Happy Birthday Sara Ali Khan: ୧୬୦୦ ଟଙ୍କାରୁ ଆରମ୍ଭ କରିଥିଲେ ଅଭିନୟର ଯାତ୍ରା, ଏବେ ଏତେ କୋଟିର ମାଲିକାଣୀ ହେଉଛନ୍ତି ସାରା
Advertisement
Article Detail0/zeeodisha/odisha1821103

Happy Birthday Sara Ali Khan: ୧୬୦୦ ଟଙ୍କାରୁ ଆରମ୍ଭ କରିଥିଲେ ଅଭିନୟର ଯାତ୍ରା, ଏବେ ଏତେ କୋଟିର ମାଲିକାଣୀ ହେଉଛନ୍ତି ସାରା

Happy Birthday Sara Ali Khan: ଆଜି ସାରାଙ୍କ ଜନ୍ମଦିନ। ୧୯୯୫, ଆଜିକା ଦିନରେ ସାରା ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ। ସାରା ବର୍ତ୍ତମାନ ନିଜ ଭାଇ ଓ ମାଆଙ୍କ ସହ ରୁହୁଛନ୍ତି। ସାରାଙ୍କ ଦମଦାର ଅଭିନୟ ଓ ଗ୍ଲାମରସ୍ ଲୁକ୍ ଦର୍ଶକଙ୍କ ମନକିଣେ। ସାରା ୨୦୧୮ ମସିହାରେ ରିଲିଜ୍ ହୋଇଥିବା 'କେଦାରନାଥ' ଫିଲ୍ମରେ ଡେବ୍ୟୁ କରିଥିଲେ। ତେବେ, ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଖାସ୍ କଥା ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Happy Birthday Sara Ali Khan: ବଲିଉଡ଼ (Bollywood)ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ( Sara Ali Khan)।  ସେଫ୍ ଅଲ୍ଲୀ ଖାନଙ୍କ ଝିଅ ହେଉଛନ୍ତି ସାରା ।  ସାରାଙ୍କ ଦମଦାର ଅଭିନୟ ଓ ଗ୍ଲାମରସ୍ ଲୁକ୍ ଦର୍ଶକଙ୍କ ମନକିଣେ। ସାରା ୨୦୧୮ ମସିହାରେ ରିଲିଜ୍ ହୋଇଥିବା 'କେଦାରନାଥ' ଫିଲ୍ମରେ ଡେବ୍ୟୁ କରିଥିଲେ। ସେବେଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି। ଏହା ପରେ ବଲିଉଡକୁ ସେ ଗୋଟିଏ ପରେ ଗୋଟିଏ ହିଟ୍ ସିନେମା ଦେଇଆସୁଛନ୍ତି । ଆଜି ସାରାଙ୍କ ଜନ୍ମଦିନ(Sara Ali Khan Birthday) । ୧୯୯୫, ଆଜିକା ଦିନରେ ସାରା ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ। ସାରା ବର୍ତ୍ତମାନ ନିଜ ଭାଇ ଓ ମାଆଙ୍କ ସହ ରୁହୁଛନ୍ତି। ତେବେ, ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଖାସ୍ କଥା ।...

Also Read: Road Accident: ଭୟଙ୍କର ସଡ଼କ ଦୁର୍ଘଟଣା, ଘଟଣାସ୍ଥଳରେ ୬ ମୃତ, ୯ ଆହତ

Also Read: Horoscope Today Aug 12 2023: ଆୟ ବଢିବା ସହ ଶୁଭଫଳ ପାଇବେ ଏହି ସବୁ ରାଶିର ଲୋକେ, ଜାଣନ୍ତୁ କେମିତ କଟିବ ଆଜିର ଦିନ?

 

 
 
 
 

 
 
 
 
 
 
 
 
 
 
 

A post shared by Sara Ali Khan (@saraalikhan95)

 

 

 

ସାରା ଅଲ୍ଲୀ ଖାନ୍ ବଲିଉଡ଼ର ଏକ ଜଣାଶୁଣା ନାଁ। ସାରା ମାତ୍ର,୧୬୦୦ ଟଙ୍କାରେ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ।  ମାତ୍ର ଆଜି ସାରା କୋଟି କୋଟି ଟଙ୍କାର ମାଲିକାଣୀ । ଗୋଟିଏ ଫିଲ୍ମ ପାଇଁ ସାରା, ନିର୍ମାତାଙ୍କ ଠାରୁ ବର୍ତ୍ତମାନ କୋଟି କୋଟି ଟଙ୍କା ଆଦାୟ କରୁଛନ୍ତି। ସାରା ବର୍ତ୍ତମାନ ଗୋଟିଏ ଫିଲ୍ମ ପାଇଁ ୬ ରୁ ୭ କୋଟି ନେଉଛନ୍ତି ।  କେବଳ ଫିଲ୍ମରୁ ନୁହେଁ , ସାରା ଅଲ୍ଲୀ ଖାନ୍ ବିଜ୍ଞାପନରୁ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରନ୍ତି । ସେ ପ୍ରତି ମାସରେ ପ୍ରାୟ ୫୦ ଲକ୍ଷ ରୋଜଗାର କରନ୍ତି । ଏଭଳି ପରିସ୍ଥିତିରେ, ସେ ୫ ବର୍ଷ ମଧ୍ୟରେ ଅର୍ଥାତ୍ ଅଭିନୟରେ କ୍ୟାରିୟର ଆରମ୍ଭ କରିବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ସେ ୫୦ କୋଟି ଟଙ୍କା ରୋଜଗାର କରିଛନ୍ତି। ବର୍ତ୍ତମାନ ସେ ୪୧ କୋଟି ଟଙ୍କାର ମାଲିକାଣୀ ଅଟନ୍ତି।

ତେବେ, ସାରା ଅଲ୍ଲୀ ଖାନ୍ ଲକଜୁରିୟର୍ସ କାର୍ ଚଢିବାକୁ ପସନ୍ଦ କରନ୍ତି । ଅଭିନେତ୍ରୀଙ୍କ ପାଖରେ ଏକାଧିକ ଲକଜୁରିୟର୍ସ କାର ରହିଛି । ଏହି ଅଭିନେତ୍ରୀଙ୍କର ୧.୬୨ କୋଟି ମୂଲ୍ୟର ମର୍ସିଡିଜ୍ ବେଞ୍ଜ୍ ଜି କ୍ଲାସ୍ ଜି ୩୫୦, ୨୮ ଲକ୍ଷ ଟଙ୍କା ମୂଲ୍ୟର ହୋଣ୍ଡା CRV ଏବଂ ୨୮ ଲକ୍ଷ ଟଙ୍କା ମୂଲ୍ୟର ଜିପ୍ କମ୍ପାସ୍ ଭଳି ଗାଡି଼ ରହିଛି। ଏହା ବ୍ୟତୀତ ମୁମ୍ବାଇରେ ତାଙ୍କର ଏକ ବିଳାସପୂର୍ଣ୍ଣ ଘର ମଧ୍ୟ ଅଛି ଯାହାର ମୂଲ୍ୟ କୋଟି କୋଟି ଅଟେ। ସାରା ଅଲି ଖାନ ଖୁବ୍ କମ୍ ବୟସରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ। ସେ କେଦାରନାଥ ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ଏହା ପରେ ସେ ଅତରଙ୍ଗୀରେ, ସିମ୍ବା ଏବଂ ଲଭ୍ ଆଜ କାଲ ଭଳି ଫିଲ୍ମରେ କାମ କରିଛନ୍ତି । ନିକଟରେ ତାଙ୍କ ଫିଲ୍ମ ଜାରା ହାଟକେ ଜାରା ବାଚକେ ମୁକ୍ତିଲାଭ କରିଥିଲା।