ପୂର୍ବତନ ପୋଲିସ କମିଶନରଙ୍କ ଉପରେ ନିର୍ମାଣ ହେବ ଫିଲ୍ମ
Advertisement
Article Detail0/zeeodisha/odisha1171812

ପୂର୍ବତନ ପୋଲିସ କମିଶନରଙ୍କ ଉପରେ ନିର୍ମାଣ ହେବ ଫିଲ୍ମ

ବଲିଉଡ ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଅପକମିଂ ଫିଲ୍ମକୁ ନେଇ ଚର୍ଚ୍ଚା ।ମୁମ୍ବାଇର ପୂର୍ବତନ ପୋଲିସ କମିଶନରଙ୍କ ଉପରେ ନିର୍ମାଣ ହେବ ଫିଲ୍ମ ।  ପୋଲିସ କମିଶନର ରାକେଶ ମାରିୟା କିଭଳି ମୁମ୍ବାଇ ବିସ୍ଫୋରଣ ଘଟଣାର ତଦନ୍ତ କରିଥିଲେ ତାହା ପରଦା ଉପରେ ପରିବେଷଣ କରାଯିବ

ପୂର୍ବତନ ପୋଲିସ କମିଶନରଙ୍କ ଉପରେ ନିର୍ମାଣ ହେବ ଫିଲ୍ମ

ନୂଆଦିଲ୍ଲୀ: ନିର୍ଦ୍ଦେଶକ ରୋହିତ ସେଟ୍ଟୀ (Rohit Shetty)ତାଙ୍କ କପ୍ ୟୁନିଭର୍ସିଟିରୁ ସୁପରହିଟ୍ ଫିଲ୍ମ ପରଦା ଉପରେ ପରିବେଷଣ କରନ୍ତି। ତାଙ୍କ ଫିଲ୍ମକୁ ନେଇ କ୍ରେଜ୍ ଦର୍ଶକଙ୍କ ମହଲରେ ଦେଖିବାକୁ ମିଳେ । ଫ୍ୟାନ୍ସମାନେ ସବୁବେଳେ ତାଙ୍କର ଅପକମିଂ ପ୍ରୋଜେକ୍ଟକୁ ନେଇ ଅପେକ୍ଷା କରିଥାନ୍ତି ସିଂଘମ (Shingham) , ଚେନ୍ନାଇ ଏକ୍ସପ୍ରେସ (Chennai Express),  ଗୋଲମାଳ (Golmaal) , ସୂର୍ଯ୍ୟବଂଶୀ (Suryavanshi) ଭଳି ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିବା ରୋହିତ ଏବେ ଜଣେ ଟପ୍  ଆଇପିଏସ ଅଫିସରଙ୍କ ବାୟୋପିକ ନିର୍ମାଣ କରିବାକୁ ଯାଉଛନ୍ତି । ମୁମ୍ବାଇର ପୂର୍ବତନ ପୋଲିସ କମିଶନର ରାକେଶ ମାରିୟା (Rakesh Maria)ଙ୍କ ବାୟୋପିକ ନିର୍ମାଣ କରିବାକୁ ରୋହିତ ନିଷ୍ପତ୍ତି ନେଇଛନ୍ତି ।

ରିଲାଏନ୍ସ ଏଣ୍ଟରଟେନମେଣ୍ଟ ସହିତ ଏହି ପ୍ରୋଜେକ୍ଟ କରିବେ ରୋହିତ । ଏହି ବାୟୋପିକ ଆଇପିଏସ ଅଫିସରଙ୍କ ବହି 'ଲେଟ୍ ମି ସି ଇଟ୍ ନାଓ '(Let me see it now) ଉପରେ ଆଧାରିତ ହେବ । ଏହି ବାୟୋପିକ ଫିଲ୍ମ ନିର୍ମାଣ ନେଇ ରୋହିତ ସୋସିଆଲ ମିଡିଆ ଜରିଆରେ ସେୟାର କରିଛନ୍ତି । ଏହି ଫିଲ୍ମରେ କିଏ ଅଭିନୟ କରିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।  ଫିଲ୍ମ ପାଇଁ କାଷ୍ଟିଂ ଜାରି ରହିଛି । 
ରୋହିତ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ରାକେଶ ମାରିଆଙ୍କ ସହ ଫଟୋ ସେୟାର କରି ଏହି ଫିଲ୍ମ ନେଇ ସୂଚନା ଦେଇଛନ୍ତି । ପୋଲିସ କମିଶନର ରାକେଶ ମାରିୟା କିଭଳି ମୁମ୍ବାଇ ବିସ୍ଫୋରଣ ଘଟଣାର ତଦନ୍ତ କରିଥିଲେ ତାହା ପରଦାକୁ ଆସିବ ବୋଲି ରୋହିତ ସେୟାର କରିଛନ୍ତି ।

Also Read: କୋଟି କୋଟି ଟଙ୍କା ଅଫରକୁ ପ୍ରତ୍ୟାଖାନ କଲେ ରକି ଭାଇ

ଏହାସହ ଆଜମଲ୍ କସାବକୁ ପଚରାଉଚରାର ଦୃଶ୍ୟ ବି ଦର୍ଶକ ଦେଖିବେ। କିଭଳି ଭାବେ ସାହସିକତାର ସେ ଏହି ଘଟଣାକୁ ସମାଧାନ କରିବାରେ ସଫଳ  ହୋଇଥିଲେ ତାହା ଏଥିରେ ପ୍ରଦର୍ଶିତ ହେବ । ରୋହିତ ଏହି ଅପକମିଂ ପ୍ରୋଜେକ୍ଟର ଖୁଲାସା ପରେ ଏବେ ଫ୍ୟାନ୍ସମାନଙ୍କ ତରଫରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ରଣବୀର ସିଂ (Ranveer Singh) ଏବଂ ଜ୍ୟାକଲିନ ଫର୍ଣ୍ଣାଡିଜ ( Jacqueline Fernandez) ରୋହିତଙ୍କ ପୋଷ୍ଟରେ କମେଣ୍ଟ କରି ତାଙ୍କ ନୂଆ ପ୍ରୋଜେକ୍ଟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ରାକେଶ ମାରିଆ ୧୯୮୧ ବ୍ୟାଚର ଆଇପିଏସ ଅଧିକାରୀ । ନିଜ କ୍ୟାରିୟର ଭିତରେ ରାକେଶ ମାରିଆ ଅନେକ ବଡ଼ବଡ଼ ମାମଲାର ସମାଧାନ କରିଛନ୍ତି ।

Also Read: 'ଗୋଖର' ପେଟରେ ପଥର

ମୁମ୍ବାଇରେ ୨୬/୧୧ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଯାଞ୍ଚ ଦାୟିତ୍ୱ ମଧ୍ୟ ରାକେଶ ମାରିଆଙ୍କୁ ଦିଆଯାଇଥିଲା । ଆତଙ୍କବାଦୀ ଅଜମଲ କସାବକୁ ଧରିବା ସହ ଏହି ମାମଲାର ସଫଳତାପୂର୍ବକ ଯାଞ୍ଚ କରିଥିଲେ ।ମୁମ୍ବାଇର ପୂର୍ବତନ ପୋଲିସ କମିଶନରଙ୍କ ଉପରେ ଫିଲ୍ମ ନିର୍ମାଣ କରାଯାଉଥିବାର ରୋହିତଙ୍କ ନିକଟକୁ  ବିଭିନ୍ନ ମହଲରୁ ଶୁଭେଚ୍ଛା ଛୁଟିବାରେ ଲାଗିଛି ।ରୋହିତ  ଓଟିଟି ପ୍ଲାଟଫର୍ମରେ ଡେବ୍ୟୁକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । ଇଣ୍ଡିଆନ ପୋଲିସ ଫୋର୍ସ (Indian Police Force) ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ।ଏଥିରେ ସିଦ୍ଧାର୍ଥ ମଲହୋତ୍ରା (Sidharth Malhotra) , ଶିଲ୍ପା ସେଟ୍ଟୀ (Shilpa Shetty) ଏବଂ ବିବେକ ଓବରଏ (Vivek Oberoi) ଅଭିନୟ କରୁଛନ୍ତି ।