Preity Zinta News In Odia: ବଲିଉଡ଼ (bollywood) ଅଭିନେତ୍ରୀ ପ୍ରିତି ଜିଣ୍ଟା(Preity Zinta ) । ନିଜର ଦମଦାର ଅଭିନୟ ଓ ସୌନ୍ଦର୍ଯ୍ୟ ପାଇଁ ସେ ଏବେବି ସମସ୍ତଙ୍କ ହୃଦୟରେ ରାଜ୍ କରୁଛନ୍ତି । (ରବିବାର) ଗତକାଲି ପ୍ରିତି ଜିଣ୍ଟାଙ୍କ (Preity Zinta )ର ଏକ ଭାଇରାଲ ଭିଡିଓ  ସାମ୍ନାକୁ ଆସିଛି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ।  ଭାଇଲାର ହୋଇଥିବା ଭିଡିଓରେ(Viral Video) ଦେଖିବାକୁ ମିଳିଛି ଯେ, ଅଭିନେତ୍ରୀଙ୍କ ନିକଟକୁ ଜଣେ ଦିବ୍ୟାଙ୍ଗ (disable) ସାହାର୍ଯ୍ୟ (helping )ପାଇଁ ଆସିଛନ୍ତି । କିନ୍ତୁ ଅଭିନେତ୍ରୀ ଜଣକ ତାଙ୍କୁ ଦୁବ୍ୟବାର ଦେଖାଉଥିବା ଦେଖିବାକୁ ମିଳିଛି । ଯେଉଁଥି ପାଇଁ ସେ ଟ୍ରୋଲର ଶୀକାର ମଧ୍ୟ ହୋଇଛନ୍ତି । ଟ୍ରୋଲର ଶୀକାର ହେବା ପରେ ସେ ନୀରବତା ଭାଙ୍ଗିଛନ୍ତି । ସେ କଣ ପାଇଁ ଦିବ୍ୟାଙ୍ଗକୁ ସାହାର୍ଯ୍ୟ କରି ନାହାଁନ୍ତି । ସେନେଇ ସ୍ପଷ୍ଟୀକରଣ ମଧ୍ୟ ରଖିଛନ୍ତି । ସେପଟେ, ପ୍ରିତି ଜିଣ୍ଟା ସ୍ପଷ୍ଟିକରଣ ରଖିବା ପରେ ସେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ହ୍ରିତିକ ରୋଶନଙ୍କ ତାଙ୍କ ସପକ୍ଷରେ ବାହାରିଛନ୍ତି । 


COMMERCIAL BREAK
SCROLL TO CONTINUE READING

ଏ-ହି ଘଟଣା ନେଇ ଲମ୍ବା ପୋଷ୍ଟ ଲେଖିଲେ ପ୍ରୀତିଜିଣ୍ଟା :
ପ୍ରୀତି ଜିଣ୍ଟା (Preity Zinta ) ତାଙ୍କ ସ୍ପଷ୍ଟୀକରଣ ଉପସ୍ଥାପନ କରିବା ସମୟରେ ଦିବ୍ୟାଙ୍ଗଙ୍କ ଭିଡିଓ ସେୟାର (disable Video)କରିଥିଲେ। ଏକ ଲମ୍ବା ନୋଟ୍ ଲେଖିବା ସହିତ ତାଙ୍କୁ ଲାଗିଥିବା ଅପମାନ ବିଷୟରେ ମଧ୍ୟ ସେ ପ୍ରକାଶ କରିଛନ୍ତି । ପ୍ରୀତି ଦୁଇଟି ଘଟଣା ବିଷୟରେ ଉଲ୍ଲେଖ କରିଥିଲେ ,ଯାହା ତାଙ୍କୁ ଗଭୀର ଆଘାତ ଦେଇଥିଲା । ପ୍ରଥମ ଘଟଣାଟି ହେଲା ଯେ ,ଜଣେ ଅଜଣା ମହିଳା ତାଙ୍କ ଝିଅର ଫଟୋ କ୍ଲିକ୍ କରିବାକୁ ଚେଷ୍ଟା କରିଥିଲେ ଏବଂ ପାର୍କରେ ଖେଳୁଥିବା ସମୟରେ ତାଙ୍କୁ ବଳପୂର୍ବକ ଚୁମ୍ବନ ମଧ୍ୟ ଦେଇଥିଲେ ।


 



Also Read : Cuttack News: SCBରେ ହେଲା ଏକମୋ ସପୋର୍ଟରେ ଅସ୍ତ୍ରୋପଚାର, ଜାଣନ୍ତୁ କ'ଣ ଏହି ସପୋର୍ଟ ସିଷ୍ଟମ


Also Read : Salman Khan Net Worth: କୋଟି କୋଟି ଟଙ୍କାରେ ଖେଳନ୍ତି ଭାଇଜାନ, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ହେଉଛନ୍ତି ସଲମାନ?


ଦିବ୍ୟାଙ୍ଗଙ୍କୁ ସାହାଯ୍ୟ ନ କରିବାର କାରଣ ଜଣାଇଲେ :


ହ୍ୱିଲ ଚେୟାରରେ ତାଙ୍କ ନିକଟକୁ ଆସିଥିବା ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ବିଷୟରେ ପ୍ରୀତି ଜିଣ୍ଟା କହିଛନ୍ତି ଯେ, ସେହି ବ୍ୟକ୍ତି ଜଣଙ୍କୁ ସେ ଦିର୍ଘ ବର୍ଷେ ଧରି ଆର୍ଥିକ ସାହାର୍ଯ୍ୟ କରୁଥିଲେ।  ଭିଡିଓର ସତ୍ୟତା କହି ପ୍ରୀତି କହିଛନ୍ତି ଯେ, ପ୍ରତ୍ୟେକ ଥର ସେ ତାଙ୍କୁ ଟଙ୍କା ଦିଅନ୍ତି। ଏଥର ଯେତେବେଳେ ସେ ଟଙ୍କା ମାଗିଥିଲେ ସେତେବେଳେ ସେ ଉକ୍ତ ବ୍ୟକ୍ତିଙ୍କୁ କହିଥିଲେ ଯେ, ତାଙ୍କ ପାଖରେ ଆଜି ନଗଦ ଟଙ୍କା ନାହିଁ। ଏହି କାରଣରୁ, ବ୍ୟକ୍ତି ଆକ୍ରମଣାତ୍ମକ ହୋଇ ତାଙ୍କ କାରକୁ ପିଛା କରିଥିଲା ଏବଂ ଜାଣିଶୁଣି ତାଙ୍କ କାରରେ ବାଜିବାର ଅଭିନୟ  କରିଥିଲା । କୌଣସି ଘଟଣାକୁ ନେଇ କାହାକୁ ଏତେ ଜଲଦି ଜଜ୍ କରିବା ଉଚିତ୍ ନୁହେଁ ବୋଲି ପ୍ରୀତି ସ୍ପଷ୍ଟ କରିଛନ୍ତି।


ହ୍ରିତିକ-ପ୍ରିୟଙ୍କା ପ୍ରୀତିଙ୍କ ସମର୍ଥନରେ ବାହାରିଛନ୍ତି:
ପ୍ରୀତି ଜିଣ୍ଟାର ଏହି ସ୍ପଷ୍ଟୀକରଣ  ରଖିବା ପରେ ସେ ବଲିଉଡ ତାରକାଙ୍କ ସମର୍ଥନ ପାଇଛନ୍ତି। ଅଭିନେତ୍ରୀଙ୍କ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ଅଭିନେତା ହ୍ରିତିକ ରୋଶନ (Hrithik Roshan) ଲେଖିଛନ୍ତି, ' ବହୁତ ଭଲ କାମ କରିଛ। ' ସେହିପରି ଏହି ପୋଷ୍ଟ ଉପରେ ମଲାଇଲା ଆରୋରା ମଧ୍ୟ ନିଜ ମନ୍ତବ୍ୟ ଦେଇଛନ୍ତି , ସେ ଲେଖିଛନ୍ତି, 'ତୁମେ ବହୁତ ଭଲ ଏବଂ ବହୁତ ଭଲ ଉତ୍ତର ତାଙ୍କୁ ଦେଇଛ।'ସେହିପରି ଅର୍ଜୁନ ରାମପାଲ ଲେଖିଛନ୍ତି, 'ପରବର୍ତ୍ତୀ ସମୟରେ ମୋତେ ଡାକିବ, ଆମେ ଏକତ୍ର ଆମେ ଏହାକୁ ସମାଧାନ କରିବା ।'ସେହିପରି (Priyanka Chopra) ଦେଶୀଗାର୍ଲ ମଧ୍ୟ ତାଙ୍କ ପୋଷ୍ଟ ଉପରେ ପଜେଟିଭ କମେଣ୍ଟ ଦେଇଛନ୍ତି ।