Hrithik Roshan and Saba Azad: ୨୦୨୩ ଶେଷ ସୁଦ୍ଧା ସବାଙ୍କୁ ଜୀବନସାଥୀ କରିପାରନ୍ତି ହ୍ରିତିକ୍! ଆସିବେ ଏହିସବୁ ଅତିଥି...
Advertisement
Article Detail0/zeeodisha/odisha1594542

Hrithik Roshan and Saba Azad: ୨୦୨୩ ଶେଷ ସୁଦ୍ଧା ସବାଙ୍କୁ ଜୀବନସାଥୀ କରିପାରନ୍ତି ହ୍ରିତିକ୍! ଆସିବେ ଏହିସବୁ ଅତିଥି...

Hrithik Roshan and Saba Azad: ବଲିଉଡ଼ର ମୋଷ୍ଟ ହାଣ୍ତସମ ଅଭିନେତା ହ୍ରିତିକ୍ ରୋଶନ ବର୍ତ୍ତମାନ ତାଙ୍କ ଫିଲ୍ମ ଅପେକ୍ଷା ତାଙ୍କ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏବେ ହ୍ରିତିକ୍ ଓ ତାଙ୍କ ଗର୍ଲଫ୍ରେଣ୍ତ ସବାଙ୍କୁ ନେଇ ଏକ ବଡ଼ ଅପଡ଼େଟ ସାମ୍ନାକୁ ଆସିଛି । ଚର୍ଚ୍ଚା ହେଉଛି କି, କୁଆଡ଼େ ଦୁହେଁ ଚଳିତ ବର୍ଷ ଶେଷ ସୁଦ୍ଧା ବିବାହ ପାରନ୍ତି ।

ସୌ(ସୋସିଆଲ ମିଡିଆ)

Hrithik Roshan and Saba Azad: ବଲିଉଡ଼ର ମୋଷ୍ଟ ହାଣ୍ତସମ ଅଭିନେତା ହ୍ରିତିକ୍ ରୋଶନ (Hrithik Roshan) ବର୍ତ୍ତମାନ ତାଙ୍କ ଫିଲ୍ମ ଅପେକ୍ଷା ତାଙ୍କ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ହ୍ରିତିକ ରୋଶନ ଓ ସବା ଆଜାଦଙ୍କୁ(Saba Azad) ବିଭିନ୍ନ ସମସୟରେ ପାର୍ଟି କରିବାର ଦେଖାଯାଉଥିଲା । ତେବେ ଉଭୟଙ୍କୁ ଏକାଠି ଫ୍ୟାନ୍ସ ପସନ୍ଦ କରିଥିବା ବେଳେ କେତେକ ଏମାନଙ୍କ ରିଲେସନସିପକୁ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି । ଏବେ ହ୍ରିତିକ୍ ଓ ସବାଙ୍କୁ ନେଇ ଏକ ବଡ଼ ଅପଡ଼େଟ ସାମ୍ନାକୁ ଆସିଛି । ଚର୍ଚ୍ଚା ହେଉଛି କି, କୁଆଡ଼େ ଦୁହେଁ ଚଳିତ ବର୍ଷ ଶେଷ ସୁଦ୍ଧା ବିବାହ ପାରନ୍ତି ।

ହ୍ରିତିକ୍ ଓ ସବାଙ୍କ ବିବାହକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି । ଏନେଇ ଉଭୟ ମୁହଁ ଖୋଲି ନଥିବା ବେଳ ବାହାଘର ନେଇ କୌଣସି ଅଫିସିଆର ଆନାଉସମେଣ୍ଚ ମଧ୍ଯ ହୋଇନାହିଁ । ତେବେ ଗତବର୍ଷ ଉଭୟଙ୍କ ବିବାହ ନେଇ ଖବର ସାମ୍ନାକୁ ଆସିଥିଲା । ଚର୍ଚ୍ଚା ହେଉଥିଲା ଯେ, ଉଭୟ ଚଳିତ ବର୍ଷ ଶେଷ ଆଡ଼କୁ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି । ଯେଉଁଥିରେ କେବଳ ଉଭୟଙ୍କ ପରିବାର ଲୋକେ ଓ ନିକଟତର ବନ୍ଧୁ ସାମିଲ ହେବେ। ତେବେ ଗର୍ଲଫ୍ରେଣ୍ତ ସବାକୁ ହ୍ରିତିକଙ୍କ ପରିବାର ପକ୍ଷରୁ ମଧ୍ୟ ଗ୍ରୀନ୍ ସିଙ୍ଗନାଲ ମିଳିସାରିଛି । କେବଳ ଅଭିନେତାଙ୍କ ମାଆ ଓ ବାପା ନୁହଁନ୍ତି ବରଂ ତାଙ୍କ ଦୁଇ ପୁଅ ମଧ୍ଯ ସବାଙ୍କୁ ପସନ୍ଦ କରୁଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା, ସବା ଓ ହ୍ରିତିକ୍ ସୁଜେନ ଅର୍ସଲାନ ଗୋନିଙ୍କ ସହ ପାର୍ଟି କରୁଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ଯ ପଢନ୍ତୁ- Cyber Crime: ଶିଳ୍ପା, ଅଭିଷେକ ଓ ଧୋନୀଙ୍କ ନାମରେ ବଡ଼ ଧରଣର ସାଇବର ଠକେଇ

ଏହା ମଧ୍ଯ ପଢନ୍ତୁ- Shah Rukh Khan: ଶାହରୁଖ ଖାନଙ୍କ ଘରେ ବିଳମ୍ବିତ ରାତିରେ ପାଚିରୀ ଡେଇଁ ପଶିଲେ ୨ ଅଜ୍ଞାତ ବ୍ୟକ୍ତି

ପ୍ରକାଶଥାଉ କି, ହ୍ରିତିକ୍ ଓ ସବାଙ୍କ ଏହି ପ୍ରେମ କାହାଣୀ ଟ୍ବଟରୁ ଆରମ୍ଭ ହୋଇଥିଲା । ଟ୍ବଟରେ ହିଁ ଉଭୟଙ୍କ ଦେଖା ସାକ୍ଷାତ ହୋଇଥିଲା । ଏଠାରେ ପରସ୍ପର ସହ କଥାବାର୍ତ୍ତା ପରେ ହ୍ରିତିକ୍ ସବାକୁ ଡି଼ନର ଡ଼େଟରେ ଡ଼କାଇଥି୍ଲେ । ଏହାପରେ ଉଭୟଙ୍କ ମଧ୍ୟରେ ନିବିଡ଼ତା ବଢିବାକୁ ଲାଗିଥିବା ବେଳେ ଦୁହେଁ ଦୁହେିଁଙ୍କୁ ଭଲ ପାଇ ବସିଥିଲେ । ବହୁ ସମୟରେ ଉଭୟଙ୍କୁ ଏକାଠି ସ୍ପଟ୍ ମଧ୍ଯ କରାଯାଇଛି । ତେବେ ଏହି ସମ୍ପର୍କକୁ ନେଇ ସେମାନଙ୍କୁ ଟ୍ରୋଲର ଶିକାର ହେବାକୁ ମଧ୍ଯ ପଡ଼ିଛି ।