Rs 200 Crore Extortion Case: ସିଂହଳ ସୁନ୍ଦରୀଙ୍କ ପାଇଁ ବଢୁଛି ଅଡୁଆ, ଆଜି ପଟିଆଲା କୋର୍ଟରେ ହାଜର ହେବେ ଜ୍ୟାକଲିନ୍
Advertisement

Rs 200 Crore Extortion Case: ସିଂହଳ ସୁନ୍ଦରୀଙ୍କ ପାଇଁ ବଢୁଛି ଅଡୁଆ, ଆଜି ପଟିଆଲା କୋର୍ଟରେ ହାଜର ହେବେ ଜ୍ୟାକଲିନ୍

Rs 200 Crore Extortion Case: ପୁଣି ଚର୍ଚ୍ଚାରେ ସିଂହଳ ସୁନ୍ଦରୀ । ଠକ ସୁକେଶ ଚନ୍ଦ୍ର ଶେଖର ପାଇଁ ୨୦୦ କୋଟି ଠକେଇ ମାମଲାରେ ଛନ୍ଦି ହୋଇଛନ୍ତି ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ । ତାଙ୍କ ଜାମିନ ଆବେଦନର ଶୁଣାଣୀ ଆଜି ଦିଲ୍ଲୀ ପଟିଆଲା ହାଉସ କୋର୍ଟ(Patiala House Court )ରେ ହେବ।

ସୌଜନ୍ୟ : ସୋସିଆଲ ମିଡିଆ

Rs 200 Crore Extortion Case: ପୁଣି ଚର୍ଚ୍ଚାରେ ସିଂହଳ ସୁନ୍ଦରୀ । ଠକ ସୁକେଶ ଚନ୍ଦ୍ର ଶେଖର ପାଇଁ ୨୦୦ କୋଟି ଠକେଇ ମାମଲାରେ ଛନ୍ଦି ହୋଇଛନ୍ତି ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ । ତାଙ୍କ ଜାମିନ ଆବେଦନର ଶୁଣାଣୀ ଆଜି ଦିଲ୍ଲୀ ପଟିଆଲା ହାଉସ କୋର୍ଟ(Patiala House Court )ରେ ହେବ। ଏହା ପୂର୍ବରୁ ଟ୍ରାଏଲ କୋର୍ଟ ତାଙ୍କୁ ଏହି ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ସେପଟେ, ଜ୍ୟାକଲିନଙ୍କ ଓକିଲ କହିଛନ୍ତି ଯେ, କୋର୍ଟ ପ୍ରକ୍ରିୟାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌ ସାମିଲ୍‌ ହେବେ ବୋଲି ନିଶ୍ଚିତ କରିଛନ୍ତି।

ନିକଟରେ ସୁକେଶ ଜ୍ୟାକଲିନଙ୍କ ପାଇଁ ଏକ ଚିଠି ଲେଖିଥିଲେ। ଯାହାକୁ ଜ୍ୟାକଲିନଙ୍କ ଓକିଲ ସର୍ବଜନୀନ କରିଛନ୍ତି । ସେ ଚିଠିରେ ଲେଖିଥିଲେ ଯେ 'ଏହି ସ୍କାମରେ ଜ୍ୟାକଲିନଙ୍କୁ ଅଭିଯୁକ୍ତ କରାଯିବା ଅତ୍ୟନ୍ତ ଦୁଃଭାଗ୍ୟଜନକ । ଆମ ଦୁହିଁଙ୍କ ସମ୍ପର୍କ ଥିଲା, ଏହି ସମ୍ପର୍କରେ ଯଦି ମୁଁ ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ କିଛି ଉପହାର ଦେଇଛି । ଏଥିରେ ଜ୍ୟାକଲିନଙ୍କ ଭୁଲ କ'ଣ ବୋଲି ସେ ପ୍ରଶ୍ନ କରିଛନ୍ତି ।  ମୁଁ କେବଳ ତାଙ୍କ ଠାରୁ ଭଲ ପାଇବା ଚାହୁଁଥିଲି ଆଉ ତାଙ୍କ ସହ ଠିଆ ହେବାକୁ ଚାହୁଁଥିଲି ଆଉ କିଛି ନୁହେଁ ' । 

ଏହାବି ପଢନ୍ତୁ : Bollywood: ଗୋଟିଏ ପରଦାରେ ନଜର ଆସିବେ ୯୦ ଦଶକର ହିରୋ, ଜାଣନ୍ତୁ ଫିଲ୍ମର ନାଁ ଓ ରିଲିଜ୍ ଡେଟ୍

ଏହାବି ପଢନ୍ତୁ :Entertainment News: ବଲିଉଡରେ ୧୫ ବର୍ଷ ପୁରଣ କଲେ ଦୀପିକା,ରଣବୀର ଓ ସୋନମ୍, ଜାଣନ୍ତୁ କେଉଁ ଫିଲ୍ମରେ କିଏ କରିଥିଲେ ଡେବ୍ୟୁ

ଏହାବି ପଢନ୍ତୁ : Akshay Kumar: ଆସୁଛି ଖିଲାଡି କୁମାରଙ୍କ ଆଉ ଏକ ବଡ ବଜେଟ୍ ଫିଲ୍ମ

ଗତ ମାସ, ଅକ୍ଟୋବର ୨୨ରେ ଏହି ସ୍କାମରେ ଜ୍ୟାକଲିନଙ୍କ ସମ୍ପୃକ୍ତି ଥିବା ନେଇ ଦିଲ୍ଲୀ ପଟିଆଲା କୋର୍ଟରେ ଶୁଣାଣୀ ହୋଇଥିଲା । ଏହି ମାମଲାରେ ଜ୍ୟାକଲିନଙ୍କୁ କୋର୍ଟ ତରଫରୁ ଆଶ୍ୱସ୍ତି ମିଳିଥିଲା। କାହିଁକିନା ଇଡି (Enforcement Directorate) ତରଫରୁ ସମ୍ପୂର୍ଣ୍ଣ ଦସ୍ତାବିଜ କୋର୍ଟରେ ଦାଖଲ କରାଯାଇପାରି ନ ଥିଲା । ଫଳରେ କୋର୍ଟ ଜ୍ୟାକଲିନଙ୍କୁ ମିଳିଥିବା ଅନ୍ତରୀଣ ଜାମିନ ଅବଧିକୁ ନଭେମ୍ବର ୧୦ ଯାଏଁ ବୃଦ୍ଧି କରିଥିଲା। ମନି ଲଣ୍ଡରିଂ ମାମଲାରେ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କ ଥିବା ନେଇ ଜ୍ୟାକଲିନ୍ ଙ୍କୁ ଇଡି ସମନ କରିଥିଲା। 

ଜ୍ୟାକଲିନଙ୍କ ବିରୋଧରେ ଅଗଷ୍ଟ ୧୭ରେ ଇଡି ତରଫରୁ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଯେଉଁଥିରେ ଜ୍ୟାକଲିନଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା । ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜ୍ୟାକଲିନଙ୍କ ସମ୍ପର୍କ ରହିଛି । ଏନେଇ ଜ୍ୟାକଲିନଙ୍କୁ ଦାମୀ ଉପହାର ଦେଉଥିଲା ଠକ ସୁକେଶ । ସୁକେଶ କେବେଳ ଜ୍ୟାକଲିନଙ୍କୁ ନୁହେଁ, ତାଙ୍କ ମ୍ୟାନେଜର ପ୍ରଶାନ୍ତକୁ ମଧ୍ୟ ଅନେକ ଦାମୀ ଗିଫ୍ଟ ଦେଇଥିଲା । ଇଓଡବ୍ଲୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ମ୍ୟାନେଜର ପ୍ରଶାନ୍ତଙ୍କ ଠାରୁ ଏକ ବାଇକ୍ ଜବତ କରିଥିଲେ। ଏହି ବାଇକ୍ ର ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ।