Phone Bhoot Trailer : ସାମ୍ନାକୁ ଆସିଲା 'ଫୋନ୍ ଭୂତ' ଟ୍ରେଲର୍ , କ୍ୟାଟଙ୍କ ଲୁକ୍ ଦେଖି ଫିଦା ହେଲେ ଫ୍ୟାନ୍ସ
Advertisement

Phone Bhoot Trailer : ସାମ୍ନାକୁ ଆସିଲା 'ଫୋନ୍ ଭୂତ' ଟ୍ରେଲର୍ , କ୍ୟାଟଙ୍କ ଲୁକ୍ ଦେଖି ଫିଦା ହେଲେ ଫ୍ୟାନ୍ସ

Phone Bhoot Trailer: ଆଗକୁ ଆସୁଛି କ୍ଯାଟ୍ରିନା କୈଫଙ୍କ ଫିଲ୍ମ 'ଫୋନ୍ ଭୂତ'(Phone Bhoot)। ଏହି ଫିଲ୍ମର କ୍ୟାଟ୍ ଙ୍କ ସହ ସିଦ୍ଧାର୍ଥ ଚତୁବେର୍ଦ୍ଦି ଓ ଇଶାନ ଖଟ୍ଟର ନଜର ଆସିବେ। ଫିଲ୍ମର ପୋଷ୍ଟର ସାମ୍ନାକୁ ଆସିଥିବା ବେଳେ ଆଜି ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇଛି ।

ସୌଜନ୍ୟ : ସୋସିଆଲ ମିଡିଆ

Phone Bhoot Trailer:  ଆଗକୁ ଆସୁଛି କ୍ଯାଟ୍ରିନା କୈଫଙ୍କ ଫିଲ୍ମ 'ଫୋନ୍ ଭୂତ'(Phone Bhoot)। ଏହି ଫିଲ୍ମର କ୍ୟାଟ୍ ଙ୍କ ସହ ସିଦ୍ଧାର୍ଥ ଚତୁବେର୍ଦ୍ଦି ଓ ଇଶାନ ଖଟ୍ଟର ନଜର ଆସିବେ।  ଫିଲ୍ମର ପୋଷ୍ଟର ସାମ୍ନାକୁ ଆସିଥିବା ବେଳେ ଆଜି ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇଛି । ୨ ମିନିଟ୍ ୩୯ ସେକେଣ୍ତର ଏହି ଭିଡିଓକୁ ଫ୍ୟାନ୍ସ କାଫି ପସନ୍ଦ କରିଛନ୍ତି । ଟ୍ରେଲର ଲଞ୍ଚ କାର୍ଯ୍ୟକ୍ରମକୁ କ୍ୟାଟ୍ରିନା କୈଫ୍  ଯାଇଥିଲେ।  କ୍ୟାଟ୍ ଏକ ପ୍ରଣ୍ଟେଡ୍ କର୍ଲର ଡ୍ରେସ ପିନ୍ଧି ଥିବା ଦେଖିବାକୁ ମିଳିଥିଲା। ସେହିପରି ଇଶାନ୍ ଓ ସିଦ୍ଧାର୍ଥ ମଧ୍ୟ ଏ ପାର୍ଟିରେ ଯୋଗ ଦେଇଥିଲେ ।  ଚଳିତ ବର୍ଷ ଭୁଲଭୁଲେୟା ୨ ପରେ ଏହା ଦ୍ବିତୀୟ ହରର ମୁଭି । ଯାହାକୁ ଦର୍ଶକ ବେଶ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ଫିଲ୍ମଟ ପୁରା ଟିମ୍ । ଫିଲ୍ମଟି ଚଳିତ ବର୍ଷ ନଭେମ୍ବର ୪ରେ ପ୍ରେକ୍ଷାଳୟକୁ ଆସିବ । ଗୁରୁମିତ ସିଂଙ୍କ  ଫିଲ୍ମର ନିର୍ଦ୍ଦେଶକ ଥିବା ବେଳେ ଫିଲ୍ମଟିକୁ ରବି ଶଙ୍କରନ୍ ଏବଂ ଜସବିନ୍ଦର ସିଂ ବାଥ ଲେଖିଛନ୍ତି ।

ଯଦି କ୍ୟାଟ୍ରିନାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା, କ୍ୟାଟ୍ରିନାଙ୍କ ହାତରେ ଏବେ ଅନେକ ବଡ ପ୍ରୋଜେକ୍ଟ ରହିଛି ।  କମେଡି ଫିଲ୍ମ 'ଫୋନ୍ ଭୂତ' ବ୍ୟତିତ ସେ 'ମେରୀ ଖ୍ରୀଷ୍ଟମାସ'ରେ ମଧ୍ୟ ଦେଖିବାକୁ ମିଳିବେ।  ଯେଉଁଥିରେ ସେ  ବିଜୟ ସେତୁପତିଙ୍କ ସହ ନଜର ଆସିବେ। ଏହାସହ ସଲମାନ ଖାନଙ୍କ ସହ 'ଟାଇଗର ୩' ଫିଲ୍ମରେ ସେ ଅଭିନୟ କରିଛନ୍ତି । ଯାହା ଆସନ୍ତାବର୍ଷ ଏପ୍ରିଲ ୨୩ରେ ପରଦାକୁ ଆସିବ ।ଗତ କିଛି ଦିନ ତଳେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍(Katrina Kaif)ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, କ୍ୟାଟ୍ରିନା କିଛି ସ୍କୁଲ ପିଲାଙ୍କ ସହ ଦମଦାର ଡ୍ୟାନ୍ସ କରୁଥିଲେ । ମଲମ୍ ଫିତା ଗୀତରେ ଠୁମକା ଲଗାଉଥିଲେ କ୍ୟାଟ୍ । ଏହି ଭିଡିଓଟିକୁ ମଧ୍ୟ ତାଙ୍କର କିଛି ଫ୍ୟାନ୍ସ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ଏହାବି ପଢନ୍ତୁ : Rashmika Mandanna : ମାଲଦ୍ବୀପରେ ଛୁଟି କାଟୁଛନ୍ତି ଏହି ଲବବାର୍ଡ, ସୋସିଆଲ ମିଡିଆରେ ଫଟୋ ଭାଇରାଲ , ଫ୍ୟାନ୍ସ କହିଲେ କିଛି ଏମିତି

 

ଭିଡିଓରେ ଦେଖିବାକୁ ମିଳିଛି ଯେ, କ୍ୟାଟ୍ ଏକ ଫ୍ଲୋରାଲ କୁର୍ତ୍ତା (floral kurta) ପିନ୍ଧି ଡ୍ୟାନ୍ସ କରୁଛନ୍ତି । ଏହି ଭିଡିଓଟିକୁ ମଧ୍ୟ ତାଙ୍କର କିଛି ଫ୍ୟାନ୍ସ ସେୟାର କରିଛନ୍ତି । ତେବେ ଏ ଭିଡିଓରେ ଫ୍ୟାନ୍ସଙ୍କ ଢେର ସାରା କମେଣ୍ଟସ ମଧ୍ୟ ଆସିଛି। ଯେଉଁଥିରେ ଜଣେ ପ୍ରଂଶସକ ଲେଖିଛନ୍ତି ଯେ, " କ୍ୟାଟ୍ରିନା ତମେ ବହୁତ ସୁନ୍ଦର " । ସେହିପରି ଆଉ ଜଣେ ତାଙ୍କ କମେଣ୍ଟରେ ଲେଖିଛନ୍ତି ଯେ, କ୍ୟାଟ୍ରିନା ଆଇ ଲଭ ୟୁ ଲଟ୍ "। ଅନ୍ୟ ଜଣେ ମନ୍ତବ୍ୟ ଦେଇ କହିଛନ୍ତି ଯେ, ଦ ମୋଷ୍ଟ ଆଡୋରେବୁଲ ହ୍ୟୁମାନବିଙ୍ଗ " । ସେହିପରି ଆଉ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, କ୍ୟାଟ୍ରିନା ସ୍କୁଲ ଅନ୍ୟ ସଦସ୍ୟଙ୍କ ସହ ଗୀତ Jolly O Gymkhanaରେ ଡ୍ୟାନ୍ସ କରୁଛନ୍ତି । ଏହି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ସୂଚନା ଅନୁସାରେ ନିକଟରେ କ୍ୟାଟ୍ରିନା ଏକ ସ୍କୁଲ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ତାମିଲନାଡୁ ଯାଇଥିଲେ ।