ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି KGF-2
Advertisement

ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି KGF-2

ଦେଶ ବିଦେଶରେ ଏବେ ୟଶଙ୍କ ଜଲୱା ।କେଜିଏଫ-୨ର ହିନ୍ଦୀ ଭର୍ସନକୁ ମିଳୁଛି ଭଲ ରେସପନ୍ସ । ହିନ୍ଦୀ ଭର୍ସନରେ ଫିଲ୍ମ ୨୫୦ କୋଟି ପାର କଲାଣି । ଦିନକୁ ଦିନ ପୁରୁଣା ରେକର୍ଡ ବ୍ରେକ୍ କରୁଛି ୟଶଙ୍କ ଫିଲ୍ମ 

ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ : ପ୍ରଶାନ୍ଥ ନୀଲଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଫିଲ୍ମ କେଜିଏଫ ଚାପ୍ଟର ୨ ଏବେ ସାରା ବିଶ୍ୱରେ ଧମାଲ କରୁଛି । ଗ୍ଲୋବାଲି ଏହି ଫିଲ୍ମର କ୍ରେଜ୍ ଅନ୍ୟ ଫିଲ୍ମ ଅପେକ୍ଷା ଅଧିକ ରହିଛି । ବିଭିନ୍ନ ଭାଷାରେ ରିଲିଜ ହୋଇଥିବା ଫିଲ୍ମକୁ ଦର୍ଶକ ଢେରସାରା ଭଲପାଇବା ଦେଉଛନ୍ତି । ଖାସ୍ କରି ହିନ୍ଦୀ ବେଲ୍ଟରେ ଏହି ଫିଲ୍ମର ବଜ୍ ଅଧିକ ରହିଛି ।  ଏହି ଫିଲ୍ମର ହିନ୍ଦୀ ଭର୍ସନ ରିଲିଜ ହେବାମାତ୍ରେ ସମସ୍ତ ରେକର୍ଡ ବ୍ରେକ୍ କରିଛି ।  ସୁପରଷ୍ଟାର ୟଶ (Yash) ଙ୍କ କେଜିଏଫ୍ ଚାପ୍ଟର (KGF-2) ରିଲିଜର ପ୍ରଥମ ଦିନରୁ ହିଁ ହାଇ ଜୋସରେ ରେକର୍ଡ ବ୍ରେକ୍ କରିବା ସହ ଦମଦାର କଲେକସନ କରିଛି ।

ରିଲିଜର ସପ୍ତମ ଦିନରେ ଫିଲ୍ମର କଲେକସନ କେବଳ  ଫ୍ୟାନ୍ସଙ୍କୁ ନୁହେଁ ବରଂ ଫିଲ୍ମ ମେକର୍ସଙ୍କୁ ବି ଆଶ୍ଚର୍ଯ୍ୟ କରିଛି । ଫିଲ୍ମ ବୁଧବାର ୨୦୧୭ ମସିହାରେ ରିଲିଜ ହୋଇଥିବା  ସୁପରଷ୍ଟାର ପ୍ରଭାସ ( Pravas ) ଙ୍କ ଫିଲ୍ମ 'ବାହୁବଲୀ ୨' (Bahubali-2) ର ରେକର୍ଡ ମଧ୍ୟ ଭାଙ୍ଗି ଦେଇଛି । ୟଶଙ୍କ ଫିଲ୍ମ ୨୦ ଏପ୍ରିଲରେ ୧୬.୩୫ କୋଟି ଟଙ୍କା ଆୟ କରିଥିଲା । ଏଥିସହିତ ଫିଲ୍ମର ହିନ୍ଦୀ ସଂସ୍କରଣ ୨୫୦ କୋଟି ଟଙ୍କା ପାର କରିଛି । କେଜିଏଫ୍ ଚାପ୍ଟର ୨ ର କେବଳେ ହିନ୍ଦୀ ଭର୍ସନ ୨୫୦.୦୫ କୋଟି କଲେକସନ କରିସାରିଛି । ଆଶା କରାଯାଉଛି ଯେ ଏହି ଫିଲ୍ମ ରିଲିଜର ଅଷ୍ଟମ ଦିନରେ ୩ ଶହ କୋଟି ପାର କରି ପୁଣି ଏକ ନୂଆ ରେକର୍ଡ ସୃଷ୍ଟି କରିବ ।ପ୍ରଶାନ୍ଥ ନୀଲ (Prashanth Neel)ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ରିଲିଜର ପ୍ରଥମ ଦିନରୁ ହିଁ ବକ୍ସ ଅଫିସରେ ଧମାଲ କରୁଛି ।

Also Read: ଗଙ୍ଗା ନଦୀରେ ବୁଡ଼ ପକାଇଲେ ଭିକ୍କି

ପ୍ରତିଦିନ ଗୋଟିଏ ପରେ ଗୋଟିଏ ପୁରୁଣା  ରେକର୍ଡ ବ୍ରେକ କରୁଛି ଏହି ଫିଲ୍ମ । ରିଲିଜ ପୂର୍ବରୁ ମଧ୍ୟ ୟଶଙ୍କ ଏହି ଫିଲ୍ମ ଟିକେଟ ଆଡଭାନ୍ସ ବୁକିଂରେ ସମସ୍ତ  ରେକର୍ଡକୁ ଭାଙ୍ଗି ଦେଇଛି । ଫିଲ୍ମର ଚାପ୍ଟର ୱାନରୁ ହିଁ ଦେଶବିଦେଶର ଦର୍ଶକଙ୍କ ୟଶଙ୍କ ଦିୱାନା ହୋଇଥିଲେ । ୟଶଙ୍କ ସହ ଚାପ୍ଟର ୨ରେ ସଞ୍ଜୟ ଦତ୍ତ(Sanjay Dutt)ଙ୍କ ଅଧିରା ଅବତାର ମଧ୍ୟ ସିନେମା ଘରେ ଧୁମ୍ ମଚାଉଛି । ଏହି ଫିଲ୍ମରେ  ରବୀନା ଟଣ୍ଡନ (Raveena Tondon) ଏବଂ  ପ୍ରକାଶ ରାଜ( Prakash Raj)ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।