ନୂଆଦିଲ୍ଲୀ: ବର୍ତ୍ତମାନ ଓଟିଟି ପ୍ଲାଟଫର୍ମର ଗୁରୁତ୍ୱ ବଢିଯାଇଛି । ଏବେ ସବୁ ସୁପରଷ୍ଟାର ଓଟିଟି ପ୍ଲାଟଫର୍ମ ମୁହାଁ ହୋଇଛନ୍ତି  । ସବୁ ଭାଷାର ଫିଲ୍ମ ଏବେ ଓଟିଟିରେ ଉପଲବ୍ଧ କରାଯାଉଛି  ।  କୋରୋନା ମହାମାରୀ ପରେ ଓଟିଟି ପ୍ଲାଟଫର୍ମର ଗୁରୁତ୍ୱ ବଢିଯାଇଛି  ।  ଘରେ ରହି ଲୋକେ ଫିଲ୍ମ ଏବଂ ୱେବସିରିଜକୁ ଆରାମରେ ଦେଖିପାରୁଛନ୍ତି ।  ଲକଡାଉନ୍ ସମୟରୁ ଓଟିଟି ପ୍ଲାଟଫର୍ମର ଚାହିଦା ବଢିବାରେ ଲାଗିଛି । ଯେତେବେଳେ ଫିଲ୍ମ ହଲ୍  ସବୁ  ବନ୍ଦ ପଡ଼ିଥିଲା ସେତେବେଳେ ଏଣ୍ଟରଟେନମେଣ୍ଟ ପାଇଁ ଫିଲ୍ମ ନିର୍ମାତା ଆକ୍ଟର ଆକ୍ଟ୍ରେସ ଓଟିଟିକୁ ବାଛିଥିଲେ  । ମନୋରଞ୍ଜନର ନୂଆ ଖୋରାକ୍ ଯୋଗାଇଥିଲା ଏହି ନୂଆ କନସେପ୍ଟ ।


COMMERCIAL BREAK
SCROLL TO CONTINUE READING

ଦର୍ଶକମାନେ ନିଜ ମନ ପସନ୍ଦର କଣ୍ଟେଣ୍ଟ  ପସନ୍ଦ  କରି ପାରୁଛନ୍ତି । ଏହାର ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି । ଏବେ ବଡ଼ ବଡ଼ ଷ୍ଟାର ମଧ୍ୟ ନିଜ ଫିଲ୍ମକୁ ବଡ଼ ପରଦା ଅପେକ୍ଷା ଓଟିଟିରେ ରିଲିଜ୍ କରିବାକୁ ପସନ୍ଦ କରୁଛନ୍ତି ।  ଚଳିତ ବର୍ଷ ଅନେକ ବିଗ୍ ବଜେଟ୍ ପ୍ରୋଜେକ୍ଟ ଓଟିଟିରେ ରିଲିଜ ହେବାକୁ ଯାଉଛି ।  ପୂର୍ବରୁ ମଧ୍ୟ ଓଟିଟିରେ ରିଲିଜ ହୋଇଥିବା ପ୍ରୋଜେକ୍ଟକୁ ଦର୍ଶକ ଭଲ ରେସପନ୍ସ କରିଛନ୍ତି ।ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ ଫିଲ୍ମ 'ଦ କାଶ୍ମୀର ଫାଇଲ୍ସ' (The Kashmir Files)  ।   ସିନେମା ଘରେ ଏହି ଫିଲ୍ମ ଦେଖିବାକୁ ଦର୍ଶକଙ୍କ ଭିତରେ ପ୍ରତିଯୋଗିତା ଲାଗିଥିଲା  ।  ଏହି ଫିଲ୍ମ  ଦର୍ଶକଙ୍କ ଆଖିରୁ ଆପେ ଆପେ ଲୁହ ଝରିଆସିଥିଲା ।  ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ 'କଶ୍ମୀର ଫାଇଲ୍ସ'  ଅଗଣିତ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି ।


Also Read: ପୂର୍ବତନ ପୋଲିସ କମିଶନରଙ୍କ ଉପରେ ନିର୍ମାଣ ହେବ ଫିଲ୍ମ


ସତ୍ୟକାହାଣୀ ଉପରେ ଆଧାରିତ ଏହି ଫିଲ୍ମକୁ ଦେଖି ଦର୍ଶକଙ୍କ ଆଖିରେ ଆପେଆପେ ଲୁହ ଆସିଯାଇଛି । ଗ୍ଲୋବାଲି ଏହି ଫିଲ୍ମକୁ ମିଳିଛି ଭଲ ରେସପନ୍ସ ।'କଶ୍ମୀର ଫାଇଲ୍ସ' ବକ୍ସ ଅଫିସରେ ବହୁତ ଭଲ ବ୍ୟବସାୟ କରିଛି  ।  ଫିଲ୍ମଟି ମାର୍ଚ୍ଚ ୧୧ରେ ରିଲିଜ୍  ହୋଇଥିଲା ,,ସ୍ୱଳ୍ପ ବଜେଟ୍ ରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ରେକର୍ଡ କରିଛି । ଫିଲ୍ମଟି ରିଲିଜ ହେବା ମାତ୍ରେ    ସିନେମା ହଲ୍ ରେ ଦର୍ଶକଙ୍କ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଥିଲା।  କାଶ୍ମୀରୀ ପଣ୍ଡିତ ଏବଂ ସେମାନଙ୍କ ଅତ୍ୟାଚାରର କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଏବେ ବକ୍ସ ଅପିସରେ  ସୁପରହିଟ୍ ସାବ୍ୟସ୍ତ ହୋଇଛି  । ବଡ଼ ପରଦାରେ ଢେରସାରା ସଫଳତା ହାସଲ କରିବା ପରେ ଏହି ଫିଲ୍ମ ଏବେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି  ।  ଜି-ଫାଇଭରେ ଏହି ଚଳଚ୍ଚିତ୍ର ରିଲିଜ କରାଯିବା ନେଇ ସୂଚନା ମିଳିଛି ।  ଏହି ଫିଲ୍ମ ୧୩ମଇରେ ଓଟିଟି ପ୍ଲାଟଫର୍ମ ଜି-ଫାଇଭରେ ରିଲିଜ ହେବ ।  ସିନେ ପରଦା ଭଳି ଓଟିଟି ପ୍ଲାଟଫର୍ମରେ ମଧ୍ୟ ଏହି ଫିଲ୍ମକୁ ଭଲ ରେସପନ୍ସ  ମିଳିବ ବୋଲି ଫିଲ୍ମ ମେକର୍ସ ଆଶା ରଖିଛନ୍ତି । 


Also Read: କୋଟି କୋଟି ଟଙ୍କା ଅଫରକୁ ପ୍ରତ୍ୟାଖାନ କଲେ ରକି ଭାଇ


ସେହିପରି ଚଳିତ ମାସ ୬ ତାରିଖରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଅମିତାଭ ବଚ୍ଚନ (Amitabh Bachchan)ଙ୍କ ଫିଲ୍ମ ଝୁଣ୍ଡ (Jhund)  ।  ନାଗପୁରର ବିଜୟ ବରସେ (Vijay Barse) ଙ୍କ ଜୀବନୀ ଉପରେ ଆଧାରିତ ହୋଇଛି ଏହି ଫିଲ୍ମ । ଏହି ଫିଲ୍ମ ମଧ୍ୟ ଓଟିଟି ପ୍ଲାଟଫର୍ମ ଜି ଫାଇଭରେ ରିଲିଜ ହେବ ।ଏଥିରେ କ୍ରୀଡା ଶିକ୍ଷକ ବିଜୟ ବରସେ ଭାବେ ନଜର ଆସିଛନ୍ତି ବିଗ୍ ବି।  । ବସ୍ତିରେ ରହୁଥିବା,  ସହ ନିଶାର କଳା ବଦଳରେ ଘେରି ରହିଥିବା କିଛି ପିଲାଙ୍କୁ ନେଇ ଫୁଟବଲ୍ ଟିମ୍ ଗଠନ କରିବା ସ୍ୱପ୍ନ ଦେଖିଛନ୍ତି ବିଜୟ। ଆଉ ଏଥିରେ ଆସୁଥିବା ସଂଘର୍ଷ ଓ ଘାତ ପ୍ରତିଘାତକୁ ନେଇ ସିନେମାର କାହାଣୀ ଆଧାରିତ ହୋଇଛି । 


Also Read: ରିଅଲ ହିରୋଙ୍କ ଉପରେ ଟଙ୍କା ବର୍ଷା କଲେ ଫ୍ୟାନ୍ସ , ସୋସିଆଲ ମିଡିଆରେ ଭିଡିଓ ଭାଇରାଲ


ଓଟିଟିରେ ରିଲିଜ ହେବ ବାପ-ପୁଅ ଅଭିନୀତ ଫିଲ୍ମ ଥର୍ (Thar) ।   ରାଜ ସିଂହ ଚୌଧୁରୀ (Raj Singh Chaudhary) ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି  ।  ଏହି ଫିଲ୍ମରେ ଅନୀଲ କପୁର (Anil Kapoor)  ତାଙ୍କ ପୁଅ ହର୍ଷବର୍ଦ୍ଧନ କପୁର (Harshvardhan Kapoor) ଅଭିନୟ କରିଛନ୍ତି ।  ମେ ୬ରେ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହେବ । ଏଥିରେ ଅଭିନେତ୍ରୀ ଫାତିମା ସନା ଶେଖ୍ (Fatima Sana Shaikh)ଅଛନ୍ତି ।   ପ୍ରଥମ ଥର ସ୍କ୍ରିନ୍ ଉପରେ ଅନିଲ କପୁର ଓ ହର୍ଷ ବର୍ଦ୍ଧନ କପୁରଙ୍କୁ  ଦର୍ଶକ ଦେଖିବାକୁ ପାଇବେ ।  ଏହି ମୁଭିକୁ ନେଇ ଦର୍ଶକ ବେଶ ଏକ୍ସାଇଟେଡ୍ ଅଛନ୍ତି ।.କାହିଁକି ନା  ପ୍ରଥମଥର ଅନୀଲ କପୁର ଓ ତାଙ୍କ ପୁଅ ହର୍ଷ ବର୍ଦ୍ଧନ କପୁରଙ୍କୁ  ପରଦାରେ ଏକାଠି ଦେଖିବାକୁ  ମିଳିବ ।  ଫିଲ୍ମର ସୁଟିଂ  ରାଜସ୍ଥାନରେ  କରାଯାଇଥିବା ଜଣାପଡ଼ିଛି । ଫିଲ୍ମରେ ଢେରସାରା ଟ୍ୱିଷ୍ଟ ଥିବା କହିଛନ୍ତି ଫିଲ୍ମ ମେକର୍ସ । ସିନେମା ଘରେ ଇତିହାସ ରଚିଥିବା ସାଉଥ ଫିଲ୍ମ ଟ୍ରିପଲ ଆର (RRR) ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି । ଚଳିତ ମାସ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ । ସେହିପରି କନ୍ନଡ ସୁପରଷ୍ଟାର ୟଶଙ୍କ ଫିଲ୍ମ କେଜିଏଫ ଚାପ୍ଟର ୨(KGF-2) ମଧ୍ୟ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ  ।