Rakhi Sawant: ଲାଇଭ୍ ଆସି ସ୍ବାମୀଙ୍କ ପୋଲ୍ ଖୋଲିଲେ ରାକ୍ଷୀ, 'କହିଲେ ଆଦିଲ୍ ମୋତେ ବରବାଦ କରିଛି'
Advertisement
Article Detail0/zeeodisha/odisha1590565

Rakhi Sawant: ଲାଇଭ୍ ଆସି ସ୍ବାମୀଙ୍କ ପୋଲ୍ ଖୋଲିଲେ ରାକ୍ଷୀ, 'କହିଲେ ଆଦିଲ୍ ମୋତେ ବରବାଦ କରିଛି'

Rakhi Sawant: ବଲିଉଡ୍ ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବାନ୍ତ(Rakhi Sawant) । ସ୍ବାମୀ ଆଦିଲଙ୍କ ସହ ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ଅଛନ୍ତି ସେ । (Adil Khan Durrani)ଆଦିଲ ବର୍ତ୍ତମାନ ଜେଲରେ ଅଛନ୍ତି । କିନ୍ତୁ ରାକ୍ଷୀ ବର୍ତ୍ତମାନ ତାଙ୍କ ସ୍ୱାମୀ ଆଦିଲ ଖାନ ଦୁରାନୀ(Adil Khan Durrani)ଙ୍କ ବିରୋଧରେ ଅଭିଯୋଗ ଲମ୍ବା ଫର୍ଦ୍ଦ ଖୋଲିଛନ୍ତି। ଆଦିଲ ରାକ୍ଷୀଙ୍କ ସହ କଣ ସବୁ କରିଛନ୍ତି ଲାଭଇ୍ ଆସି ପୋଲ ଖୋଲିଛନ୍ତି ରାକ୍ଷୀ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Rakhi Sawant: ବଲିଉଡ୍ ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବାନ୍ତ(Rakhi Sawant) । ସ୍ବାମୀ ଆଦିଲଙ୍କ ସହ ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ଅଛନ୍ତି ସେ ।  (Adil Khan Durrani)ଆଦିଲ ବର୍ତ୍ତମାନ ଜେଲରେ ଅଛନ୍ତି । କିନ୍ତୁ ରାକ୍ଷୀ ବର୍ତ୍ତମାନ ତାଙ୍କ ସ୍ୱାମୀ ଆଦିଲ ଖାନ ଦୁରାନୀ(Adil Khan Durrani)ଙ୍କ ବିରୋଧରେ ଅଭିଯୋଗ ଲମ୍ବା ଫର୍ଦ୍ଦ ଖୋଲିଛନ୍ତି।  ଆଦିଲ ରାକ୍ଷୀଙ୍କ ସହ କଣ ସବୁ କରିଛନ୍ତି ଲାଭଇ୍ ଆସି ପୋଲ ଖୋଲିଛନ୍ତି ରାକ୍ଷୀ । ତେବେ,ରାକ୍ଷୀଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।  ଆଦିଲଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । 

ଆଦିଲଙ୍କୁ ଛାଡପତ୍ର ଦେବି ନାହିଁ : ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ଯେ,ରାକ୍ଷୀ ସାଓ୍ବନ୍ତ ଆଦିଲଙ୍କୁ ଅଭିଶାପ ଦେଉଛନ୍ତି । ରାକ୍ଷୀ, ଭିଡିଓରେ କହୁଛନ୍ତି ଯେ, 'ଆଦିଲ ତୁମେ ବହୁତ ଭୁଲ୍ କରୁଛ, ତୁମେ ଭଲ ପାଉଥିବା ପ୍ରତ୍ୟେକ ମହିଳାଙ୍କୁ ଏହା କୁହ ଯେ, ମୁଁ ବିବାହିତ, ଏବଂ ଯାହା କରିଛ ଏସବୁ ଏବେ ବନ୍ଦ କର ।  କୁକର୍ମ ପାଇଁ ତୁମେ ଜେଲରେ ପହଞ୍ଚିଛ, ପ୍ରତ୍ୟେକ ମହିଳାଙ୍କୁ ବୋକା ବନାଇବା ବନ୍ଦ କର ।' ଏହା ସହିତ ରାକ୍ଷୀ ସାୱନ୍ତ ଆହୁରି ମଧ୍ୟ କହିଛନ୍ତି ଯେ, 'ମୁଁ ତୁମକୁ ଆଦୌ ଛାଡପତ୍ର ଦେବି ନାହିଁ, ତୁମେ କିପରି ବିବାହ କରିପାରିବ ମୁଁ ଦେଖିବି ? ତୁମେ କେବଳ ମୋତେ  ଲୁଚିଛପି ବିବାହ କରିନାହଁ,ବରଂ ତୁମର କୋର୍ଟ ମ୍ୟାରେଜ୍ ମୋ ସହ ହୋଇଛି । ତମେ କେତେ କଷ୍ଟ ଦେବେ , ତୁମେ ମୋର ହୃଦୟ ଭାଙ୍ଗି ଦେଇଛ, ଏବେ ତୁମେ ମୋତେ ମାରିଦେବ କି?'

ଏହାବି ପଢନ୍ତୁ : Allu Arjun: ମୁହଁର ସର୍ଜରୀ କରାଇଛନ୍ତି ଅଲ୍ଲୁ ଅର୍ଜୁନ! ଭାଇରାଲ ହେଲା ପୁରୁଣା ଫଟୋ

ଏହାବି ପଢନ୍ତୁ :  Weird News: ଚିପ୍ସ ପାଇଁ ମହାଭାରତ! ରାସ୍ତା ଉପରେ ଗଡାପଡା ହେଲେ ପ୍ରେମୀଯୁଗଳ

 
 
 
 

 
 
 
 
 
 
 
 
 
 
 

A post shared by Bollywood Scoop (@bollywoodscoop_101)

ଆଦିଲ ଜେଲରେ ଅଛନ୍ତି: ରାକ୍ଷୀ ସାୱନ୍ତଙ୍କ ସ୍ୱାମୀ ଆଦିଲ ଦୁରାନୀ ବର୍ତ୍ତମାନ ଜେଲରେ ଅଛନ୍ତି। ରାକ୍ଷୀ ଆଦିଲଙ୍କ ବିରୋଧରେ ଅନେକ ଅଭିଯୋଗ କରିଛନ୍ତି, ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି । ବର୍ତ୍ତମାନ ମାମଲା କୋର୍ଟରେ ବିଚାରଧୀନ ଅଛି । ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ,ଗତ କିଛି ଦିନ ତଳେ ରାକ୍ଷୀ ନିଜ ଶାଶୁ ଓ ଶ୍ବଶୁରଙ୍କୁ ଭେଟିବାକୁ ମହୀଶୁର ଯାଇଥିଲେ।  କିନ୍ତୁ ସେଠାରେ ଆଦିଲଙ୍କ ଘରେ ତାଲା ପଡିଥିବା ଦେଖିଥିଲେ। ଏବଂ ସେଠାରୁ ଜାଣିବାକୁ ପାଇଲେ ଯେ, ଆଦିଲ ଜଣେ ଡ୍ରାଇଭର ଓ ସେ ବସ୍ତିରେ ରୁହନ୍ତି। 

ଗତକିଛି ଦିନ ତଳେ, ଲୁଚିଛପି ବିବାହ କହିଥିଲେ ରାକ୍ଷୀ(Rakhi Sawant ) ଓ ଆଦିଲ ଖାନ୍ ଦୁରାନୀ । ବିବାହର ଦିର୍ଘ ଦିନ ପରେ ସେମାନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଫଟୋରେ  ଦେଖିବାକୁ ମିଳିଥିଲା ଯେ, ଉଭୟଙ୍କ ବେକରେ ଫୁଲମାଳ ପଡିଛି।  ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ଦେବା ପରେ ରାକ୍ଷୀ,ଆଦିଲଙ୍କ ସହ କୋର୍ଟରେ ବିବାହ କରିଛନ୍ତି।  ଇସଲାମିକ ରୀତିନୀତି ଅନୁଯାୟୀ ମଧ୍ୟ ଏହି ଦମ୍ପତିଙ୍କ ବିବାହ ହୋଇଥିଲା। ସାର୍ଟିଫିକେଟ୍ ଅନୁଯାୟୀ, ରାକ୍ଷୀ ଏବଂ ଆଦିଲଙ୍କ ବିବାହ ଗତ ୨୯ ମଇ ୨୦୨୨ ରେ ହୋଇଥିଲା। ଆମେ ଆପଣଙ୍କୁ କହିବୁ ଯେ ଆଦିଲ ଖାନ ଦୁରାନୀ ରାକ୍ଷୀ ସାୱନ୍ତଙ୍କଠାରୁ ୬ ବର୍ଷ ସାନ ଓ ସେ ଜଣେ ବ୍ୟବସାୟୀ ଅଟନ୍ତି ।