ଆଉ କରନଙ୍କ ସହ କଫି ପିଇବେନି ସେଲିବ୍ରିଟି , କରନ କଲେ ବଡ଼ ଘୋଷଣା
Advertisement

ଆଉ କରନଙ୍କ ସହ କଫି ପିଇବେନି ସେଲିବ୍ରିଟି , କରନ କଲେ ବଡ଼ ଘୋଷଣା

ସୋସିଆଲ ମିଡିଆରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି କରନ ଜୋହର । ଯାହାଶୁଣି ଫ୍ୟାନ୍ସ ଆଉ ସେଲିବ୍ରିଟି ନିରାଶ ହୋଇଯାଇଛନ୍ତି । ଟିଭିରେ ପ୍ରସାରଣ ହେବନାହିଁ କରନଙ୍କ ବିବାଦୀୟ ଶୋ' ।

ଆଉ କରନଙ୍କ ସହ କଫି ପିଇବେନି ସେଲିବ୍ରିଟି , କରନ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ: ବଲିଉଡର ଫେମସ ଡିରେକ୍ଟର ଆଉ ପ୍ରଡୁସର କରନ ଜୋହର (Karan Johar) ବଡ଼ ଘୋଷଣା କରିଛନ୍ତି । ଯାହା ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି । କରନ ଜୋହରଙ୍କ ପପୁଲାର ଟିଭି ଶୋ' 'କଫି ୱିଥ କରନ୍‌' (Koffee With Karan) ଆଉ ଫେରିବନି । ଏନେଇ କରନ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଜରିଆରେ ଲୋକଙ୍କ ସହ ସେୟାର କରିଛନ୍ତି ।ସେ ଏକ ନୋଟ୍ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିବା ସହ କ୍ୟାପସନ ଲେଖିଛନ୍ତି ଗୁରୁତ୍ୱପୂର୍ଣ୍ଣ ଘୋଷଣା । ସେ ଲେଖିଛନ୍ତି ' ଗତ ୬ ସିଜନ ହେଲା  କଫି ୱିଥ୍ କରନ  ମୋର ଆଉ ଆପଣଙ୍କ ଜୀବନର ଗୋଟିଏ ଅଂଶ ଥିଲା । ମୁଁ ଭାବୁଛି ଆମେ କିଛି ପ୍ରଭାବ ପକାଇଛୁ ଏବଂ ପପ୍ କଲଚର୍ ହିଷ୍ଟ୍ରୀରେ ଆମ ସ୍ଥାନ ତିଆରି କରିଛୁ । ଦୁଃଖର ସହ ମୁଁ ଘୋଷଣା କରୁଛି ଯେ କଫି ୱିଥ୍ କରନ ଆଉ ଫେରିବନି -କରନ ଜୋହର ।' 

fallback

କରନଙ୍କ ଏହି ପୋଷ୍ଟ ସେୟାର ପରେ ଅଗଣିତ ପ୍ରଶଂସକ ନିରାଶ ହୋଇଛନ୍ତି । କେବଳ ଇନ୍‌ଷଟାଗ୍ରାମରେ ନୁହେଁ ଟ୍ୱିଟ୍‌ରରେ ମଧ୍ୟ ପୋଷ୍ଟ ସେଆର କରି ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଗତ କିଛି ଦିନ ହେବ କରନଙ୍କ ଏହି ଶୋ 'କଫି ୱିଥ କରନ୍‌' (Koffee With Karan) ପୁଣିଥରେ ଟିଭିରେ ପ୍ରସାରଣ ହେବ ବୋଲି ଚର୍ଚ୍ଚା ହେଉଥିଲା । ଏପରିକି ଏହି ଶୋ'ର ପ୍ରଡକ୍ସନ କାମ ମଧ୍ୟ ଆରମ୍ଭ ହୋଇଯାଇଥିବା ନେଇ ଶୁଣିବାକୁ ମିଳୁଥିଲା । ହେଲେ ଏବେ ସବୁ ଗୁଜବରେ ଫୁଲଷ୍ଟପ୍ ଲଗାଇଛନ୍ତି କରନ ଜୋହର (Karan Johar) । କରନଙ୍କ ଏହି ଘୋଷଣା ତାଙ୍କ ଫ୍ୟାନ ମାନଙ୍କୁ ନିରାଶ କରିଦେଇଛି।ଏହି ଶୋ'ରେ ସେଲିବ୍ରିଟି, କ୍ରିକେଟର ସମସ୍ତେ ଅତିଥି ହୋଇ ଆସନ୍ତି । ନିଜ ନିଜ ସିକ୍ରେଟ୍ ମଧ୍ୟ ସେୟାର କରନ୍ତି । ଏମିତି ଅନେକ ଥର ଏହି ଶୋ'ରେ ସେଲିବ୍ରିଟି ସେୟାର କରିଥିବା ସିକ୍ରେଟକୁ ନେଇ ଟ୍ରୋଲ ବି ହୁଅନ୍ତି ।

Also Read: ଇଦରେ ଭାଇଜାନ ଓ ଶେହନାଜଙ୍କ ଇସ୍କ

ଏହି ପୋଷ୍ଟରେ ଅନେକ ସେଲିବ୍ରିଟି କମେଣ୍ଟ କରି ନିଜ ନିଜ ଦୁଃଖ ପ୍ରକାଶ କରିଛନ୍ତି । ବଲିଉଡ ଅଭିନେତ୍ରୀ  ଭୂମି ପେଡନେକର (Bhumi Pednekar) କରନଙ୍କ ପୋଷ୍ଟରେ ହାର୍ଟବ୍ରେକ୍ ଇମୋଜି ପୋଷ୍ଟ କରିଛନ୍ତି ।  ଅଭିନେତ୍ରୀ ହୁମା କୁରେସି (Huma Qureshi) ମଧ୍ୟ ଏହି ପୋଷ୍ଟରେ କମେଣ୍ଟ କରି ନିଜ ଦୁଃଖ ଜାହିର କରିଛନ୍ତି । କରନଙ୍କ କାଉଣ୍ଟର ପ୍ରଶ୍ନର ଉତ୍ତର ଦେବାରେ ହଡବଡେଇ ଯାଆନ୍ତି ସିଲେବ୍ସ । ହେଲେ ଏହି ସବୁ ମଜାମସ୍ତି ଆଉ ଦେଖିବାକୁ ପାଇବେ ନାହିଁ ଦର୍ଶକ । ଏହି ଟକ୍  ଶୋ' ୨୦୦୪ ମସିହା ନଭେମ୍ବର ୧୯ ତାରିଖରୁ ପ୍ରସାରିତ ହେଉଥିଲା । ଏପର୍ଯ୍ୟନ୍ତ ୬ ଟି ସିଜନ ପ୍ରସାରିତ ହୋଇସାରିଛି । ୧୭ ମାର୍ଚ୍ଚ ୨୦୧୯ରେ ଏହି ଶୋ'ର ଶେଷ ଏପିସୋଡ୍‌ ପ୍ରସାରିତ ହୋଇଥିଲା।ମୋଟ୍ ୧୩୫ଟି ଏପିସୋଡ୍ ସିଜିନ ୬ ପର୍ଯ୍ୟନ୍ତ ପ୍ରସାରଣ ହୋଇଥିଲା ।