ଜଗନ୍ନାଥଙ୍କ ପରିକ୍ରମାରେ ରିଲିଜ୍ ହେଲା କାଳିଆର ଭଜନ
Advertisement
Article Detail0/zeeodisha/odisha2064878

ଜଗନ୍ନାଥଙ୍କ ପରିକ୍ରମାରେ ରିଲିଜ୍ ହେଲା କାଳିଆର ଭଜନ

ଦୀପାଞ୍ଜଳୀ ମ୍ୟୁଜିକ୍ ରେ ବାବୁ ବାବୁଙ୍କ ନିର୍ଦ୍ଦେଶନାରେ ରିଲିଜ୍ ହୋଇଛି ଆଉ ଏକ  ସୁନ୍ଦର ଭଜନ "ମୋ ନିଃଶ୍ବାସଟା ଚାଲେ ଏଠି ତୋ ଇସାରାରେ " 

ଜଗନ୍ନାଥଙ୍କ ପରିକ୍ରମାରେ ରିଲିଜ୍ ହେଲା କାଳିଆର ଭଜନ

New Jagannath Bhajan: ଜଗନ୍ନାଥ ପରିକ୍ରମା ଅବସରରେ ଦୀପାଞ୍ଜଳୀ ମ୍ୟୁଜିକ୍ ରେ ବାବୁ ବାବୁଙ୍କ ନିର୍ଦ୍ଦେଶନାରେ ରିଲିଜ୍ ହୋଇଛି ଆଉ ଏକ  ସୁନ୍ଦର ଭଜନ "ମୋ ନିଃଶ୍ବାସଟା ଚାଲେ ଏଠି ତୋ ଇସାରାରେ " ଏହି ରିଲିଜ୍ ସମୟରେ ମୁଖ୍ୟ ଅତିଥି ଭାବେ ଲିଙ୍ଗରାଜ ମନ୍ଦିରର ମୁଖ୍ୟ ସେବାୟତ ଟୁଟୁ ନନା, ପ୍ରଯୋଜକ ପ୍ରଣୟ ଜେଠି, ବୁଲନ୍ ଭାଇ, ଗୀତଟିର ପ୍ରଯୋଜକ ରୋଟାରୀୟାନ୍ ଡକ୍ଟର ପ୍ରସନ୍ନ ଚଉଧୁରୀ, ନିର୍ଦ୍ଦେଶକ ବାବୁ ବାବୁ ସମେତ ଗୀତ ଟିର ଅଭିନୟ କରିଥିବା ଦିବ୍ୟ , ଦୀପାଞ୍ଜଳୀ, ଅକ୍ଷୀ ମାଉସୀ, ସୋନାଲି, ଓମ୍ , ଜୟ ଓ ସିକନ୍ ପ୍ରମୁଖ ଉପସ୍ଥିତ ଥିଲେ ।

ସେହିପରି ଜୟଦେବ ମିଶ୍ର ଗୀତଟିକୁ କଣ୍ଠଦାନ କରିଥିବା ସହ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଖୁବ୍ ସୁନ୍ଦର ଭାବେ ଭାବପୂର୍ଣ୍ଣ ହୋଇ ଗୀତଟିକୁ ଲେଖିଛନ୍ତି ଜିତେନ୍ଦ୍ର ଜେନା  । ଏଣୁ ନିର୍ଦ୍ଦେଶକ ବାବୁ ବାବୁଙ୍କ ବହୁଗୁଡିଏ ସଫଳତା ପରେ ପୁଣି ଜଗନ୍ନାଥ ମନ୍ଦିର ପରିକ୍ରମା ରେ ଏହି ଭଜନଟି ଦର୍ଶକଙ୍କୁ ବେଶ୍ ପସନ୍ଦ ଲାଗିବ । ଏଥିସହ ପୁଣିଥରେ ଏହି ଗୀତଟି ଶ୍ରୀକ୍ଷେତ୍ର ଧାମର ସୌନ୍ଦର୍ଯ୍ୟ ଦର୍ଶକ ମାନେ ଦେଖିବାକୁ ପାଇବେ ।

Also Read- Srimandir: ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ

Also Read- Sunny Leone: ସନ୍ନି ଲିଓନିଙ୍କ ସହ କଥା ହେବାକୁ ଚାହୁଁଛନ୍ତି...? ଏମିତି ହେବ ସ୍ୱପ୍ନ ସାକାର