Odia Movie Daman Release: ମଶାଙ୍କ ଦୌରାତ୍ମ୍ୟ ବେଳକୁ ଆସିଲା ବାବୁଶାନଙ୍କ ମ୍ୟାଲେରିଆ ଫିଲ୍ମ
Advertisement

Odia Movie Daman Release: ମଶାଙ୍କ ଦୌରାତ୍ମ୍ୟ ବେଳକୁ ଆସିଲା ବାବୁଶାନଙ୍କ ମ୍ୟାଲେରିଆ ଫିଲ୍ମ

Odia Movie Daman Release: ଓଲିଉଡର ଚକଲେଟ ବୟ ବାବୁଶାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଦମନ' । ଦିର୍ଘ ଦିନ ଧରି ଫିଲ୍ମକୁ ବହୁ ଉତ୍ସାହର ସହ ଅପେକ୍ଷା କରିଥିଲେ ଦର୍ଶକ । ହେଲେ ଆଜି ଏହାର ଅନ୍ତ ଘଟିଛି । ଫିଲ୍ମଟି ଆଜି ମୁ୍କ୍ତିଲାଭ କରିଛି । ଭୁବନେଶ୍ବର ଶ୍ରେୟା ପେକ୍ଷାଳୟରେ ଫିଲ୍ମଟି ରିଲିଜ୍ ହୋଇଛି ।

ସୌଜନ୍ୟ : ସୋସିଆଲ ମିଡିଆ

Odia Movie Daman Release: ଓଲିଉଡର ଚକଲେଟ ବୟ ବାବୁଶାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଦମନ' । ଦିର୍ଘ ଦିନ ଧରି ଫିଲ୍ମକୁ ବହୁ ଉତ୍ସାହର ସହ ଅପେକ୍ଷା କରିଥିଲେ ଦର୍ଶକ । ହେଲେ ଆଜି ଏହାର ଅନ୍ତ ଘଟିଛି । ଫିଲ୍ମଟି ଆଜି ମୁ୍କ୍ତିଲାଭ କରିଛି । ଭୁବନେଶ୍ବର ଶ୍ରେୟା ପେକ୍ଷାଳୟରେ ଫିଲ୍ମଟି ରିଲିଜ୍ ହୋଇଛି । ଫିଲ୍ମ 'ଦମନ' କୋରୋନା କାରଣରୁ ଦୁଇବର୍ଷ ହେଲା ପ୍ରେକ୍ଷାଳୟକୁ ପ୍ରାୟ ଆସି ନ ଥିଲା । ଫିଲ୍ମରେ ବାବୁଶାନ୍‌ଙ୍କ ସହ ଅଛନ୍ତି ଦୀପନ୍ବିତ ଦାସ ମହାପାତ୍ର । 

'ଦମନ' ଏକ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ। ଚଳଚ୍ଚିତ୍ର ମାଧ୍ୟମରେ ଆଦିବାସୀ ଅଧ୍ୟୁଷିତ, ମାଓ ପ୍ରବଣ ତଥା ବିଚ୍ଛିନ୍ନାଞ୍ଚଳର ଦୈନନ୍ଧୀନ ଜୀବନର ସଂଗ୍ରାମକୁ ଦେଖାଯାଇଛି। 'ଦମନ'ର ଲିଡ୍ ରୋଲରେ ବାବୁଶାନ ଅଛନ୍ତି। ସେ ଦୁର୍ଗମ ଅଞ୍ଚଳରେ ନିଯୁକ୍ତ ହୋଇଥିବା ଜଣେ ଡାକ୍ତରଙ୍କ ଭୂମିକା ତୁଲାଉଛନ୍ତି। ମାଲକାନଗିରିର ଗରିବ ଆଦିବାସୀମାନେ କିପରି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜୀବନ ହାରୁଛନ୍ତି ତାହାକୁ ସ୍ପଷ୍ଟ ଭାବରେ ଚିତ୍ରିତ କରାଯାଇଛି। ବିଶେଷ କରି ବିଚ୍ଛିନ୍ନାଞ୍ଚଳବାସୀଙ୍କ ସମସ୍ୟା ଓ ଜଣେ ଡାକ୍ତରଙ୍କ ସଂଘର୍ଷର କାହାଣୀ 'ଦମନ'ରେ ଦେଖିବାକୁ ମିଳିବ। ବାବୁଶାନ ନିଜେ ଲୋକଙ୍କ ଗହଣରେ ଯାଇ ମ୍ୟାଲେରିଆ, ଅନ୍ଧବିଶ୍ୱାସ ପରି ବିଷୟରେ ସଚେତନ କରୁଛନ୍ତି। ଫିଲ୍ମର ଟ୍ରେଲର ଦମଦାର ହୋଇଛି। ଏଥିରେ ସ୍ଥାନୀୟ ଭାଷା ଓ ସ୍ଥାନକୁ ବି ଗୁରୁତ୍ୱ ଦିଆଯାଇଛି। ବାବୁଶାନଙ୍କ ଅଭିନୟ 'ଦମନ'କୁ ଆହୁରୀ ଜୀବନ୍ତ କରୁଛି। ଫିଲ୍ମରେ ବିଚ୍ଛିନ୍ନାଞ୍ଚଳର ପ୍ରାକୃତିକ ଦୃଶ୍ୟ ଓ ନିରୀହ ଆଦିବାସୀଙ୍କ ଜୀବନ କାହାଣୀ ଦର୍ଶକଙ୍କ ମନମୋହିବ ବୋଲି ଆଶା କରାଯାଉଛି।  'ଦମନ'କୁ ଯୁବ ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା ନିର୍ଦ୍ଦେଶନା ଦେଇଛନ୍ତି। ଜୀପେନ୍ଦ୍ର ସାମଲ ଫିଲ୍ମକୁ ପ୍ରଯୋଜନା କରିଛନ୍ତି।  

ଏହାବି ପଢନ୍ତୁ : Happy Birth Day Tabu: କାହିଁକି ଆଜି ଯାଏଁ ଅବିବାହିତ ଅଛନ୍ତି ତବୁ, ଜାଣନ୍ତୁ କାରଣ

 

ଯୁବ ନିର୍ଦ୍ଦେଶକ ଦ୍ବୟ ଆଗରୁ 'ଵିଜୁ ବାବୁ' ଚଳଚ୍ଚିତ୍ର ମାଧ୍ୟମରେ ଅନେକ ପ୍ରଶଂସା ସାଇଁଟି ସାରିଛନ୍ତି । ଜେପି ୱାର୍ଲଡ୍‌ସ୍ମିଥ୍ ଓ ବାପୁ ଗୋସ୍ବାମୀଙ୍କ ରଚିତ ଗୀତଗୁଡ଼ିକୁ ସଂଗୀତରେ ସଜାଇଛନ୍ତି ଗୌରବ ଆନନ୍ଦ ଓ ତାଙ୍କ ଟିମ୍ ମେମ୍ବର। 'ଦମନ' ଚଳଚ୍ଚିତ୍ର ଖୁବ ସଫଳତା ଆଣିବା ସହିତ ଏହି ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଆ ଦର୍ଶକ ଆଗକୁ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଆଗ୍ରହୀ ହେବେ ବୋଲି ସମ୍ପୂର୍ଣ୍ଣ ଭରସା ରଖିଛନ୍ତି ଫିଲ୍ମର ପୁରାଷ୍ଟାର କାଷ୍ଟ । ଏହି ଫିଲ୍ମଟି ଓଡିଶାର ୫୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । 

ତେବେ, ଗତ କିଛି ଦିନ ତଳେ ଅଭିନେତା ବାବୁଶାନ୍ ଫିଲ୍ମ 'ଦମନ' ର ପ୍ରମୋସନ ପାଇଁ ଲଦାକ୍ ଯାଇଥିଲେ। ହେଲେ ସେ ସେଠାରେ ଅସୁସ୍ଥ ହୋଇ ପଡିଥିଲେ । ପରେ ତାଙ୍କୁ ସେଠାରୁ ଭୁବନେଶ୍ବର ଆଣାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଆଇସିୟୁରେ ମଧ୍ୟ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା। ଏବେ ସେ ସମୁର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି।

ତଥ୍ୟ କୁହେ ମାଲକାନଗିରିରେ  ୨୦୧୭ ବେଳକୁ ୩୪୭୮୬୦ ମ୍ୟାଲେରିଆ ପଜିଟିଭ କେଶ ଥିଲା । ଯାହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କଲେ 'ଦମନ'। ଦୁର୍ଗମ ଅଞ୍ଚଳ ତଥା ଲାଲଗଡ଼ କୁହା ଯାଉଥିବା ବର୍ତ୍ତମାନର ସ୍ୱାଭିମାନ ଅଞ୍ଚଳ ଯେଉଁଠି ଚାଲିଥିଲା ଲାଲ ବାହିନୀର ଦବଦବା। ଲୋକଙ୍କ ମନରେ ଭରି ରହିଥିଲା ଅନ୍ଧ ବିଶ୍ୱସର ଚିକିତ୍ସା । ତେବେ 'ଦମନ' କାର୍ଯ୍ୟକାରୀ ହେବା ପରେ ପାଞ୍ଚ ବର୍ଷ ଅର୍ଥାତ ୨୦୨୧ ବେଳକୁ ପଜିଟିଭି ଖସି ମାତ୍ର ୨୫୫୦୩ରେ ରହିଲା । କେନ୍ଦ୍ର ସରକାରଙ୍କ ସଂସ୍ଥା RMRC ର ସର୍ଭେ ଓ ମୂଲ୍ୟାଙ୍କନ ରୁ ଏହା ସ୍ପଷ୍ଟ ଯେ 'ଦମନ' କୁ ମିଳିଛି ଅଦ୍ଭୁତ ସଫଳତା । ତେଣୁ ଏହି ଦମନ ନାମରେ ହୋଇଥିବା ଫିଲ୍ମ ଦେଖିବା ପାଇଁ ଲୋକଙ୍କ ମନରେ ଉତ୍ସାହ ଭରି ରହିଛି ।