200 crore money laundering case: ଆଜି ଜ୍ୟାକଲିନଙ୍କୁ ଜେରା ,ଦିଲ୍ଲୀ ପୋଲିସକୁ ମିଳିବ ବଡ ତଥ୍ୟ !
Advertisement

200 crore money laundering case: ଆଜି ଜ୍ୟାକଲିନଙ୍କୁ ଜେରା ,ଦିଲ୍ଲୀ ପୋଲିସକୁ ମିଳିବ ବଡ ତଥ୍ୟ !


Jacqueline Fernandez : ବିବାଦରେ ସିଂହଳ ସୁନ୍ଦରୀ । ଠକ ସୁକେଶ ପାଇଁ ଟେନସନରେ ଜ୍ୟାକଲିନ୍ । ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ଅଡୁଆ ଧିରେ ଧିରେ ବଢିବାରେ ଲାଗିଛି ।ବେଆଇନ ଅର୍ଥ କାରବାର ମାମଲାରେ ଆଜି ପୁଣି ଥରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ(Jacqueline Fernandez)ଙ୍କୁ ଜେରା କରିବ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା (Economic Offenses Wing of Delhi Police) ।

ସୌଜନ୍ୟ : ସୋସିଆଲ ମିଡିଆ

Jacqueline Fernandez : ବିବାଦରେ ସିଂହଳ ସୁନ୍ଦରୀ । ଠକ ସୁକେଶ ପାଇଁ ଟେନସନରେ ଜ୍ୟାକଲିନ୍ । ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ଅଡୁଆ ଧିରେ ଧିରେ ବଢିବାରେ ଲାଗିଛି ।ବେଆଇନ ଅର୍ଥ କାରବାର ମାମଲାରେ ଆଜି ପୁଣି ଥରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ(Jacqueline Fernandez)ଙ୍କୁ ଜେରା କରିବ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା (Economic Offenses Wing of Delhi Police) । ଏନେଇ ରବିବାର ଜ୍ୟାକଲିନଙ୍କୁ ଦିଲ୍ଲୀ ପୋଲିସ ପକ୍ଷରୁ ସମନ ଜାରି କରାଯାଇଥିଲା । ଆଜି ଦିନ ୧୧ଟା’ରେ ପୁଣି ଥରେ ଜ୍ୟାକଲିନଙ୍କୁ ପଚରାଉଚରା କରିବ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା। ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ହେରଫେର ମାମଲାରେ ଅଧିକ ତଥ୍ୟ ଆଜି ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖାକୁ ଦେଇ ପାରନ୍ତି ସିଂହଳ ସୁନ୍ଦରୀ। 

ଏହା ପୂର୍ବରୁ ଗତ ବୁଧବାର ଓ ଗୁରୁବାର 200 କୋଟି ଟଙ୍କା ଠକେଇ ମାମଲା ରେ ଜ୍ୟାକଲିନ ଓ ନୋରା ଫତେହିଙ୍କୁ ଜେରା କରିଥିଲା EOW । ଜ୍ୟାକଲିନଙ୍କୁ ଦୀର୍ଘ ୮ ଘଣ୍ଟା ଜେରା କରିଥିବା ବେଳେ ନୋରାଙ୍କୁ ୫ଘଣ୍ଟା ଜେରା କରାଯାଇଥିଲା ସୁକେଶ ଠାରୁ ମିଳିଥିବା ଗିଫ୍ଟ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ତାଙ୍କୁ ପଚରାଉଚରା କରାଯାଇଥିଲା ।ଜ୍ୟାକ୍‌ଲିନଙ୍କୁ ପିଙ୍କି ଇରାନୀଙ୍କ ସହିତ ସାମ୍ନାସାମ୍ନି ବସାଇ ଜେରା କରାଯାଇଥିଲା । ପିଙ୍କି ସୁକେଶ ଚନ୍ଦ୍ରଶେଖରଙ୍କ ଖୁବ୍ ନିକଟତମ ଅଟେ । ସୁକେଶ ପକ୍ଷରୁ ସେ ଜ୍ୟାକଲିନଙ୍କ ପାଖରେ କୋଟି କୋଟି ଟଙ୍କାର ଗିଫ୍ଟ ପହଞ୍ଚାଉଥିଲେ । EOW ଜେରା ବେଳେ ଜ୍ୟାକଲିନ ପିଙ୍କି ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ଯେ, ‘‘ପୂର୍ବରୁ ସେ ସୁକେଶର କଳା କାରନାମା ସମ୍ପର୍କରେ ଜଣାଥିଲେ ଏବଂ ଏକଥା ତାଙ୍କୁ ଲୁଚାଇ ଥିଲେ ’’ । ବିଭିନ୍ନ ବ୍ୟବସାୟୀଙ୍କ ଠାରୁ 200 କୋଟି ଟଙ୍କା ଠକେଇ ମାମଲାରେ ସୁକେଶ ଚନ୍ଦ୍ରଶେଖର ଗିରଫ ହୋଇ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି । ସୁକେଶ ଚନ୍ଦ୍ରଶେଖରକୁ ଦିଲ୍ଲୀ ପୋଲିସ ଆଦିତି ସିଂହ ଓ ଫାର୍ମାସ୍ୟୁଟିକଲ କମ୍ପାନୀ ରେନବ୍ୟାକ୍ସିର ପୂର୍ବତନ ପ୍ରମୋଟର ଶିବିନ୍ଦର ସିଂହଙ୍କ ଠାରୁ ୨୧୫ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ଗିରଫ କରିଥିଲା । ଏହି ମାମଲାରେ ଇଡି ଚନ୍ଦ୍ରଶେଖରଙ୍କ ସମେତ ତାଙ୍କ ପତ୍ନୀ ଲୀନା ମାରିଆ ପଲ୍‌, ପିଙ୍କି ଇରାନୀ ସମେତ 8 ଜଣ ଗିରଫ ହୋଇଛନ୍ତି ।

 

ଏହାବି ପଢନ୍ତୁ : ଠକ ସୁକେଶଙ୍କୁ ବିବାହ କରିଥାନ୍ତେ ସିଂହଳ ସୁନ୍ଦରୀ, ବଞ୍ଚାଇ ଦେଲେ ଏହି ମେଗାଷ୍ଟାର

ଫ୍ରି ପ୍ରେସ୍ ଜର୍ଣ୍ଣାଲ ରିପୋର୍ଟ (Free Press Journal report) ଅନୁସାରେ, ପୂର୍ବରୁ ଜ୍ୟାକଲିନଙ୍କୁ ପଚରାଉଚରା କରୁଥିବା ଇଓଡ୍ଲୁ ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଠକ ସୁକେଶ ସହ ଦୂରେଇ ରହିବାକୁ ଜ୍ୟାକଲିନଙ୍କୁ ପରାମର୍ଶ ଦେଇଥିଲେ ତାଙ୍କ ସାଥି କଳାକାର। ହେଲେ ଜ୍ୟାକଲିନ ଏସବୁ ପ୍ରତି ଧ୍ୟାନ ଦେଇ ନ ଥିଲେ। ସୁକେଶଙ୍କ ସହ ଭେଟିବା ଜାରି ରଖିଥିଲେ।  ଏହା ସହ ସୁକେଶ ଠାରୁ ଜ୍ୟାକଲିନଙ୍କୁ ଅନେକ ଦାମୀ ଉପହାର ମଧ୍ୟ ନେଉଥିଲେ। ଇଓଡବ୍ଲୁର ସ୍ପେଶାଲ ପୋଲିସ କମିଶନର Special Commissioner of Police (EOW) କହିଛନ୍ତି ଯେ, ସୁକେଶ କେବେଳ ଜ୍ୟାକଲିନଙ୍କୁ ନୁହେଁ, ତାଙ୍କ ମ୍ୟାନେଜର ପ୍ରଶାନ୍ତକୁ ମଧ୍ୟ ଅନେକ ଦାମୀ ଉପହାର ଦେଇଥିଲା ।