହି କମେଡି ଏବେ ତାଙ୍କୁ ଭାରି ପଡ଼ିଛି । ସୋସିଆଲ ମିଡିଆରେ ଭିଡିଓ ଜାରି କରି କ୍ଷମା ପ୍ରାର୍ଥନା ପରେ ବି ଥମିନି ବିବାଦ । ଭାରତୀଙ୍କ ନାଁରେ ରୁଜୁ ହେଲା ୨ ଟି ମାମଲା ।
Trending Photos
ନୂଆଦିଲ୍ଲୀ: କମେଡି କୁଇନ୍ ଭାରତୀ ସିଂହ (Bharti Singh) ନିଜ ମଜାଳିଆ ଅନ୍ଦାଜରେ ଲୋକଙ୍କୁ ହସାଇ ହସାଇ ବେଦମ୍ କରିଦିଅନ୍ତି । ତାଙ୍କ ହରକତ ଆଉ କଥାବାର୍ତ୍ତା ଲୋକଙ୍କୁ ବହୁତ ପସନ୍ଦ ଆସେ । ଏଥର ଭାରତୀ ନିଜ କମେଡି ପାଇଁ ସମସ୍ୟାରେ ଫସିଛନ୍ତି ।ନିକଟରେ ସେ ନିଶ-ଦାଢିକୁ ନେଇ କିଛି ଏମିତି ମନ୍ତବ୍ୟ ଦେଇଥିଲେ , ଯାହାକୁ ନେଇ ଲୋକେ ତାଙ୍କ ଉପରେ ରାଗି ଯାଇଛନ୍ତି । ଏପରିକି କିଛି ଲୋକ ଭାରତୀଙ୍କ ଉପରେ ଏଫଆଇଆର ରୁଜୁ ପାଇଁ ବି ଦାବି କରିଛନ୍ତି ।
ଭାରତୀଙ୍କ ମଜାକ୍ ଲୋକଙ୍କୁ କଲା ନିରାଶ
ନିକଟରେ ଭାରତୀ ଗୋଟିଏ ଶୋରେ ନିଶ-ଦାଢିକୁ ନେଇ କମେଡି କରିଥିଲେ । ଏବେ ତାଙ୍କର ଏହି କମେଣ୍ଟ କାରଣରୁ ଶିଖ ସମ୍ପ୍ରଦାୟର ଲୋକ ଆପତ୍ତି ଉଠାଇଛନ୍ତି । ଏଭଳି ମନ୍ତବ୍ୟକୁ ନେଇ ଅନେକ ଲୋକ ଭାରତୀଙ୍କୁ ଟ୍ରୋଲ କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି । ଏହି ପ୍ରସଙ୍ଗରେ ଅମୃତସର ଶିଖ୍ ସଂଗଠନ ଦ୍ୱାରା ଭାରତୀଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି । ଏହି ମାମଲା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ଭାରତୀଙ୍କୁ ବିରୋଧ କରିବା ସହ ଅନେକ ମିମ୍ସ ମଧ୍ୟ ଭାଇରାଲ ହେବାରେ ଲାଗିଛି ।
Also Read: KGF2; ଡିଜିଟାଲ ପ୍ଲାଟଫର୍ମରେ ଦେଖିବାକୁ ମିଳିବ ରକି ଭାଇଙ୍କ ଜଲୱା
ଭାରତୀଙ୍କ ନାଁରେ ରୁଜୁ ହେଲା ମାମଲା
ଏହି ପ୍ରସଙ୍ଗରେ ବିବାଦ ବଢିବାରୁ ଭାରତୀ ସିଂହ ହାତ ଯୋଡ଼ି ଶିଖ୍ ସମ୍ପ୍ରଦାୟକୁ କ୍ଷମା ପ୍ରାର୍ଥନା କରିଛନ୍ତି । ହେଲେ ଏହାପରେ ବି ଏହି ବିବାଦ ଥମିନାହିଁ । ଲୋକେ ଭାରତୀଙ୍କ ମନ୍ତବ୍ୟରେ ବହୁତ ଅସନ୍ତୋଷ ଅଛନ୍ତି । ଏସଜିପିସି (Shiromani Gurdwara Parbandhak Committee) ଏବଂ ଗୁରୁ ରବିଦାସ ଟାଇଗର ଫୋର୍ସ ପଞ୍ଜାବ (GRTFP)ର ଅଭିଯୋଗ କ୍ରମେ ଅମୃତସର ଏବଂ ଜଲନ୍ଧରରେ ୨ଟି ମାମଲା କରାଯାଇଛି ।
କ'ଣ ପୁରା ମାମଲା
ଭାରତୀ ଗୋଟିଏ କମେଡି ଶୋରେ ଟିଭି ଆକ୍ଟ୍ରେସ ଜସ୍ମିନ ଭସିନଙ୍କ ଗେଷ୍ଟ ହୋଇ ପହଞ୍ଚିଥିଲେ । ଏହି ସମୟରେ ଭାରତୀ , ଜସ୍ମିନଙ୍କୁ ମଜାକରେ କହିଥିଲେ ଯେ , କ୍ଷୀର ପିଇବା ପରେ ଦାଢୀକୁ ପାଟିରେ ପକାଇଲେ ସିମେଇର ଟେଷ୍ଟ ଆସେ , ମୋର ବହୁତ ସାଙ୍ଗ ଯେଉଁମାନଙ୍କର ଏବେ ବିବାହ ହୋଇଛି , ସେମାନେ ସାରାଦିନ ନିଶ-ଦାଢୀରୁ ଉକୁଣୀ ବାହାର କରିବାରେ ବ୍ୟସ୍ତ ରୁହନ୍ତି ' । ଭାରତୀଙ୍କ ଏହି କମେଣ୍ଟ ପରେ ହଙ୍ଗାମା ହୋଇଛି । ଅନେକ ଭାରତୀଙ୍କ ଏପରି କମେଣ୍ଟକୁ ବିରୋଧ କରିଛନ୍ତି ।
Also Read: ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କୁ ଟାର୍ଗେଟ କଲେ କଙ୍ଗନା ରାନାୱତ, କହିଲେ- ଏମାନେ ଲୁଚିଛପି ମୋତେ କଲ୍ କରି କୁହନ୍ତି...
ଭାରତୀ ମାଗିଲେ କ୍ଷମା
ଭାରତୀ ଗୋଟିଏ ଭିଡିଓ ଜାରି କରି କ୍ଷମା ପ୍ରାର୍ଥନା କରିଛନ୍ତି । ଭାରତୀ ଭିଡିଓରେ କହିଛନ୍ତି 'ମୋର ଗୋଟିଏ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି , ଯାହାକୁ ଲୋକେ ମୋତେ ପଠାଇବା ସହ ପଚାରୁଛନ୍ତି ଆପଣ ନିଶ-ଦାଢିକୁ ନେଇ ମଜାକ ବନାଇଛନ୍ତି' । ମୁଁ ସେହି ଭିଡିଓ ଦୁଇ ଦିନ ହେଲା ବାର ବାର ଦେଖୁଛି । ମୁଁ ଆପଣଙ୍କୁ ମଧ୍ୟ ଅନୁରୋଧ କରୁଛି ଯେ ଆପଣ ମଧ୍ୟ ଏହି ଭିଡିଓ ଦେଖନ୍ତୁ । ସେ ଆହୁରି କହିଛନ୍ତି ଯେ ସେ କୌଣସି ଧର୍ମକୁ ନେଇ କମେଣ୍ଟ କରିନାହାନ୍ତି । ସେ କେବଳ ମଜାକ୍ କରୁଥିଲେ । ଆଜିକାଲି ତ ସମସ୍ତେ ଦାଢି ରଖୁଛନ୍ତି ' ।