ଜୀ-ସାର୍ଥକର ମେଗା ରିୟାଲିଟି ସୋ ପ୍ରଚାରର ଅଭିନବ ପ୍ରୟାସ
Advertisement
Article Detail0/zeeodisha/odisha2143763

ଜୀ-ସାର୍ଥକର ମେଗା ରିୟାଲିଟି ସୋ ପ୍ରଚାରର ଅଭିନବ ପ୍ରୟାସ

ଜୀ-ସାର୍ଥକ ଆରମ୍ଭ କରିଛି "ଡାନ୍ସ ଓଡିଶା ଡାନ୍ସ - ଜୀ-ସାର୍ଥକ ସଂସାର ଡବଲ୍ସ୍ ଲିଗ୍", ସୋ ପ୍ରଚାରର ଏକ ନୂଆ ପ୍ରୟାସ, ଯାହା ଆପଣଙ୍କୁ ଦେବ ଖରା ଦିନରେ ମାଗଣା ଆଇସ୍କ୍ରୀମ । ହେଲେ କେମିତି ପାଇବେ ଏହି ମାଗଣା ଆଇସ୍କ୍ରୀମ ? 

ଜୀ-ସାର୍ଥକର ମେଗା ରିୟାଲିଟି ସୋ ପ୍ରଚାରର ଅଭିନବ ପ୍ରୟାସ

Entertainment News: ଓଡ଼ିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସବୁବେଳେ ତାର ଦର୍ଶକଙ୍କ ସହ ଯୋଡି ହୋଇ ରହିବା ପାଇଁ ଅବିରତ ଚେଷ୍ଟା ଜାରି ରଖିଥାଏ । କେତେବେଳେ ଟିଭି ମାଧ୍ୟମରେ ତ କେତେବେଳେ ସିଧା ସିଧା ଦର୍ଶକଙ୍କ ପାଖରେ ପହଞ୍ଚିଥାଏ । ସେହି ପରିପ୍ରେକ୍ଷିରେ ଜୀ-ସାର୍ଥକ ଆରମ୍ଭ କରିଛି "ଡାନ୍ସ ଓଡିଶା ଡାନ୍ସ - ଜୀ-ସାର୍ଥକ ସଂସାର ଡବଲ୍ସ୍ ଲିଗ୍", ସୋ ପ୍ରଚାରର ଏକ ନୂଆ ପ୍ରୟାସ, ଯାହା ଆପଣଙ୍କୁ ଦେବ ଖରା ଦିନରେ ମାଗଣା ଆଇସ୍କ୍ରୀମ । ହେଲେ କେମିତି ପାଇବେ ଏହି ମାଗଣା ଆଇସ୍କ୍ରୀମ ? 

ଜୀ-ସାର୍ଥକରେ ପ୍ରସାରିତ  ସେଲିବ୍ରେଟିଙ୍କ ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ, ଜୀ-ସାର୍ଥକ ସଂସାର ଡବଲ୍ସ୍ ଲିଗ୍’ ର ପ୍ରଚାରକୁ ଆହୁରି ଏକ ପାଦ ଆଗକୁ ନେଇ ଏହାର ଟିମ୍ ଆରମ୍ଭ କରିଛି ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆରେ ଏକ ନୂଆ ହାସଟ୍ଯାଗ ଟ୍ରେଣ୍ଡ #ZSDUMDARJODI । ଯେମିତିକି ସୋ ର ଟ୍ୟାଗ ଲାଇନରେ କୁହାଯାଇଛି " ଯେବେ ଯୋଡି ଥିବା ଦମଦାର ଧମାକା ହେବ ଜୋରଦାର" , ସେମିତି  ଆପଣ ନିଜର ଦମଦାର ବନ୍ଧୁ, ବାନ୍ଧବୀ ବା ନିଜ ଯୋଡି ସହ ନିକଟସ୍ଥ ଜ଼ୀ ସାର୍ଥକ ଆଇସ୍କ୍ରୀମ ଟ୍ରଲି ପାଖକୁ ଯିବେ ଓ ଗୋଟିଏ ଆଇସ୍କ୍ରୀମ କିଣି ଆଉ ଗୋଟେ ଆଇସ୍କ୍ରୀମ ମାଗଣାରେ ପାଇବେ। ଆପଣ ଆଇସ୍କ୍ରୀମ ଓ ନିଜ ଯୋଡି ସହ ଫଟୋ ଉଠାଇ ସୋସିଆଲ ମିଡିଆରେ ଅପଲୋଡ କରିବେ ଓ ବ୍ୟବହାର କରିବେ #ZSDUMDARJODI । କିଛି ନୂଆ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ, ଜୀ-ସାର୍ଥକ ସଂସାର ଡବଲ୍ସ୍ ଲିଗ୍’, ଦର୍ଶକଙ୍କୁ ଆକର୍ଷିତ କରିବାରେ ସଫଳ ହେବ ବୋଲି ଏହି ରୋମାଞ୍ଚକର ନୂତନ ରିଆଲିଟି ଡ୍ୟାନ୍ସ ସୋ ର ସଦସ୍ୟ ମାନେ କହିଛନ୍ତି । 

ଜୀ-ସାର୍ଥକର ବିଭିନ୍ନ ମେଗା ଧାରାବାହିକରୁ ଲୋକପ୍ରିୟ ନାୟକ ଓ ନାୟିକା ଯୋଡି ଯୋଡି ପ୍ରତି ସପ୍ତାହରେ ବିଭିନ୍ନ ନୃତ୍ୟ ରୂପରେ ପରସ୍ପର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ନିଜର ଅବିଶ୍ୱସନୀୟ ନୃତ୍ୟ ପ୍ରଦର୍ଶନ ସହିତ ଦର୍ଶକଙ୍କୁ ଆକର୍ଷିତ କରିବା ସହ ଆଇସ୍କ୍ରୀମ ଏହି କାର୍ଯକ୍ରମର ସ୍ଵାଦ ଆହୁରି ବଢାଇବ ବୋଲି ଜ଼ୀ ସାର୍ଥକ ପକ୍ଷରୁ କୁହାଯାଇଛି । ସୁଜିତ ଓ ଚାନ୍ଦିନୀ ଙ୍କ ସଂଯୋଜନାରେ ଆରମ୍ଭ ହୋଇଥିବା ଏହି ଡ୍ୟାନ୍ସ ଲିଗରେ ଅଭିନେତା ଦେବାଶିଷ ପାତ୍ର ଏବଂ ଡ୍ୟାନ୍ସର ହରିହର ଦାଶ ଜୁରୀ ର ଆସନ ଅଳଙ୍କୃତ କରୁଛନ୍ତି । କେବଳ ନୃତ୍ୟ ନୁହେଁ ବରଂ ବିଭିନ୍ନ ମନୋରଞ୍ଜନ ପୂର୍ଣ୍ଣ ଖେଳ ମଧ୍ୟ ଏହି ପ୍ରତିଯୋଗିତାର ଆକର୍ଷଣ ହୋଇଛି ।

ଜୀ-ସାର୍ଥକ ସଦା ସର୍ବଦା ତାର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଦର୍ଶକଙ୍କ ମନକୁ ଛୁଇଁଛି ସେହି ପରି ଏହି 'ଦମଦାର ଯୋଡି' ପ୍ରୟାସ ଆମ ଦର୍ଶକଙ୍କୁ ଏକ ନୂତନ ଅନୁଭବ ଦେବ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍।

Also Read- Bollywood News: ଆଲିଆ ଭଟ୍ଟଙ୍କ ସହ ଯାହା କରିଥିଲେ ଦୀପିକାଙ୍କ ସହ ତାହା କଲେ କରନ ଜୋହର...

Also Read- Surya Gochar 2024: ୩ ରାଶି ପାଇଁ ଆରମ୍ଭ ହେଲା ଶୁଭ ସମୟ, ରହିବନି ଆର୍ଥିକ ସଙ୍କଟ