Advertisement
Article Detail0/zeeodisha/odisha2344519
Zee OdishaOdisha EntertainmentEntertainment News: ଇଣ୍ଡିଆନ୍ ଟେଲି ଷ୍ଟ୍ରିମିଂ ଆୱାର୍ଡ ୨୦୨୪ ରେ ସ୍ଥାନ ପାଇଲା ଶ୍ରେଷ୍ଠ ଆଞ୍ଚଳିକ ୱେବ୍ ସିରିଜ୍ ବାରଙ୍ଗ ୧୯୯୯

Entertainment News: ଇଣ୍ଡିଆନ୍ ଟେଲି ଷ୍ଟ୍ରିମିଂ ଆୱାର୍ଡ ୨୦୨୪ ରେ ସ୍ଥାନ ପାଇଲା ଶ୍ରେଷ୍ଠ ଆଞ୍ଚଳିକ ୱେବ୍ ସିରିଜ୍ "ବାରଙ୍ଗ ୧୯୯୯"

Entertainment News: କଞ୍ଚା ଲଙ୍କାର କୋ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍  ଶ୍ରୀ ଅକ୍ଷୟ କୁମାର ପରିଜା କୁହନ୍ତି : ଏହି ପୁରସ୍କାର ହଉଛି  ବାରଙ୍ଗ ୧୯୯୯ ସିରିଜ୍ ରେ ଜଡିତ ସମସ୍ତ କଳାକାର, ଟେକ୍ନିସିଆାନ ଓ କ୍ରିଏଟିଭ୍ ମାନଙ୍କ କଠିନ ପରିଶ୍ରମ, ନିଷ୍ଠା ଏବଂ ପ୍ରତିଭାର ପ୍ରମାଣ। ଏହା ଭାରତୀୟ ମନୋରଞ୍ଜନ କ୍ଷେତ୍ରରେ ପ୍ରମାଣ ଦର୍ଶାଉଛି।

Entertainment News: ଇଣ୍ଡିଆନ୍ ଟେଲି ଷ୍ଟ୍ରିମିଂ ଆୱାର୍ଡ ୨୦୨୪ ରେ ସ୍ଥାନ ପାଇଲା ଶ୍ରେଷ୍ଠ ଆଞ୍ଚଳିକ ୱେବ୍ ସିରିଜ୍ "ବାରଙ୍ଗ ୧୯୯୯"

Entertainment News: ୧୯ ଜୁଲାଇରେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ସମ୍ମାନଜନକ ଇଣ୍ଡିଆନ୍ ଟେଲି ଷ୍ଟ୍ରିମିଂ ଆୱାର୍ଡ ୨୦୨୪ ରେ କଞ୍ଚାଲଙ୍କାର ୱେବ୍ ସିରିଜ୍ "ବାରଙ୍ଗ ୧୯୯୯" କୁ ଶ୍ରେଷ୍ଠ ଆଞ୍ଚଳିକ ୱେବ୍ ସିରିଜ୍ ଭାବେ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ପୁରସ୍କାରକୁ କଞ୍ଚାଲଙ୍କାର କୋ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଶ୍ରୀ ଅକ୍ଷୟ କୁମାର ପରିଜା ଓ ସିରିଜର ନିର୍ଦ୍ଦେଶକ ଶ୍ରୀ ଅଜୟ ପାଢି ଗ୍ରହଣ କରିଛନ୍ତି।

 "ବାରଙ୍ଗ ୧୯୯୯" କାହାଣୀକୁ ଖାଲି ଓଡ଼ିଶା ନୁହଁ,ସାରା ଭାରତ ବର୍ଷ ଓ ଭାରତ ବାହାରେ ରହୁଥିବା ଆମ ଦର୍ଶକ ମାନେ ଏହାକୁ ଦେଖି ବହୁତ ସାରା ଭଲ ପାଇବା ଓ ପ୍ରଶଂସା କରିଛନ୍ତି। ଏହି ସିରିଜରେ ଚିତ୍ତ ରଂଜନ ତ୍ରିପାଠୀ, ସୁକୁମାର ଟୁଡୁ ଏବଂ ସୁପ୍ରିୟା ନାୟକଙ୍କ  ଜୀବନ୍ତ ଅଭିନୟକୁ ଆମ ଦର୍ଶକଙ୍କ ଭଲ ପାଇବା ଦୁଇଗୁଣିତ କରିଛି।

କଞ୍ଚା ଲଙ୍କାର କୋ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍  ଶ୍ରୀ ଅକ୍ଷୟ କୁମାର ପରିଜା କୁହନ୍ତି : ଏହି ପୁରସ୍କାର ହଉଛି  ବାରଙ୍ଗ ୧୯୯୯ ସିରିଜ୍ ରେ ଜଡିତ ସମସ୍ତ କଳାକାର, ଟେକ୍ନିସିଆାନ ଓ କ୍ରିଏଟିଭ୍ ମାନଙ୍କ କଠିନ ପରିଶ୍ରମ, ନିଷ୍ଠା ଏବଂ ପ୍ରତିଭାର ପ୍ରମାଣ। ଏହା ଭାରତୀୟ ମନୋରଞ୍ଜନ କ୍ଷେତ୍ରରେ ପ୍ରମାଣ ଦର୍ଶାଉଛି।

Add Zee News as a Preferred Source

ଇଣ୍ଡିଆନ୍ ଟେଲି ଷ୍ଟ୍ରିମିଂ ପୁରସ୍କାର  ଜିତିବା ଆମ କଞ୍ଚା ଲଙ୍କା ର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ  ଓ ଇଣ୍ଡିଆନ୍ ଟେଲି ଷ୍ଟ୍ରିମିଂ ପୁରସ୍କାର ପାଇଁ ଆମେ ଆମର ଦର୍ଶକମାନଙ୍କୁ କୃତଜ୍ଞ ଜଣାଉଛୁ। ଆମେ ଆମ ଦର୍ଶକଙ୍କ ପାଖରେ ଚୁକ୍ତିବଦ୍ଧ ଯେ, ଖାଲି ଓଡିଶା ନୁହଁ ସାରା ବିଶ୍ଵରେ ଆମେ ଆମ ଓଡିଶାର ସମୃଦ୍ଧ ସାଂସ୍କୃତିକ ଚିତ୍ର ଏବଂ ଆମର ସ୍ଥାନୀୟ କଳାକାରମାନଙ୍କ ଅବିଶ୍ୱସନୀୟ ପ୍ରତିଭା ଓ ଉଚ୍ଚମାନର ନିର୍ଦ୍ଦେଶନା କୁ ପହଞ୍ଚାଇବା ପାଇଁ ଚେଷ୍ଟା କରିବୁ।

କଞ୍ଚା ଲଙ୍କା ବିଷୟରେ:

କଞ୍ଚାଲଙ୍କା ଓଡ଼ିଶାର ଅଗ୍ରଣୀ, ଓଡ଼ିଆ ମନୋରଞ୍ଜନଭିତ୍ତିକ ଓଟିଟି ପ୍ଳାଟଫର୍ମ l  ବିଶ୍ଵବ୍ୟାପୀ ଦର୍ଶକମାନଙ୍କୁ ଉଚ୍ଚ ମାନର ଓଡ଼ିଆ କଣ୍ଟେଣ୍ଟ ପରଷିବା ପାଇଁ ସମର୍ପିତ l ସିନେମା, ୱେବ ସିରିଜ, କ୍ରୀଡା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପରି ବିବିଧ ବିକଳ୍ପ ପାଇଁ ଏକ ପ୍ରମୁଖ ମାଧ୍ୟମ  ' କଞ୍ଚା ଲଙ୍କା 'l  ଓଡ଼ିଶାର ସମୃଦ୍ଧ ସଂସ୍କୃତିର ମହୋତ୍ସବ ' କଞ୍ଚା ଲଙ୍କା ' l

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author