Prabhas: ପ୍ରଭାସଙ୍କ ଲଭ ଲାଇଫର ସିକ୍ରେଟ୍ ଖୋଲିଲେ Ram Charan, ଫ୍ୟାନ୍ସଙ୍କୁ ଲାଗିଲା ବଡ ଝଟକା
Advertisement
Article Detail0/zeeodisha/odisha1508766

Prabhas: ପ୍ରଭାସଙ୍କ ଲଭ ଲାଇଫର ସିକ୍ରେଟ୍ ଖୋଲିଲେ Ram Charan, ଫ୍ୟାନ୍ସଙ୍କୁ ଲାଗିଲା ବଡ ଝଟକା

Prabhas: ସାଉଥ ସୁପରଷ୍ଟାର ପ୍ରଭାସ । ପ୍ରଭାସଙ୍କ ଲଭ ଲାଇଫ ବିଷୟରେ ଜାଣିବା ପାଇଁ ସମସ୍ତେ ଚିନ୍ତିତ ଅଛନ୍ତି । କାହିଁକିନା ନିକଟରେ ପ୍ରଭାସଙ୍କ ନାଁ ଅଭିନେତ୍ରୀ କିତ୍ରି ସାନନଙ୍କୁ ନେଇ ଚର୍ଚ୍ଚାରେ ଥିଲା ।

Prabhas: ପ୍ରଭାସଙ୍କ ଲଭ ଲାଇଫର ସିକ୍ରେଟ୍ ଖୋଲିଲେ Ram Charan, ଫ୍ୟାନ୍ସଙ୍କୁ ଲାଗିଲା ବଡ ଝଟକା

Prabhas: ସାଉଥ ସୁପରଷ୍ଟାର ପ୍ରଭାସ । ପ୍ରଭାସଙ୍କ ଲଭ ଲାଇଫ ବିଷୟରେ ଜାଣିବା ପାଇଁ ସମସ୍ତେ ଚିନ୍ତିତ ଅଛନ୍ତି । କାହିଁକିନା ନିକଟରେ ପ୍ରଭାସଙ୍କ ନାଁ ଅଭିନେତ୍ରୀ କିତ୍ରି ସାନନଙ୍କୁ ନେଇ ଚର୍ଚ୍ଚାରେ ଥିଲା । ଦୁହେଁ, ଫିଲ୍ମ 'ଆଦିପୁରୁଷ'ରେ ଏକାଠି କାମ କରୁଥିଲେ। ଏପରିକି ନିକଟରେ ଖବର ଆସିଥିଲା ଯେ, ଦୁହିଁଙ୍କର ବିବାହ ମଧ୍ୟ ହେବାକୁ ଯାଉଛି । ହେଲେ ଏହି ପ୍ରସଙ୍ଗ ନେଇ ଦୁହେଁ କେବେ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି । ତେବେ, ପ୍ରଭାସଙ୍କ ବିବାହ ନେଇ ଏକ ଶୋରେ ବଡ ଖୁଲାସା କରିଛନ୍ତି ସାଉଥ ଷ୍ଟାର ରାମ ଚରନ୍ ।

ନିକଟରେ ବାହୁବଳୀ ହିରୋ ପ୍ରଭାସ ନନ୍ଦାମୁରୀ ବାଲାକ୍ରିଷ୍ଣାଙ୍କ ଟକ୍ ଶୋ  (Nandamuri Balakrishna's talk show 'Unstoppable'.) ଅନଷ୍ଟପେବୁଲ ରେ ପହଞ୍ଚି ଥିଲେ। ସେହି ଶୋରେ ପ୍ରଭାସ ନିଜ ଜୀବନ ସହ ଜଡିତ ଅନେକ କଥା କହିଥିଲେ।  ଏଭଳି ପରିସ୍ଥିତିରେ ଯେତେବେଳେ ପ୍ରଭାସଙ୍କ ବନ୍ଧୁ ତଥା ଷ୍ଟାର ରାମଚରନଙ୍କୁ ଶୋରୁ ଫୋନ କଲ ଯାଇଥିଲା । ସେଠାରେ ସେ ପ୍ରଭାସଙ୍କ ଜୀବନ ସହ ଜଡିତ ବଡ ରହସ୍ୟ ବିଷୟରେ ଖୁଲାସା କରିଥିଲେ । ରାମ ଚରନ କହିଛନ୍ତି ଯେ, ପ୍ରଭାସଙ୍କର ସବୁଠାରୁ ବଡ ରହସ୍ୟ ହେଉଛି ଯେ, ସେ ଏବେବି ଅବିବାହିତ ଅଛନ୍ତି ଏବଂ କାହା ସହିତ ତାଙ୍କର ପ୍ରେମ ସମ୍ପର୍କ ନାହିଁ। ଏଭଳି ପରିସ୍ଥିତିରେ ରାମଚରନ୍ ଥଟ୍ଟା କରି କହିଛନ୍ତି ଯେ ପ୍ରଭାସ ଖୁବଶୀଘ୍ର ସମସ୍ତଙ୍କୁ ଖୁସି ଖବର ଦେବାକୁ  ଯାଉଛନ୍ତି । ରାମଚରନ୍ ଏହା କହିବା ମାତ୍ରେ ପ୍ରଭାସ କହିବା ଆରମ୍ଭ କଲେ ଯେ ତୁମେ ମୋର ବନ୍ଧୁ ନା ଶତ୍ରୁ।

 ଏହି ଶୋ’ରେ ପ୍ରଭାସ ଏବଂ ରାମଚରାନଙ୍କ  ଭିତରେ ଏଭଳି ବନ୍ଧୁତା ଦେଖି ଉପସ୍ଥିତ ଥିବା ଫ୍ୟାନ୍ସମାନେ ମଧ୍ୟ ବହୁତ ଖୁସି ହୋଇଥିଲେ। ଏଭଳି ପରିସ୍ଥିତିରେ କ୍ରିତି ସାନନଙ୍କ ସହ ପ୍ରଭାସଙ୍କ ଲଭ୍ ଲାଇବକୁ ନେଇ ଚର୍ଚ୍ଚା ମଧ୍ୟ ତାଙ୍କ ଜୀବନ ଉପରେ କୌଣସି ପ୍ରଭାବ ପକାଇପାରିନାହିଁ । ନିକଟରେ ଯେତେବେଳେ ପ୍ରଭାସଙ୍କୁ ବିବାହ ତାରିଖ ବିଷୟରେ ପଚରାଯାଇଥିଲା, ସେ କୁହନ୍ତି ଯେବେ ସଲମାନ ଖାନର ବିବାହ ହେବ।

 

ରିପୋର୍ଟ ଅନୁଯାୟୀ, ଯେତେବେଳେ ପ୍ରଭାସ ଫିଲ୍ମ 'ବାହୁବଲୀ'ର ସୁଟିଂରେ ବ୍ୟସ୍ତ ଥିଲେ, ପ୍ରାୟ ୬ ହଜାର ଝିଅ ତାଙ୍କୁ ବିବାହ ପ୍ରସ୍ତାବ ପଠାଇଥିଲେ। ଏତେଗୁଡ଼ିଏ ପ୍ରସ୍ତାବ ପାଇବା ପରେ ମଧ୍ୟ ପ୍ରଭାସ ବିଚଳିତ ହୋଇ ନଥିଲେ। ସେ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ଫିଲ୍ମ ଉପରେ କେନ୍ଦ୍ରୀଭୂତ କରିଥିଲେ। ଏହି କାରଣରୁ ଏହି ସମୟ ମଧ୍ୟରେ ଆସିଥିବା ସମସ୍ତ ସମ୍ପର୍କ ପ୍ରଭାସଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲା।

ଏହାବି ପଢନ୍ତୁ : Malaika: ବଲିଉଡରେ କାମ ନ ମିଳିବାରୁ Pubରେ ଏହି କାମ କଲେ ମଲାଇକା,ଭାଇରାଲ ହେଲା ଭିଡିଓ

ଯଦିଓ ପ୍ରଭାସ ୬ ହଜାର ଝିଅଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି କିନ୍ତୁ, ତାଙ୍କ ସହ ଅନୁଷ୍କା ଶେଟ୍ଟୀଙ୍କ ସମ୍ପର୍କର ଖବର ପ୍ରାୟତଃ ଗଣମାଧ୍ୟମରେ ଆସିଥାଏ। ଏହା ମଧ୍ୟ କୁହାଯାଏ ଯେ ପ୍ରଭାସ ଫିଲ୍ମ 'ସାହୋ' ପାଇଁ ଅନୁଷ୍କାଙ୍କ ନାମକୁ ସୁପାରିଶ୍‌ କରିଥିଲେ। କିନ୍ତୁ, ଅଧିକ ଓଜନ ହେତୁ ନିର୍ମାତା ପରେ ତାଙ୍କ ସ୍ଥାନରେ ଶ୍ରଦ୍ଧା କପୁରଙ୍କୁ ନେଇଥିଲେ। ଆହୁରି ମଧ୍ୟ କୁହାଯାଏ ଯେ ଅନୁଷ୍କାଙ୍କ ବିବାହ ୨୦୧୫ ରେ ସ୍ଥିର ହୋଇଥିଲା, କିନ୍ତୁ ପ୍ରଭାସ ତାଙ୍କୁ 'ବାହୁବଲୀ' ଫିଲ୍ମ ଉପରେ ଧ୍ୟାନ ଦେବା କଥା କହି ବିବାହକୁ ରୋକି ଦେଇଥିଲେ।