Budget 2024: ଓଡ଼ିଆ ସିନେମା ବଜେଟ୍ ନେଇ ଚିନ୍ତା ପ୍ରକଟ କଲେ କଳାକାର
Advertisement
Article Detail0/zeeodisha/odisha2354286

Budget 2024: ଓଡ଼ିଆ ସିନେମା ବଜେଟ୍ ନେଇ ଚିନ୍ତା ପ୍ରକଟ କଲେ କଳାକାର

Entertainment News: ବଜେଟ୍ ଏବଂ ସିନେମା ଶିଳ୍ପକୁ ନେଇ ଓଲିଉଡ କଳାକାରମାନେ କିପରି ପ୍ରତିକ୍ରିୟା ରଖିଛନ୍ତି ଆସନ୍ତୁ ଜାଣିବା ।

Budget 2024: ଓଡ଼ିଆ ସିନେମା ବଜେଟ୍ ନେଇ ଚିନ୍ତା ପ୍ରକଟ କଲେ କଳାକାର

Odisha Budget 2024: ୨୫ ଜୁଲାଇ ଗୁରବାର ଦିନ ମୁଖ୍ୟମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିବା ପରେ ବିଭିନ୍ନ ମହଲରୁ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଶେଷ କରି ପୂର୍ବ ସରକାର ସମୟରେ ସିନେମା ଶିଳ୍ପକୁ ଗୁରୁତ୍ୱ ଦିଆଯାଇନଥିବା ସମୟରେ ନୂଆ ସରକାର ଆସିବା ପରେ ସିନେମା ଶିଳ୍ପର ବିକାଶ ପାଇଁ ଏକ ବଡ଼ ବଜେଟ୍ ଘୋଷଣା ହେବ ବୋଲି କଳାକାରମାନେ ଆଶା ପ୍ରକଟ କରିଥିଲେ । କିନ୍ତୁ ବଜେଟରେ ନୈରାଶ୍ୟଜନକ ଫଳାଫଳ ମିଳିବା ପରେ କିଛି କଳାକାର ସୋସିଆଲ ମିଡିଆରେ ନିଜ ଅସନ୍ତୋଷ ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।

ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି କହିଛନ୍ତି ଯେ, ଗତ ସରକାର ସମୟରେ ଆମେ ମୋର୍ଚ୍ଚାରେ ବସିଥିଲୁ ଯେ, କିଛି ଗୋଟେ ଉନ୍ନତୀ ହେଉ । ଏବେ ବି ଇଣ୍ଡଷ୍ଟ୍ରୀର ସେକ୍ରେଟେରୀଙ୍କ ସହ ଓଲିଉଡର ଆଗଧାଡିର କଳାକାର ଏବଂ ବିଜେପି ମେମ୍ୱର ମାନେ ଆଲୋଚନା କରିଥିଲେ । ଦୁଃଖର କଥା ଖାଲି ଓଲିଉଡ ନୁହେଁ ବଲିଉଡକୁ ନେଇ ବଡ଼ ସରକାର ଚିନ୍ତିତ ନୁହଁନ୍ତି । ସେଣ୍ଟରରେ ସିନେମାର ଟ୍ୟାକ୍ସ ବଢିଯାଇଛି । ପ୍ରଯ୍ୟାପ୍ତ ପରିମାଣର ସିନେମା ହଲ୍ ନାହିଁ । ସିନେ ଜଗତ ଯେତେବେଳେ ଏତେବଡ଼ ମନୋରଞ୍ଜନ ଶିଳ୍ପର ଉପାଧି ପାଇଛି । ହଜାର ହଜାର ଲୋକଙ୍କ ରୋଜଗାର ଏହା ଉପରେ ନିର୍ଭର କରୁଛି । ମନୋରଞ୍ଜନ ଏବଂ ଶିକ୍ଷାର ଗୋଟେ ମାଧ୍ୟମ ପାଲଟିଛି । ନୂତନ ବିଜେପି ସରକାରରେ ଅନେକ କଳାକାରଙ୍କୁ ନେତା ହେବାର ସୁଯୋଗ ମିଳିଛି । ପୂର୍ବ ସରକାରରେ ମଧ୍ୟ ଅନେକ କଳାକାର ବିଧାୟକ ଏବଂ ସାଂସଦ ଥିଲେ । ଓଡ଼ିଶାରୁ ବି ଅନେକ କଳାକାର ନୂତନ ସରକାରରେ ଅଛନ୍ତି । ଓଡ଼ିଶାରୁ ଏତେ ଆସନ ପାଇ ମଧ୍ୟ ସରକାର ସିନେ ଜଗତ ତଥା କଳାକାରଙ୍କ ଉନ୍ନତୀ ନିମନ୍ତେ କିଛି କଲେ ନାହିଁ । ଏହା ଅତି ଦୁଃଖର କଥା ।

ଅଭିନେତା ମନୋଜ ମିଶ୍ର ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଲେଖିଛନ୍ତି ଯେ, 'ଓଡ଼ିଆ ସିନେମାର ସୁପରଷ୍ଟାରମାନେ ଧ୍ୟାନ ଦିଅନ୍ତୁ, ଆପଣମାନେ ଦଳ ବଦଳେଇଲା ପରେ ବି ଆପଣଙ୍କ ଦଳ ଏଥର ବଜେଟରେ ଓଡ଼ିଆ ସିନେମା ପାଇଁ କିଛି କରିନାହାନ୍ତି' । ମନୋଜଙ୍କ ପୋଷ୍ଟରେ ବିଭିନ୍ନ ପ୍ରକାରର ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

 

ଅଭିନେତା ପାର୍ଥସାରଥି ରାୟ ମତ ପ୍ରକାଶ କରି କହିଛନ୍ତି ଯେ, ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ । ପୂର୍ବ ପରି ସିନେମା ଶିଳ୍ପ ପାଇଁ ସଂପୂର୍ଣ୍ଣ ଉଦାସୀନ ମନୋଭାବ ଦେଖିବାକୁ ମିଳିଛି । ମୁଁ ବିଶ୍ୱାସ କରେ ଆଜିର ସମୟ ସିନେମା ହେଉଛି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର କଳା ଏବଂ ସଂସ୍କୃତିର ପ୍ରତିନିଧିତ୍ୱ କରିବା ପାଇଁ ସର୍ବୋତ୍ତମ ପ୍ଲାଟଫର୍ମ । ସିନେମା ହେଉଛି ଏକ କଳା ଯେଉଁଥିରେ ସମସ୍ତ ଫର୍ମ ଅଛି । ଯେଉଁ ରାଜ୍ୟଗୁଡିକରେ ବଡ଼ ଚଳଚ୍ଚିତ୍ର ଶିଳ୍ପ ଅଛି, ସେମାନଙ୍କ ଉପସ୍ଥିତି ଦେଶ ତଥା ଆନ୍ତର୍ଜାତୀୟ ସ୍ତରରେ ଅନୁଭୂତ ହେଉଛି । କେବଳ ପ୍ରଭୁ ଜଗନ୍ନାଥ ଏବଂ ହକି ବିଶ୍ୱକପ କାରଣରୁ ଆମେ ଦେଶରେ ଟିକିଏ ପରିଚୟ ପାଇଛୁ ।

ସେହିପରି ଅଭିନେତା ସୋମେଶ ମହାନ୍ତି ସୋସିଆଲ ମିଡିଆରେ ବଜେଟ୍ ସମ୍ପର୍କିତ ଏକ ପୋଷ୍ଟରେ ସିନେମା ଏବଂ ଯାତ୍ରା ପାଇଁ ସରକାର କି ପଦକ୍ଷପ ନେଇଛନ୍ତି ସେନେଇ ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ମିଡିଆ ପ୍ଲାନର ପ୍ରଣୟ ଜେଠୀ ସୋସିଆଲ ମିଡିଆ ମାଧ୍ୟମରେ କହିଛନ୍ତି ଯେ, ଧନ୍ୟବାଦ ମୋହନ ସରକାର ଓ ଆମ ସଂଘ । ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ କଳିଙ୍ଗ ଷ୍ଟୁଡିଓ ପରିସରରେ ମିଳିତ ରଖି ଥିବାରୁ। ଆମ ସଂଘ ଏମିତି ଵୁଝେଇଲେ ଓ ଦାବିପତ୍ର ଦେଲେ ସରକାର ବୁଝିଲେ ଫିଲ୍ମ ଇଣ୍ଡଷ୍ଟ୍ରି କହିଲେ କଳିଙ୍ଗ ଷ୍ଟୁଡିଓର ଉନ୍ନତି  ଓ ୨୦୦କୋଟି ଆଗରୁ ପୂର୍ବ ସରକାର ଦେଇଥିବା‌ବେଳେ କାର୍ଯ୍ୟ ଶେଷ ପାଇଁ ଓ ଗୋଟିଏ ଉନ୍ନତମାନର ମନୋରଞ୍ଜନ ପାର୍କ ପାଇଁ ଆଉ ୨୦ କୋଟି‌ ବଜେଟ୍ ରେ ପ୍ରଦାନ କଲେ। ଧନ୍ୟବାଦ ସମସ୍ତଙ୍କୁ। ଏଥର ପୁଣି ଆନ୍ଦୋଳନ ହବ ଆମ ଫିଲ୍ମ ଇଣ୍ଡଷ୍ଟ୍ରିର ଉନ୍ନତି ପାଇଁ ଦଳ ମତ ସର୍ବିଶେଷରେ ସମସ୍ତଙ୍କୁ ଯୋଗଦେବାକୁ ଅନୁରୋଧ। ପ୍ରଥମେ ସମସ୍ତେ ସାମାଜିକ ଗଣମାଧ୍ୟମରେ ସ୍ବର ଉତ୍ତୋଳନ କରନ୍ତୁ। ଆମେ ଅତିଶିଘ୍ର ସ୍ଥାନ ନିରୂପଣ କରି ଏକାଠି ହେବ।