Cuttack News: SCBରେ ହେଲା ଏକମୋ ସପୋର୍ଟରେ ଅସ୍ତ୍ରୋପଚାର, ଜାଣନ୍ତୁ କ'ଣ ଏହି ସପୋର୍ଟ ସିଷ୍ଟମ
Advertisement

Cuttack News: SCBରେ ହେଲା ଏକମୋ ସପୋର୍ଟରେ ଅସ୍ତ୍ରୋପଚାର, ଜାଣନ୍ତୁ କ'ଣ ଏହି ସପୋର୍ଟ ସିଷ୍ଟମ

Cuttack News News In Odia: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ(SCB) ବିରଳ ଅସ୍ତ୍ରୋପଚାର। ଏକ୍‌ମୋ ସପୋର୍ଟରେ (ECMO support)ଓଡ଼ିଶାରେ ପ୍ରଥମ ଥର ପାଇଁ ଅସ୍ତ୍ରୋପଚାର କରାଯାଇଛି । ଏକ୍‍ମୋ ସହାୟତାରେ ଏକ ଜଟିଳ ଅସ୍ତ୍ରୋପଚାର କାର୍ଡିଓ ଥୋରାସିସ୍‍-ବିଭାଗର (Cardiovascular Surgery department)ଡାକ୍ତରଙ୍କ ଦ୍ୱାରା କରାଯାଇଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Cuttack News News In Odia: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ(SCB) ବିରଳ ଅସ୍ତ୍ରୋପଚାର। ଏକ୍‌ମୋ ସପୋର୍ଟରେ (ECMO support)ଓଡ଼ିଶାରେ ପ୍ରଥମ ଥର ପାଇଁ ଅସ୍ତ୍ରୋପଚାର କରାଯାଇଛି ।  ଏକ୍‍ମୋ ସହାୟତାରେ ଏକ ଜଟିଳ ଅସ୍ତ୍ରୋପଚାର କାର୍ଡିଓ ଥୋରାସିସ୍‍-ବିଭାଗର (Cardiovascular Surgery department)ଡାକ୍ତରଙ୍କ ଦ୍ୱାରା କରାଯାଇଛି । ଦେବଗଡ଼ ଜିଲ୍ଲାର ୨୧ ବର୍ଷୀୟ ଯୁବକ ରିଙ୍କୁ ଲୋହାରଙ୍କ ଶ୍ୱାସନଳୀରେ ହୋଇଥିବା ଜଟିଳ ଟ୍ୟୁମର କାଢ଼ିବାରେ ଡାକ୍ତରୀ ଦଳ ସଫଳ ହୋଇଛନ୍ତି । ଏଭଳି ଅସ୍ତ୍ରୋପଚାର ରାଜ୍ୟରେ ପ୍ରଥମ ବୋଲି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ (Prof Dr Manoj Patnaik)କହିଛନ୍ତି ।

ସୂଚନା ମୁତାବକ, ଶ୍ୱାସନଳୀରେ ଟ୍ୟୁମରା ( tumor )ଥିବାରୁ ତାଙ୍କୁ ନିଶ୍ଚେତମ ଦେବ ସମ୍ଭବ ନଥିଲା । କିନ୍ତୁ ଏକମୋ ମେସିନ୍ (ECMO machine )ସହାୟତାରେ ଯୁବକଙ୍କ ଟ୍ୟୁମର ବାହାର କରାଯାଇଛି । ପ୍ରଥମଥର ଏକମୋ ମେସିନ ସପୋର୍ଟରେ (Extracorporeal membrane oxygenation machine )ଅପରେସନ୍ କରି ଡାକ୍ତରମାନେ ସଫଳତା ପାଇଛନ୍ତି । ଏକ୍‍ମୋ ଯନ୍ତ୍ର ସହାୟତାରେ ଫୁସ୍‍ଫୁସ୍‍କୁ ବାହାରକୁ କଢ଼ାଯାଇ ଅମ୍ଳଜାନ ଯୋଗାଇ ଦିଆଯିବା ପରେ ଟ୍ୟୁମର ଅସ୍ତ୍ରୋପଚାର କରାଯାଇଥିଲା ।

fallback

Also Read : Weather Update: ଏଥର କଲବଲ କରିବ ଖରା, ଜାଣନ୍ତୁ ଆଜି କେତେ ରହିଛି କେଉଁ ଜିଲ୍ଲାର ତାପମାତ୍ରା?

Also Read : Jacqueline Fernandez: ଜ୍ୟାକଲିନଙ୍କୁ ଭୁଲିପାରୁନି ଠକ ସୁକେଶ, ପୁଣି ଭାଇରାଲ ହେଲା 'ବେବି ଆଇ ଲଭ ୟୁ' ଚିଠି...

ପ୍ରକାଶ ଯେ, ଦେବଗଡ଼ ବାରକୋଟ ଦଣ୍ଡାସିଂଘାର ୨୧ ବର୍ଷ ବୟସ୍କ ରିଙ୍କୁ ଲୋହରାଙ୍କ ଶ୍ୱାସନଳୀରେ ଟ୍ୟୁମର୍‌ ବୃଦ୍ଧି ପାଇଥିଲା। ଫଳରେ ସେ ନିଃଶ୍ବାସପ୍ରଶ୍ୱାସ ନେବାରେ ସମସ୍ୟା ଭୋଗୁଥିଲେ। ମାର୍ଚ୍ଚ ୨୯ ତାରିଖରେ ପ୍ରଥମେ ସେ ପ୍ଲୁମ୍‌ନାରୀ ମେଡ଼ିସିନ୍‌ ବିଭାଗରେ ଭର୍ତ୍ତି ହୋଇଥିଲେ। ଶ୍ୱାସନଳୀରେ ଟ୍ୟୁମର୍‌(ଟ୍ରିକିଆ) ଥିବା ଜଣାପଡ଼ିବା ପରେ ଗତ ୫ ତାରିଖ ତାଙ୍କୁ କାର୍ଡିଓଥୋରାସସ‌୍ (ସିଟିଭିଏସ୍) ବିଭାଗରେ ଭର୍ତ୍ତି କରାଯାଇଥିଲା। ଏହାପରେ ଏକ୍‌ମୋ ମେସିନ୍‌ ସହାୟତାରେ (ECMO machine ) ଫୁସ୍‌ଫୁସ୍‌ ବାହାରକୁ କଢ଼ାଯାଇ ଅମ୍ଳଜାନ ପ୍ରଦାନ କରାଯାଇଥିଲା। ଇତିମଧ୍ୟରେ ଅସ୍ତ୍ରୋପଚାର ଦ୍ୱାରା ଡାକ୍ତରମାନେ ସଫଳତାର ସହ ଟ୍ୟୁମର୍‌ କାଢ଼ିବାରେ ସକ୍ଷମ ହୋଇଛନ୍ତି। ବର୍ତ୍ତମାନ ରୋଗୀଜଣକ ଆଇସିୟୁରେ (ICU) ଚିକିତ୍ସିତ ହେଉଛନ୍ତି। ପୂର୍ବରୁ ଓଡ଼ିଶାରେ ଏଭଳି ରୋଗୀଙ୍କର କୌଣସି ଚିକିତ୍ସା ସମ୍ଭବପର ହେଉ ନ ଥିବା ଜଣାଯାଇଛି। ସିଟିଭିଏସ୍‌ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ, ଡାକ୍ତର ଚିତ୍ତରଞ୍ଜନ ଥଟୋଇ, ଡାକ୍ତର ଦେବାଶିଷ, ଡାକ୍ତର ସୁବ୍ରତ ଓ ଟିମ୍‌ ଏସ୍‌ସିବିରେ ଏହି ସଫଳ ଅସ୍ତ୍ରୋପଚାର କରିଥିଲେ।

ଏକମୋ ମେସିନ୍ ରୋଗୀଙ୍କ ପାଇଁ କିପରି କାର୍ଯ୍ୟ କରେ:
ଭେଣ୍ଟିଲେଟରରେ କୌଣସି ରୋଗୀକୁ ରଖିବା ପରେ ତାଙ୍କ ସ୍ଵାସ୍ଥ୍ୟରେ ଉନ୍ନତି ନ ଘଟିଲେ ଓ ରୋଗୀଙ୍କ ଫୁସଫୁସକୁ ବିଶ୍ରାମର ଆବଶ୍ୟକତା ଥିଲେ ଏକମୋ ମେସିନ୍‌ ବ୍ୟବହାର କରାଯାଇଥାଏ । ବହୁତ କମ୍ ରୋଗୀଙ୍କୁ ଏକମୋ ଚିକିତ୍ସାର ଦରକାର ହୋଇଥାଏ । କୋଭିଡ ଛଡ଼ା ଗୁରୁତର ଫୁସଫୁସ୍‌ ଓ ହୃଦୟ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ମଧ୍ୟ ଏକମୋ ମେସିନ ସହାୟତାରେ ଚିକିତ୍ସା କରାଯାଏ । ଗୋଟିଏ ସମୟରେ ଗୋଟିଏ ଏକମୋ ମେସନରେ ଜଣେ ରୋଗୀଙ୍କୁ ହିଁ ସପୋର୍ଟ ଦିଆଯାଇପାରେ । ଯେଉଁ ରୋଗୀଙ୍କ ସୁସ୍ଥ ହେବାର ସମ୍ଭାବନା ଅଧିକ ରହିଛି ସେମାନଙ୍କୁ ଚିହ୍ନଟ କରାଯାଇ ଏକମୋ ମେସିନ ଦ୍ୱାରା ଚିକିତ୍ସା କରାଯିବ । 

Also Read : Keonjhar News: ଘଟଗାଁ ତାରିଣୀ ପୀଠରେ ଆଜିଠୁ ଆରମ୍ଭ ହେଲା ଚଇତି ପର୍ବ, ସୁନାବେଶରେ ଦର୍ଶନ ଦେଉଛନ୍ତି କରୁଣାମୟୀ

Also Read : Salman Khan Net Worth: କୋଟି କୋଟି ଟଙ୍କାରେ ଖେଳନ୍ତି ଭାଇଜାନ, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ହେଉଛନ୍ତି ସଲମାନ?