କୋଟି କୋଟି ଟଙ୍କା ଅଫରକୁ ପ୍ରତ୍ୟାଖାନ କଲେ ରକି ଭାଇ
Advertisement

କୋଟି କୋଟି ଟଙ୍କା ଅଫରକୁ ପ୍ରତ୍ୟାଖାନ କଲେ ରକି ଭାଇ

ପାନ ମସାଲା ବ୍ରାଣ୍ଡ ପକ୍ଷରୁ ୟଶଙ୍କୁ କୋଟି କୋଟି ଟଙ୍କାର ଅଫର ଦିଆଯାଇଥିଲା। କିନ୍ତୁ କେଜିଏଫ ଷ୍ଟାର  ଏହି ବିଜ୍ଞାପନକୁ  ପ୍ରତ୍ୟାଖାନ କରିଦେଇଥିବା ଜଣାପଡ଼ିଛି । ୟଶ  ନିଜ ଫ୍ୟାନ୍ସଙ୍କ ସ୍ୱାର୍ଥକୁ ଆଖିରେ ରଖି  ଏହି  ବଡ଼ ନିଷ୍ପତ୍ତି  ନେଇଛନ୍ତି । ସେ କୋଟି କୋଟି ଟଙ୍କାର  ପାନ ମସଲା ବିଜ୍ଞାପନ କରିବାକୁ ମନା କରିଦେଇଛନ୍ତି 

କୋଟି କୋଟି ଟଙ୍କା ଅଫରକୁ ପ୍ରତ୍ୟାଖାନ କଲେ ରକି ଭାଇ

ନୂଆଦିଲ୍ଲୀ: ପାନ ମସଲା ବିଜ୍ଞାପନକୁ ନେଇ ସାଉଥ ଷ୍ଟାର ଆଉ ବଲିଉଡ ଷ୍ଟାର ଚର୍ଚ୍ଚାରେ ଅଛନ୍ତି । ବଲିଉଡ ଷ୍ଟାର  ପାନ ମସଲା ବିଜ୍ଞାପନକୁ  ହଁ କହୁଥିବା ବେଳେ  ସାଉଥ  ଷ୍ଟାର ଏଭଳି ବିଜ୍ଞାପନକୁ ପ୍ରୋତ୍ସାହିତ କରିବା ପାଇଁ ସଫା ସଫା ମନା କରିଦେଇଛନ୍ତି ।ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ (Allu Arjun) ଙ୍କ ପରେ ରକି ଭାଇ ମାନେ କନ୍ନଡ ସୁପରଷ୍ଟାର ୟଶ୍ (Superstar Yash) ପାନ ମସଲା ବିଜ୍ଞାପନକୁ  ରୋକ ଠୋକ ମନା କରିଦେଇଛନ୍ତି । କୋଟି କୋଟି ଟଙ୍କାର ଅଫରକୁ ସେ ରିଜେକ୍ଟ କରିଦେଇଛନ୍ତି  ।  ଏଭଳି ନିଷ୍ପତ୍ତି ପାଇଁ ରକି ଭାଇ ଏବେ ପୁଣି ଲାଇମଲାଇଟକୁ ଆସିଯାଇଛନ୍ତି । ପୂର୍ବରୁ ପାନସମଲା  ବିଜ୍ଞାପନ କରି ବିବାଦୀୟ ହୋଇପଡ଼ିଥିଲେ  ବଲିଉଡର ଖିଲାଡି ଅକ୍ଷୟ କୁମାର (Akshay Kumar) । ଅଜୟ ଦେବଗନ (Ajay Devgan) ଏବଂ ଶାହରୁଖ ଖାନ (Shah Rukh Khan) ଙ୍କ ପରେ ଏହି ବିଜ୍ଞାପନରେ ଅକ୍ଷୟଙ୍କୁ ଦେଖିବାକୁ ମିଳିଥିଲା । ଅକ୍ଷୟଙ୍କୁ ଜବରଦସ୍ତ ଟ୍ରୋଲର ଶିକାର ହେବାକୁ ପଡିଥିଲା ।

 କନ୍ନଡ ସୁପରଷ୍ଟାର ୟଶଙ୍କୁ  ପାନ ମସଲା ବିଜ୍ଞାପନ ଅଫର କରାଯାଇଥିଲା। ହେଲେ ସେ ବିଜ୍ଞାପନ କରିବାକୁ ମନା କରିଦେଇଥିବା ଜଣାପଡ଼ିଛି।ରିପୋର୍ଟ ଅନୁଯାୟୀ,  ପାନ ମସାଲା ବ୍ରାଣ୍ଡ ପକ୍ଷରୁ ୟଶଙ୍କୁ କୋଟି କୋଟି ଟଙ୍କାର ଅଫର ଦିଆଯାଇଥିଲା। କିନ୍ତୁ କେଜିଏଫ ଷ୍ଟାର  ଏହି ବିଜ୍ଞାପନକୁ  ପ୍ରତ୍ୟାଖାନ କରିଦେଇଥିବା ଜଣାପଡ଼ିଛି । ୟଶ  ନିଜ ଫ୍ୟାନ୍ସଙ୍କ ସ୍ୱାର୍ଥକୁ ଆଖିରେ ରଖି  ଏହି  ବଡ଼ ନିଷ୍ପତ୍ତି  ନେଇଛନ୍ତି । ସେ କୋଟି କୋଟି ଟଙ୍କାର  ପାନ ମସଲା ବିଜ୍ଞାପନ କରିବାକୁ ମନା କରିଦେଇଛନ୍ତି । ପାନ ମସଲା ଆଡ୍ ପାଇଁ ଟ୍ରୋଲର ଶିକାର ହୋଇଥିଲେ ଅକ୍ଷୟ । ତାଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଥିଲା  ।

Also Read: ରିଅଲ ହିରୋଙ୍କ ଉପରେ ଟଙ୍କା ବର୍ଷା କଲେ ଫ୍ୟାନ୍ସ , ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଏହାପରେ ଅକ୍ଷୟ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ଏନେଇ ସୋସିଆଲ ମିଡିଆ ଜରିଆରେ ପୋଷ୍ଟ କରି ଫ୍ୟାନ୍ସଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ।  ତେବେ ସେ ପାନ ମସଲା ବିଜ୍ଞାପନରୁ ଆୟ କରିଥିବା ସମସ୍ତ ଅର୍ଥ କୌଣସି ଉତ୍ତମ କାର୍ଯ୍ୟରେ ଲଗାଇବେ ବୋଲି ଜଣାଇଥିଲେ । କଣ୍ଟ୍ରାକ୍ଟ ଅନୁଯାୟୀ ଏହି ବିଜ୍ଞାପନ  ପ୍ରସାରଣ ଜାରି ରହିବ ବୋଲି ଅକ୍ଷୟ ସୋସିଆଲ ମିଡିଆରେ ସେୟାର କରି କହିଥିଲେ । କ୍ଷମା ପ୍ରାର୍ଥନା ପରେ ମଧ୍ୟ ଅକ୍ଷୟଙ୍କୁ ଟ୍ରୋଲ କରିବା ଛାଡ଼ିନଥିଲେ ସୋସିଆଲ ମିଡିଆ ୟୁଜର୍ସ ।ସାଉଥ ସୁପରଷ୍ଟାର ତଥା ପୁଷ୍ପା ଫିଲ୍ମ ଫେମ୍ ଅଲ୍ଲୁ ଅର୍ଜୁନ ନିଜ ଫିଲ୍ମ ପାଇଁ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ସିମ୍ପଲ ଜେସ୍ଚର ଆଉ ଷ୍ଟାଇଲିସ ଅନ୍ଦାଜ ପାଇଁ ଫ୍ୟାନ୍ସ ତାଙ୍କ ଉପରେ ପ୍ୟାର ବର୍ଷା କରନ୍ତି  ।

Also Read: ଇଣ୍ଟରନେଟ ସେନ୍ସେସନ୍ କିଲି ପଲ୍ ଙ୍କ ଉପରେ ଆତର୍କିତ ଆକ୍ରମଣ

ପୁଷ୍ପା ଫେମ୍ ହିରୋ ଫିଲ୍ମ ଜରିଆରେ ପୁରା ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀରେ ଧମାଲ କରିଛନ୍ତି । ଅନ୍ୟ କଳାକାରଙ୍କ ପାଇଁ  ଉଦାହରଣ ସୃଷ୍ଟି କରିଛନ୍ତି। ଫିଲ୍ମ ପାଇଁ ତାଙ୍କୁ କୋଟି କୋଟି ଟଙ୍କାର ଅଫର ମିଳେ । ନାମୀ ଦାମୀ କଳାକାରଙ୍କ ଭିତରୁ ଅଲ୍ଲୁ ଅର୍ଜୁନ ଜଣେ । ନିକଟରେ ଅଲ୍ଲୁ ଙ୍କୁ ତମାଖୁ ଉତ୍ପାଦନ କମ୍ପାନୀ ବିଜ୍ଞାପନ ପାଇଁ  କୋଟି କୋଟି ଟଙ୍କାର ଅଫର ମିଳିଥିଲା  । ହେଲେ ସେ ମଧ୍ୟ ଏହି ବିଜ୍ଞାପନକୁ ମନା କରିଦେଇଥିଲେ ।   ସେ ତମାଖୁ ସେବନ କରନ୍ତି ନାହିଁ ଏବଂ ଏହି ସାମଗ୍ରୀକୁ ସେ ପ୍ରମୋଟ୍ କରିବେନି ବୋଲି ମନା କରିବା ସହ  ଅଫରକୁ ଠୋକର ମାରିଦେଇଥିଲେ  । ଅଲ୍ଲୁଙ୍କ ଏହି ନିଷ୍ପତ୍ତିକୁ ସବୁ ମହଲରେ ପସନ୍ଦ କରାଯାଇଛି । ଏହି ଖବର ଜଣାପଡିବା ପରେ ଫ୍ୟାନ୍ସ ମଧ୍ୟ ଅଲ୍ଲୁଙ୍କ ପ୍ରଶଂସା କରିଥିଲେ ।ସୁପରଷ୍ଟାର ୟଶ ପାନ ମସଲା ଆଡକୁ ରିଜେକ୍ଟ କରିବା ପରେ ପୁଣି ଥରେ ଟ୍ରୋଲର୍ସ ବଲିଉଡ ଷ୍ଟାରଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ।