Rakhi Sawant : 'ଆଦିଲଙ୍କୁ ବିବାହ କଲେ ବିପଦ'
Advertisement

Rakhi Sawant : 'ଆଦିଲଙ୍କୁ ବିବାହ କଲେ ବିପଦ'

Rakhi Sawant : ବଲିଉଡର ଡ୍ରାମା କୁଇନ ରାକ୍ଷୀ ସାଓ୍ବନ୍ତ । ତାଙ୍କୁ କିଏବା ନଜାଣେ । କେତେବେଳେ ନିଜ ଡ୍ରସିଂ ସେନସକୁ ନେଇ ଚର୍ଚ୍ଚାରେ ଥାଆନ୍ତି ତ ଆଉ କେତେବେଳେ ନିଜ ହରକତକୁ ନେଇ ଟ୍ରୋଲ ହୁଅନ୍ତି ।

ସୌଜନ୍ୟ : ସୋସିଆଲ ମିଡିଆ

Rakhi Sawant : ବଲିଉଡର ଡ୍ରାମା କୁଇନ ରାକ୍ଷୀ ସାଓ୍ବନ୍ତ । ତାଙ୍କୁ କିଏବା ନଜାଣେ । କେତେବେଳେ ନିଜ ଡ୍ରସିଂ ସେନସକୁ ନେଇ ଚର୍ଚ୍ଚାରେ ଥାଆନ୍ତି ତ ଆଉ କେତେବେଳେ ନିଜ ହରକତକୁ ନେଇ ଟ୍ରୋଲ ହୁଅନ୍ତି । ଆଉ ଏବେ ସେ ଏବେ ନିଜ ବଏଫ୍ରେଣ୍ତ ଆଦିଲ ଦୁରାନୀଙ୍କୁ ନେଇ ବିଟାଉନରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଆଦିଲଙ୍କୁ ବିବାହ କରିବାକୁ ନେଇ କହିଥିଲେ ଡ୍ରାମା କୁଇନ୍ । ଆଉ ଏବେ ସେ ନିଜ ବିବାହକୁ ସ୍ଥଗିତ ରଖିଛନ୍ତି । ସ୍ଥଗିତ ରଖିବାର ବଡ କରାଣ ମଧ୍ୟ କହିଛନ୍ତି ବଏଫ୍ରେଣ୍ତ ଆଦିଲ୍ । 

ଏକ ଘରୋଇ ଟିଭି ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଆଦିଲ ପ୍ରକାଶ କରିଛନ୍ତି ଯେ, “ରାକ୍ଷୀ ବିବାହ ନେଇ ଅସୁରକ୍ଷିତ ମନେ କରୁଛନ୍ତି । ରାକ୍ଷୀ ଅନୁଭବ କରୁଛନ୍ତି ଯେ ସେ ତାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡଙ୍କ ସହ ଏବେବି ସମ୍ପର୍କରେ ଅଛନ୍ତି। ରାକ୍ଷୀ ଯେ ପର୍ଯ୍ୟନ୍ତି ଆଦିଲ ଓ ତାଙ୍କ ପୂର୍ବତନ ଗାର୍ଲଉଫ୍ରେଣ୍ତର ସମ୍ପର୍କକୁ ନେଇ ନିଶ୍ଚିତ ହୋଇ ନାହାଁନ୍ତି । ସେପର୍ଯ୍ୟନ୍ତ ସେ ବିବାହ କରିବେ ନାହିଁ ।  

ଆଦିଲ ଆହୁରୀ ମଧ୍ୟ କହିଛନ୍ତି  ରାକ୍ଷୀ ତାଙ୍କୁ ସନ୍ଦେହ କରୁଛନ୍ତି ।  ଭାବୁଛନ୍ତି ଯେ ସେ ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡଙ୍କ ସହ ଏବେବି ଯୋଗାଯୋଗରେ ଅଛନ୍ତି। ଯେତେବେଳେ ସେ ମହିଶୁର ( Mysore) ନିଜ ଘରକୁ ଯାଆନ୍ତି । ସେତେବେଳେ ତାଙ୍କ ଉପରେ ନଜର ରଖିବା ପାଇଁ ଲୋକ ପଠାନ୍ତି । ବିବାହ ପରେ ପରିବାର ପରିବାର ବଢିବ । ପୂର୍ବ ଜୀବନ ଶୈଳୀରେ ପରିବର୍ତ୍ତନ ଆସିବ । ଆଉ ସମସ୍ୟା ଦେଖାଦେବ । ସେ ବିପଦ ମୁକ୍ତ ନ ହେବା ପର୍ଯ୍ୟନ୍ତ ବିବାହ କରିପାରିବେ ନାହିଁ”। ଆଦିଲ ଦୁରାନି କର୍ଣ୍ଣାଟକ ମହିଶୁରର ଜଣ ବ୍ୟବସାୟୀ । ୨୦୧୮ରେ ସେ ଏକ ଆଇସକ୍ରିମ ପାର୍ଲର ଓ କାର ବିଜନେସ ଆରମ୍ଭ କରିଥିଲେ। ସେ ବିଜନେସ ମ୍ୟାନେଜମେଣ୍ଟରେ ସ୍ନାତକ ହାସଲ କରିଛନ୍ତି। ସେ ଭାରତୀୟ ଜାତୀୟ କଂଗ୍ରେସ ସହିତ ଜଡିତ ଥିଲେ। ରାକ୍ଷୀ ସାୱନ୍ତଙ୍କ ତାଙ୍କ ପୂର୍ବତନ ସ୍ୱାମୀଙ୍କଠାରୁ ଅଲଗା ହେବାର କିଛି ଦିନ ପରେ ଆଦିଲ ତାଙ୍କ ଜୀବନକୁ ଆସିଥିଲେ । 

ଦୁହେଁ ଆବୁଧାବିରେ IIFA ୨୦୨୨ ରେ ଯୋଗ ଦେଇଥିଲେ । ପ୍ରଥମେ ରାକ୍ଷୀ ସାୱନ୍ତଙ୍କ ସହ ଏକ ରିଲ୍ ପୋଷ୍ଟ କରିଥିଲେ ଆଦିଲ୍ । ସେବେଠାରୁ ଦୁହେଁ ପରପ୍ପରକୁ ଡେଟ କରିବା ଆରମ୍ଭ କରିଥିଲେ। ପରେ ଏହି ଲବ୍ ବାର୍ଡଙ୍କୁ ବିଭିନ୍ନ ସ୍ଥାନରେ ସ୍ପଷ୍ଟ ମଧ୍ୟ କରାଯାଇଛି। କେବଳ ସେତିକି ନୁହେଁ,ଦୁହେଁ ପରପ୍ପରକୁ ଭଲ ପାଉଥିବା ମଧ୍ୟ ମିଡିଆ ଆଗରେ କହି ସାରିଛନ୍ତି। ଏପରିକି ରାକ୍ଷୀ ସାଓ୍ବନ୍ତ ପୂର୍ବରୁ ରିତେଶଙ୍କୁ ବିବାହ କରିଥିଲେ । ତେବେ, ପୂର୍ବରୁ ରାକ୍ଷୀଙ୍କ ନାଁ  ଅଭିଷେକ ଆଭାସ୍ତି,ଇଲେସ, ଦିପକ କଲାଲ୍ ଙ୍କ ନାଁ ସହ ମଧ୍ୟ ଯୋଡି ହୋଇଛି । ଯାହାକୁ ନେଇ ବିଟାଉନ୍ ରେ ସେହି ସମୟ ଗୁଡିକରେ ଚର୍ଚ୍ଚାରେ ଥିଲେ ରାକ୍ଷୀ ।