Shah Rukh Khan: ଶାହରୁକ୍ ଖାନଙ୍କ ବିଷୟରେ ବଡ ଖୁଲାସା କଲେ ସିଦ୍ଧାର୍ଥ ଆନନ୍ଦ, କହିଲେ କିଛି ଏମିତି
Advertisement
Article Detail0/zeeodisha/odisha1473884

Shah Rukh Khan: ଶାହରୁକ୍ ଖାନଙ୍କ ବିଷୟରେ ବଡ ଖୁଲାସା କଲେ ସିଦ୍ଧାର୍ଥ ଆନନ୍ଦ, କହିଲେ କିଛି ଏମିତି

Shah Rukh Khan: ଶାହରୁକ୍ ଖାନଙ୍କ ଆଗାମୀ ଫିଲ୍ମ 'ପଠାନ' ଖୁବଶିଘ୍ର ପରଦାକୁ ଆସିବ । ଏନେଇ ଫିଲ୍ମର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଏହି ମୁଭିରେ ସୁପରଷ୍ଟାର ଶାହରୁଖ ଖାନଙ୍କ ଲୁକର ନେଇ ଦର୍ଶକଙ୍କୁ କିଛି ଅପଡେଟ୍ ଦେଇଛନ୍ତି । ସିଦ୍ଧାର୍ଥ କୁହିଛନ୍ତି ଯେ , 'ଶାହରୁଖ ଖାନଙ୍କୁ ଅନେକ ଫିଲ୍ମରେ ବିଭିନ୍ନ ଲୁକରେ ଦେଖିବାକୁ ମିଳିଛି । କିନ୍ତୁ ଏହି ଫିଲ୍ମରେ ତାଙ୍କର ଲୁକ୍ ଟିକେ ଭିନ୍ନ ରହିଛି।

Shah Rukh Khan: ଶାହରୁକ୍ ଖାନଙ୍କ ବିଷୟରେ ବଡ ଖୁଲାସା କଲେ ସିଦ୍ଧାର୍ଥ ଆନନ୍ଦ, କହିଲେ କିଛି ଏମିତି

Shah Rukh Khan: ଶାହରୁକ୍ ଖାନଙ୍କ ଆଗାମୀ ଫିଲ୍ମ 'ପଠାନ' ଖୁବଶିଘ୍ର ପରଦାକୁ ଆସିବ । ଏନେଇ ଫିଲ୍ମର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଏହି ମୁଭିରେ ସୁପରଷ୍ଟାର ଶାହରୁଖ ଖାନଙ୍କ ଲୁକର ନେଇ ଦର୍ଶକଙ୍କୁ କିଛି ଅପଡେଟ୍ ଦେଇଛନ୍ତି । ସିଦ୍ଧାର୍ଥ କୁହିଛନ୍ତି ଯେ , 'ଶାହରୁଖ ଖାନଙ୍କୁ ଅନେକ ଫିଲ୍ମରେ ବିଭିନ୍ନ ଲୁକରେ ଦେଖିବାକୁ ମିଳିଛି । କିନ୍ତୁ ଏହି ଫିଲ୍ମରେ ତାଙ୍କର ଲୁକ୍ ଟିକେ ଭିନ୍ନ ରହିଛି।   ଯାହା ଆମ ଦେଶର ପପ୍-ସଂସ୍କୃତିର ରୂପ ନେଇଛି ଏବଂ ଯୁବପିଢି ମଧ୍ୟ ଶାହରୁକ୍ ଖାନଙ୍କ ଏହି ଲୁକ୍ ଦେଖି ସାରିବା ପରେ ସେମାନେ ମଧ୍ୟ ବଲିଉଡର ବାଦଶାହା ପରି ପୋଷାକ ପିନ୍ଧିବାକୁ ପ୍ରେରଣା ପାଇବେ। '

ଗୁପ୍ତଚର ଭୂମିକାରେ ନଜର ଆସିବେ ଶାହରୁକ୍:

ଫିଲ୍ମକୁ ନେଇ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଆହୁରୀ କହିଛନ୍ତି ଯେ, ଫିଲ୍ମରେ ତାଙ୍କ ଲୁକ୍ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିବ । ଏବଂ ଚଳଚ୍ଚିତ୍ରରେ ତାଙ୍କ ଶୈଳୀ ମାଧ୍ୟମରେ ସେ ଭାରତକୁ ଅଧିକ ଫ୍ୟାଶନେବଲ୍ କରିଛନ୍ତି ବୋଲି କହିବା ଭୁଲ୍ ହେବ ନାହିଁ। ତେଣୁ ଫିଲ୍ମରେ ଶାହରୁଖଙ୍କୁ ଏପରି ଲୁକ୍ ଦେବା ଆମ ପାଇଁ ଏକ ବଡ ଆହ୍ବାନ ଥିଲା , ଯାହା ଅନ୍ୟ ଫିଲ୍ମ ଠାରୁ ପୁରା ଭିନ୍ନ, 'ପଠାନ'ରେ ଶାହରୁକ ଜଣେ ସାହସୀ ଗୁପ୍ତଚର ଭୂମିକାରେ ଅଭିନୟ କରୁଛନ୍ତି । ଆମେ ତାଙ୍କ ଚରିତ୍ରକୁ ଏଥିରେ ଦମଦାର କରିବାକୁ ବହୁ ଚେଷ୍ଟା କରିଛୁ । ଖାସ କରି ତାଙ୍କ ଡ୍ରେସିଂ ଓ ହେୟାର ଷ୍ଟାଇଲ । ପ୍ରକୃତରେ ଶାହରୁକ୍ ଜଣେ ଉତ୍ତମ ମଣିଷ, ଆମେ ଏହି ଫିଲ୍ମ ମାଧ୍ୟମରେ ତାଙ୍କୁ ଭିତରେ ଜଣେ ରାଗି ମଣିଷକୁ ଦେଖିବାକୁ ଚେଷ୍ଟା କରିଥିଲୁ । ' ତେବେ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, 'ପଠାନ୍ ' ରେ ଶାହରୁକଙ୍କ ଲୁକ୍ ବେଶ ଦମଦାର ରହିବ । ଯାହା ତାଙ୍କ ଫ୍ୟାନ୍ସଙ୍କୁ ମଧ୍ୟ ବେଶ ପସନ୍ଦ ଆସିବ । 

ବଲିଉଡ଼ ଅଭିନେତା ଶାହରୁଖ୍‌ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଠାନ୍‌’ର ପୋଷ୍ଟର ଡିସେମ୍ବର ୧ରେ ୪ଟି ଭାଷାରେ ରିଲିଜ୍‌ ହୋଇଛି। ୟଶରାଜ ଫିଲ୍ମସ୍‌ର ସୋସିଆଲ ମିଡିଆ ଆକାଉଣ୍ଟରେ ଚଳଚ୍ଚିତ୍ରର ପୋଷ୍ଟର ଶେୟାର କରାଯାଇଛି। ଏହି ପୋଷ୍ଟରକୁ ଇଂରାଜୀ, ହିନ୍ଦୀ, ତାମିଲ ଓ ତେଲୁଗୁରେ ରିଲିଜ୍ କରାଯାଇଛି। ପୋଷ୍ଟର ସହ କ୍ୟାପ୍ସନରେ ଲେଖାହୋଇଛି, 'ଜୋର୍‌ରେ ଧରି ରଖନ୍ତୁ, ଆପଣଙ୍କ ଯାତ୍ରା ଉତ୍ଥାନ-ପତନ ଭରା ହେବାକୁ ଯାଉଛି। ଫିଲ୍ମ ରିଲିଜ୍ ହେବାକୁ ଆଉ ୫୫ ଦିନ ବାକି ଅଛି। ଜାନୁଆରୀ ୨୫ ତାରିଖରେ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଆପଣଙ୍କ ନିକଟତମ ପ୍ରେକ୍ଷାଳୟକୁ ଆସିବ ପଠାନ୍‌'। ପୋଷ୍ଟରରେ ଶାହରୁଖ ହାତରେ ବନ୍ଧୁକ ଧରିଥିବା ନଜର ଆସିଛନ୍ତି। ସେହିପରି ଦୀପିକା ପାଦୁକୋନ ଓ ଜନ୍‌ ଆବ୍ରାହମ୍‌ ମଧ୍ୟ ହାତରେ ବନ୍ଧୁକ ଧରିଛନ୍ତି। ପୋଷ୍ଟରରେ ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ଏବଂ ୪ଟି ଭାଷାରେ ତା’ର ନାଁ ଲେଖାହୋଇଛି। ଏହି ପୋଷ୍ଟର ଦର୍ଶକଙ୍କ ମନରେ ଫିଲ୍ମ ପ୍ରତି ଉତ୍କଣ୍ଠା ଦ୍ବିଗୁଣିତ କରିଛି। ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ବାରା ନିର୍ଦ୍ଦେଶିତ 'ପଠାନ୍‌' ଏକ ପାନ୍ ଇଣ୍ଡିଆ ଫିଲ୍ମ।